୨ ମୋଷ୍ଟ ୱାଣ୍ଟେଡ ମାଓବାଦୀଙ୍କ ଆତ୍ମସମର୍ପଣ

ବିଶାଖାପାଟଣା(ଯଶୋବନ୍ତ ନାରାୟଣ ପାଢ଼ୀ): ଗାଲିକୋଣ୍ଡା ଏରିଆ କମିଟି ମାଓ ଦଳର ୨ ଜଣ ମୋଷ୍ଟ ୱାଣ୍ଟେଡ ମାଓବାଦୀ ସୋମବାର ବିଶାଖାପାଟଣା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଗେମିଲି କିଶୋର(୨୨) ଓ ସି.ଶୋଭନ(୩୭)। ମାଓ ଦଳରେ ଗୋଷ୍ଠୀକନ୍ଦଳ ଯୋଗୁଁ ଦଳ ନଷ୍ଟ ହେବାକୁ ଯାଉଥିବାରୁ ପ୍ରାଣ ଭୟରେ ଦୁହେଁ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି। ଏମାନେ ଗତ ୫ ବର୍ଷ ଧରି ଆନ୍ଧ୍ର ଓ ଓଡ଼ିଶା ସୀମାରେ ସକ୍ରିୟ ଥିଲେ। କିଶୋରଙ୍କ ନାଁରେ ଆନ୍ଧ୍ର ଓ […]

MAOBADI

MAOBADI

Rakesh Mallick
  • Published: Monday, 18 December 2017
  • Updated: 18 December 2017, 08:12 PM IST

Sports

Latest News

ବିଶାଖାପାଟଣା(ଯଶୋବନ୍ତ ନାରାୟଣ ପାଢ଼ୀ): ଗାଲିକୋଣ୍ଡା ଏରିଆ କମିଟି ମାଓ ଦଳର ୨ ଜଣ ମୋଷ୍ଟ ୱାଣ୍ଟେଡ ମାଓବାଦୀ ସୋମବାର ବିଶାଖାପାଟଣା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଗେମିଲି କିଶୋର(୨୨) ଓ ସି.ଶୋଭନ(୩୭)। ମାଓ ଦଳରେ ଗୋଷ୍ଠୀକନ୍ଦଳ ଯୋଗୁଁ ଦଳ ନଷ୍ଟ ହେବାକୁ ଯାଉଥିବାରୁ ପ୍ରାଣ ଭୟରେ ଦୁହେଁ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି। ଏମାନେ ଗତ ୫ ବର୍ଷ ଧରି ଆନ୍ଧ୍ର ଓ ଓଡ଼ିଶା ସୀମାରେ ସକ୍ରିୟ ଥିଲେ।

କିଶୋରଙ୍କ ନାଁରେ ଆନ୍ଧ୍ର ଓ ଓଡ଼ିଶାର ବିଭିନ୍ନ ପୋଲିସ ଥାନାରେ ବହୁ ଅପରାଧିକ ମାମଲା ରହିଛି। ଶୋଭନ ମଧ୍ୟ ବହୁ ଆପରାଧିକ ମାମଲାରେ ଜଡ଼ିତ ଅଛନ୍ତି। ଶୋଭନଙ୍କୁ ଧରାଇ ଦେବାକୁ ଆନ୍ଧ୍ରପ୍ରଦେଶ ସରକାର ୧ ଲକ୍ଷ ଟଙ୍କା ପୁରସ୍କାର ରଖିଥିବା ବେଳେ କିଶୋରଙ୍କ ନାମରେ ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos