କରାଚି: ୧୯୬୫ରେ ଭାରତ ସହିତ ହୋଇଥିବା ଯୁଦ୍ଧରେ ପାକିସ୍ତାନ ଶୋଚନୀୟ ଭାବେ ହାରିଯାଇଥିଲା। ଏହି କଥାକୁ ସ୍ୱୀକାର କରିଛନ୍ତି ପାକିସ୍ତାନ ଐତିହାସିକମାନେ। ପାକିସ୍ତାନର ବିଶିଷ୍ଟ ଐତିହାସିକ ଓ ରାଜନୀତି ବିଶେଷଜ୍ଞ ଆକବର ଏସ୍ ଜାଇଦି କହିଛନ୍ତି ଯେ ୧୯୬୫ ଯୁଦ୍ଧରେ ପାକିସ୍ତାନ ଭାରତଠାରୁ ଶୋଚନୀୟ ଭାବେ ହାରି ଯାଇଥିଲା। କିନ୍ତୁ ପାକିସ୍ତାନର ଲୋକେ ଜାଣିଛନ୍ତି ଯେ ଏ ଯୁଦ୍ଧ ସେମାନଙ୍କ ସେନା ଜିତିଥିଲା। କାରଣ ପାକ୍ ସରକାର ଏଭଳି ପ୍ରଚାର କରିଛନ୍ତି। ପୁଣି ବିଜୟୋତ୍ସବ ବି ମନାଉଛନ୍ତି। ଏହାଠୁ ବଡ଼ ଆଉ କିଛି ମିଛ ବା ପ୍ରହେଳିକା ନ ଥାଇପାରେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୧୯୬୫ ଯୁଦ୍ଧର ବାସ୍ତବ ତଥ୍ୟ ସଂପର୍କରେ ପାକିସ୍ତାନୀ ଲୋକେ ଅବଗତ ନାହାନ୍ତି। କାରଣ ଏଠାକାର ପିଲାମାନଙ୍କୁ ପାକିସ୍ତାନର ଲୋକଙ୍କ ଇତିହାସ ପଢ଼ାଯାଏ ନାହିଁ। ତା’ବଦଳରେ ଏଠାରେ ପାକିସ୍ତାନ ଗଠନ ସଂପର୍କରେ ପଢ଼ାଯାଏ।
ସୂଚନାଯୋଗ୍ୟ, ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧକୁ ଚଳିତ ବର୍ଷ ୫୦ ବର୍ଷ ପୂରିଛି। ଏହି ଯୁଦ୍ଧକୁ ପାକିସ୍ତାନ ପ୍ରତିରକ୍ଷା ଦିବସ ଭାବେ ପାଳନ କରି ଆସୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।