ଦଳାଚକଟାରେ ୨ ଶ୍ରଦ୍ଧାଳୁ ମୃତ

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗାଣରେ ଥିବା ଏକ ମନ୍ଦିରରେ ଆଜି ସକାଳୁ ଭୟଙ୍କର ଦଳାଚକଟା ହୋଇଛି। ଏଥିରେ ୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେହିପରି କଚୁଆ ଲୋକନାଥ ମନ୍ଦିର ନିକଟରେ ହୋଇଥିବା ଦଳାଚକଟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗଙ୍କ ପାଇଁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଜି […]

s

Hemant Lenka
  • Published: Friday, 23 August 2019
  • , Updated: 23 August 2019, 03:40 PM IST

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗାଣରେ ଥିବା ଏକ ମନ୍ଦିରରେ ଆଜି ସକାଳୁ ଭୟଙ୍କର ଦଳାଚକଟା ହୋଇଛି। ଏଥିରେ ୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେହିପରି କଚୁଆ ଲୋକନାଥ ମନ୍ଦିର ନିକଟରେ ହୋଇଥିବା ଦଳାଚକଟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗଙ୍କ ପାଇଁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋରରୁ ମନ୍ଦିରକୁ ଯିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଏହି ସମୟରେ ପ୍ରବଳ ବର୍ଷା ହେବାରୁ ଲୋକମାନେ ନିକଟସ୍ଥ ଏକ ବାଉଁଶରେ ତିଆରି ହୋଇଥିବା ଷ୍ଟଲ ମଧ୍ୟରେ ଆଶ୍ରୟ ନେଇଥିଲେ। କିନ୍ତୁ ଅବିଶ୍ରାନ୍ତ ବର୍ଷା ଯୋଗୁ ଉକ୍ତ ବାଉଁଶର ଷ୍ଟଲଟି ଭୁଶୁଡ଼ି ଯାଇଥିଲା।

ଷ୍ଟଲ ଭୁଶୁଡ଼ି ଯିବାରୁ ଲୋକମାନେ ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲେ। ଫଳରେ ଏକ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତଙ୍କୁ ନ୍ୟାଶନାଲ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Related story