ମୁମ୍ୱାଇ ସିରିଜ୍‌ ବିସ୍ଫୋରଣ: ଅବୁ ସାଲେମଙ୍କୁ ଆଜୀବନ କାରାଦଣ୍ଡ, ୨୪ ବର୍ଷ ପରେ ଆସିଲା ରାୟ

ମୁମ୍ୱାଇ: ସ୍ୱତନ୍ତ୍ର ଟାଡା କୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ। ଦୋଷୀ ସାବ୍ୟସ୍ତ ହୋଇଥିବା ମୁମ୍ୱାଇ ଅଣ୍ଡରୱାଲ୍ଡ ଡନ୍ ଅବୁ ସାଲେମଙ୍କୁ  ଆଜୀବନ କାରାଦଣ୍ଡ।  ମୁମ୍ୱାଇ ସିରିଜ୍‌ ବୋମା ବିସ୍ପୋରଣ ମାମଲାରେ ଡନ୍ ଅବୁ ସାଲେମଙ୍କୁ  ଆଜି ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏଥିସହିତ କୋର୍ଟ ଅବୁ ସଲେମଙ୍କ ଅନ୍ୟଜଣେ ସହଯୋଗୀ କରିମୁଲ୍ଲା ଶେଖଙ୍କୁ ମଧ୍ୟ ସମାନ ଦଣ୍ଡାଦେଶ ଶୁଣାଇଛନ୍ତି।  ସେହିପରି ଉଭୟଙ୍କୁ ୨ ଲକ୍ଷ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଅନ୍ୟପକ୍ଷରେ ଏହି ମାମଲାର […]

Rakesh Mallick
  • Published: Thursday, 07 September 2017
  • Updated: 07 September 2017, 02:44 PM IST

Sports

Latest News

ମୁମ୍ୱାଇ: ସ୍ୱତନ୍ତ୍ର ଟାଡା କୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ। ଦୋଷୀ ସାବ୍ୟସ୍ତ ହୋଇଥିବା ମୁମ୍ୱାଇ ଅଣ୍ଡରୱାଲ୍ଡ ଡନ୍ ଅବୁ ସାଲେମଙ୍କୁ  ଆଜୀବନ କାରାଦଣ୍ଡ।  ମୁମ୍ୱାଇ ସିରିଜ୍‌ ବୋମା ବିସ୍ପୋରଣ ମାମଲାରେ ଡନ୍ ଅବୁ ସାଲେମଙ୍କୁ  ଆଜି ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏଥିସହିତ କୋର୍ଟ ଅବୁ ସଲେମଙ୍କ ଅନ୍ୟଜଣେ ସହଯୋଗୀ କରିମୁଲ୍ଲା ଶେଖଙ୍କୁ ମଧ୍ୟ ସମାନ ଦଣ୍ଡାଦେଶ ଶୁଣାଇଛନ୍ତି।  ସେହିପରି ଉଭୟଙ୍କୁ ୨ ଲକ୍ଷ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଅନ୍ୟପକ୍ଷରେ ଏହି ମାମଲାର ସମ୍ପୃକ୍ତ  ଅନ୍ୟ ଜଣେ ଦୋଷୀ ମୁସ୍ତାଫ୍ ଦୋସାଙ୍କ ପୂର୍ବରୁ ହୃଦ୍‌ଘାତରେ ମତ୍ୟୁ ଘଟିଥିଲା।

୨୪ ବର୍ଷ ପରେ  କୋର୍ଟ ଏହି ମାମଲାରେ ଅବୁ ସାଲେମଙ୍କ ସହିତ ଅନ୍ୟ ଛଅ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

mumbaiମାର୍ଚ୍ଚ ୧୨, ୧୯୯୩ ମସିହାରେ ମୁମ୍ୱାଇରେ ସିରିଜ୍‌ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୨୫୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଲୋକେ ଆହତ ହୋଇଥିଲେ। ଏହି ଘଟଣା ଭିଆଇବା ପରେ ଅଭିଯୁକ୍ତମାନେ ପର୍ତ୍ତୁଗାଲ ଫେରାର ହୋଇଯାଥିଲେ। ତେବେ ୨୦୦୫ରେ ପ୍ରତ୍ୟାର୍ପଣ ମାଧ୍ୟମରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଭାରତକୁ ଆଣାଯାଇଥିଲା।

ଏହି ମାମଲାର ଆଉ ଜଣେ ଅଭିଯୁକ୍ତ ଅବଦୁଲ୍ କୟୁମକୁ ସମସ୍ତ ଅଭିଯୋଗରୁ କୋର୍ଟ ଦୋଷ ମୁକ୍ତ କରିଛନ୍ତି। ଫିଲ୍ମ ଷ୍ଟାର ସଞ୍ଜୟ ଦତ୍ତଙ୍କକୁ ଅସ୍ତ୍ରଶସ୍ତ୍ର  ଓ ଗୋଳାବାରୁଦ ପହଞ୍ଚାଇବାରେ କୟୁମ ସହାୟତା କରିଥିଲେ। କୟୁମଙ୍କୁ ୨୦୦୭ ଫେବୃଆରୀ ୧୩ ରେ ଗିରଫ କରାଯାଇଥିଲା। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଅବୁ ସାଲେମ ଅସ୍ତ୍ରଶସ୍ତ୍ର ଓ ଗୋଳାବରୁଦ ସହିତ ଏକେ ୪୭ ରାଇଫଲ୍ ସପ୍ଲାଏ କରିବା ନେଇ ଦୋଷୀ ସାବ୍ୟସ୍ତ କରାଯାଇଛି।

ଏହା ପୂର୍ବରୁ ଏହି ମାମଲାରେ ଟାଡା କୋର୍ଟ ୧୦୦ ଜଣଙ୍କୁ ଅଭିଯୁକ୍ତ କରିଥିଲେ। ଏଥିରେ ୟାକୁବ ଅବଦୁଲ୍ ରଜାକ୍ ମେନନ୍ ସାମିଲ ଥିଲେ। ୩୦ ଜୁଲାଇ ୨୦୧୫ରେ ତାଙ୍କୁ ଫାଶି ଦିଆଯାଇଥିଲା। ଏହି ମାମଲାରେ ସଞ୍ଜୟ ଦତ୍ତଙ୍କ ପୂରା ସଜ୍ଜା କାଟିବା ପରେ ଫେବୃଆରୀ ୨୦୧୬ରେ ଜେଲ୍‌ରୁ ମୁକୁଳି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story