କରୋନା ସ୍କ୍ରିନିଂକୁ ନେଇ ହିଂସାକାଣ୍ଡ, ଚାଲିଗଲା ୨ ଜୀବନ

ଭିନ୍ଦ: ମହାମାରୀ କରୋନା ଭାଇରସ ସ୍କ୍ରିନିଂକୁ ନେଇ ମଧ୍ୟପ୍ରଦେଶର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପ୍ରବଳ ମାରପିଟ ହୋଇଛି। ଏଥିରେ ଜଣେ ବୟସ୍କ ମହିଳାଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଉଭୟ ପକ୍ଷର ଏକାଧିକ ଲୋକ ଆହତ ହୋଇଛନ୍ତି। ଜିଲ୍ଲାର ପ୍ରେମ ନଗର ଅଞ୍ଚଳରେ ଘଟିଥିବା ଏହି ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ନିକଟରେ ଦିଲ୍ଲୀରୁ ଜଣେ ବ୍ୟକ୍ତି ଭିନ୍ଦର ପ୍ରେମ […]

fa

fa

Hemant Lenka
  • Published: Saturday, 16 May 2020
  • Updated: 16 May 2020, 01:14 PM IST

Sports

Latest News

ଭିନ୍ଦ: ମହାମାରୀ କରୋନା ଭାଇରସ ସ୍କ୍ରିନିଂକୁ ନେଇ ମଧ୍ୟପ୍ରଦେଶର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପ୍ରବଳ ମାରପିଟ ହୋଇଛି। ଏଥିରେ ଜଣେ ବୟସ୍କ ମହିଳାଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଉଭୟ ପକ୍ଷର ଏକାଧିକ ଲୋକ ଆହତ ହୋଇଛନ୍ତି।

ଜିଲ୍ଲାର ପ୍ରେମ ନଗର ଅଞ୍ଚଳରେ ଘଟିଥିବା ଏହି ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ନିକଟରେ ଦିଲ୍ଲୀରୁ ଜଣେ ବ୍ୟକ୍ତି ଭିନ୍ଦର ପ୍ରେମ ନଗରକୁ ଆସିଥିଲେ।

ଏହି ସମୟରେ ଗୋଟିଏ ଗୋଷ୍ଠୀର ଲୋକ ତାଙ୍କୁ କୋଭିଡ-୧୯ ଟେଷ୍ଟ ପାଇଁ ପରାମର୍ଶ ଦେଇଥିଲେ। ତେବେ ବ୍ୟକ୍ତି ଜଣଙ୍କ ଟେଷ୍ଟ କରି ସାରିଛନ୍ତି ଓ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାଇଥିଲେ।

ହେଲେ ଏହାକୁ ଅନ୍ୟ ଗୋଷ୍ଠୀର ଲୋକ ବିଶ୍ୱାସ କରି ନଥିଲେ। ଫଳରେ କଥା ଯୁକ୍ତିତର୍କ ଓ ପରେ ମାରପିଟ ସ୍ଥିତିକୁ ଚାଲି ଯାଇଥିଲା। ଦିଲ୍ଲୀରୁ ଫେରିଥିବା ବ୍ୟକ୍ତି କିଛି ଲୋକଙ୍କୁ ଧରି ତାଙ୍କୁ ଟେଷ୍ଟ ପାଇଁ ବାଧ୍ୟ କରୁଥିବା ଲୋକଙ୍କ ଉପରେ ପାଲଟା ଆକ୍ରମଣ କରିଥିଲେ।

ଫଳରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଏହି ସଂଘର୍ଷରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୁଲିସ୍‌ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos