ଇଷ୍ଟାନ୍ବୁଲ୍: ଆଜି ଭୋର ସମୟରେ ପୂର୍ବ ତୁର୍କୀରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫୦୦ରୁ ଅଧିକ ଆହତ ହୋଇଛନ୍ତି।
ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୬.୮ ଥିବା ଜଣାପଡ଼ିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି। ଏହି ଭୂକମ୍ପ ପରେ ୩୦ ଜଣ ନିଖୋଜ ଥିବା ସୂଚନା ମିଳିଛି।
ଇଲାଜିଗ୍ର ପୂର୍ବ ପ୍ରଦେଶ ସ୍ଥିତ ସିଭ୍ରିସ୍ ସହର ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡ଼ିଛି। ଭୂକମ୍ପରେ ଅନେକ ବିଲ୍ଡିଂ ଭୁଶୁଡ଼ି ପଡ଼ିଛି। ଭୂକମ୍ପ ବେଳେ ୧୫ ଥର ଝଟ୍କା ଅନୁଭୂତ ହେବା ଫଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। ଲୋକମାନେ ଭୟଭୀତ ହୋଇ ରାସ୍ତା ଉପରକୁ ଚାଲି ଆସି ଜୋରରେ ଚିତ୍କାର କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସାମାନ୍ୟ ସୁଧୁରିବା ପରେ ପୁଣି ସିଭିୟର ହେଲା ଦିଲ୍ଲୀର ପ୍ରଦୂଷଣ
୨୪ ଘଣ୍ଟା ମଧ୍ୟରେ ବାୟୁ ଗୁଣବତ୍ତା ସୂଚକାଙ୍କ ବା ଏକ୍ୟୁଆଇ ୪୦୧ରେ ପହଞ୍ଚିଛି। ଏହାର ଅର୍ଥ ଦିଲ୍ଲୀରେ ପ୍ରଦୂଷଣ ପୁଣି ସାଂଘାତିକ ସ୍ତର ଛୁଇଁଛି।
National
ସ୍ଥିତି ସାଂଘାତିକ: ମଣିପୁର ଗଲେ ଆଉ ୧୦,୮୦୦ ସୁରକ୍ଷାକର୍ମୀ
୨୦୨୩ ମେ’ ମାସରୁ ମଣିପୁରରେ ଲାଗି ରହିଥିବା ହିଂସା ଯୋଗୁ ୨୫୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଏବେର ସ୍ଥିତିକୁ ଦୃଷ୍ଟିରେ ଆଉ ୯୦ କମ୍ପାନୀ ସୁରକ୍ଷାକର୍ମୀ ଏଠାକୁ ଆସୁଛନ୍ତି।
Viral
ସୁକମାରେ ୧୦ ନକ୍ସଲଙ୍କୁ ନିପାତ ପରେ ନାଚିକି ଧୂଳି ଉଡ଼ାଇଲେ ଯବାନ
ସୁକମାରେ ଏନକାଉଣ୍ଟର ପରେ ନାଚି ନାଚି ଖୁସି ମନାଇଛନ୍ତି ଯବାନ।
Politics
କଂଗ୍ରେସକୁ ତାୱଡେଙ୍କ ନୋଟିସ୍; କ୍ଷମା ମାଗ, ନଚେତ୍...
ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି ଏବଂ ସୁପ୍ରିୟା ଶ୍ରୀନେଟଙ୍କ ବିରୁଦ୍ଧରେ ଶହେ କୋଟି ଟଙ୍କାର ମାନହାନୀ ମାମଲା ରୁଜୁ କରିବାକୁ ଚେତାବନୀ ଦେଇଛନ୍ତି ବିଜେପି ନେତା ବିନୋଦ ତାୱଡେ।
Politics
ନିର୍ବାଚନ ପୂର୍ବରୁ ଆପ୍ର ‘ରାବିଡି ପେ ଚର୍ଚ୍ଚା’, ଦେଲା ୭ ପ୍ରତିଶ୍ରୁତି
କେଜ୍ରିୱାଲଙ୍କ କହିବା କଥା ଯେ ଦଳର ଜିଲ୍ଲା ଓ ବୁଥ ସ୍ତରୀୟ କର୍ମକର୍ତ୍ତାମାନେ ୬୫ ହଜାର ମିଟିଂ ଜରିଆରେ ଭୋଟରଙ୍କ ପାଖରେ ପହଞ୍ଚିବେ।