ତୁର୍କୀରେ ଶକ୍ତିଶାଳୀ ଭୂକମ୍ପ; ୧୮ ମୃତ

ଇଷ୍ଟାନ୍‌ବୁଲ୍‌: ଆଜି ଭୋର ସମୟରେ ପୂର୍ବ ତୁର୍କୀରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫୦୦ରୁ ଅଧିକ ଆହତ ହୋଇଛନ୍ତି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୮ ଥିବା ଜଣାପଡ଼ିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି। ଏହି ଭୂକମ୍ପ ପରେ ୩୦ ଜଣ ନିଖୋଜ ଥିବା ସୂଚନା ମିଳିଛି। ଇଲାଜିଗ୍‌ର ପୂର୍ବ ପ୍ରଦେଶ ସ୍ଥିତ ସିଭ୍‌ରିସ୍‌ ସହର ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡ଼ିଛି। ଭୂକମ୍ପରେ ଅନେକ […]

turkey--3

Niharika Rout
  • Published: Saturday, 25 January 2020
  • , Updated: 25 January 2020, 08:39 AM IST

ଇଷ୍ଟାନ୍‌ବୁଲ୍‌: ଆଜି ଭୋର ସମୟରେ ପୂର୍ବ ତୁର୍କୀରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫୦୦ରୁ ଅଧିକ ଆହତ ହୋଇଛନ୍ତି।

ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୮ ଥିବା ଜଣାପଡ଼ିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି। ଏହି ଭୂକମ୍ପ ପରେ ୩୦ ଜଣ ନିଖୋଜ ଥିବା ସୂଚନା ମିଳିଛି।

ଇଲାଜିଗ୍‌ର ପୂର୍ବ ପ୍ରଦେଶ ସ୍ଥିତ ସିଭ୍‌ରିସ୍‌ ସହର ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡ଼ିଛି। ଭୂକମ୍ପରେ ଅନେକ ବିଲ୍ଡିଂ ଭୁଶୁଡ଼ି ପଡ଼ିଛି। ଭୂକମ୍ପ ବେଳେ ୧୫ ଥର ଝଟ୍‌କା ଅନୁଭୂତ ହେବା ଫଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। ଲୋକମାନେ ଭୟଭୀତ ହୋଇ ରାସ୍ତା ଉପରକୁ ଚାଲି ଆସି ଜୋରରେ ଚିତ୍କାର କରିଥିଲେ।

Related story