ଶ୍ରୀନଗର: ପଞ୍ଜାବର ୨ ଜଣ ସେଓ ବ୍ୟସାୟୀଙ୍କ ଉପରେ ଜମ୍ମୁ-କଶ୍ମୀରର ସୋପିଆନ୍ଠାରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ବୁଧବାର ସୋପିଆନ୍ର ଟ୍ରେଞ୍ଜ ଅଞ୍ଚଳରେ ଏଭଳି ଆକ୍ରମଣ ହୋଇଛି। ଏହି ୨ ଫଳ ବ୍ୟବସାୟୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।
ଏହି ୨ ବ୍ୟବସାୟୀଙ୍କ ନାମ ଚରନ୍ଜିତ୍ ସିଂହ ଏବଂ ସଞ୍ଜୀବ ବୋଲି ଜଣାପଡ଼ିଛି। ସନ୍ଧ୍ୟା ୭.୩୦ରେ ଏଭଳି ଘଟଣା ଘଟିଛି। ଏହାର ୨ ଦିନ ପୂର୍ବରୁ ଜଣେ ଡ୍ରାଇଭରଙ୍କ ହତ୍ୟା କରିଥିଲେ ଆତଙ୍କବାଦୀ। ଏହି ଘଟଣା ସୋପିଆନ୍ ଜିଲ୍ଲାରେ ହିଁ ଘଟିଥିଲା ଏବଂ ଏଥିରେ ଜଣେ ଫଳ ବଗିଚା ମାଲିକ ମଧ୍ୟ ପ୍ରାଣ ହରାଇଥିଲେ। ଏପରି କାଣ୍ଡ ଘଟାଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ପାକିସ୍ତାନୀ ମଧ୍ୟ ଥିଲା।
୭୨ ଦିନ ପରେ ମୋବାଇଲ୍ ସେବା ସ୍ୱାଭାବିକ ହେବା ପରେ ହିଁ ଏଭଳି ଘଟଣା ଘଟିଛି। ୩୭୦ ଧାରା ଉଚ୍ଛେଦ ପୂର୍ବ ରାତିରୁ ଏଠାରେ କଟକଣା ଜାରି ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଠାକୁର ଦର୍ଶନ ସାରି ଫେରୁଥିବା କାର୍କୁ ଧକ୍କା ଦେଲା ବସ୍, ୫ ମୃତ
ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୫ ଜଣ ଆହତ ହୋଇଛନ୍ତି।
National
ଜାଲିଆତି ଅର୍ଡର ଦେଖାଇ ଥାନାରୁ ନେଇଗଲେ ଜବତ ଗାଡ଼ି, ବନ୍ଧା ହେଲେ ଓକିଲ
ଅବୈଧ ଖନନ ମାମଲାରେ ପୁଲିସ୍ ଜବତ କରିଥିବା ବାଇକ୍କୁ ଅଦାଲତର ଜାଲି ଆଦେଶ ଦେଖାଇ ଛଡ଼ାଇ ନେଇଥିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ଓକିଲଜଣକ ।
National
ଏସିଡ୍ ଆକ୍ରମଣ ଓ ଦୁଷ୍କର୍ମ ପୀଡିତାଙ୍କଠୁ ଚିକିତ୍ସା ଫି' ନେବା ଅପରାଧ
ଦୁଷ୍କର୍ମ ପୀଡ଼ିତା, ପୋକ୍ସୋ ମାମଲାର ପୀଡ଼ିତା ତଥା ଯୌନ ନିର୍ଯାତନାର ଶିକାର ହୋଇଥିବା ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ସମସ୍ତ ଡାକ୍ତରଖାନା, ନର୍ସିଂହୋମ୍, କ୍ଲିନିକ୍, ମେଡିକାଲ୍ ସେଣ୍ଟରର ଦାୟିତ୍ୱ ବୋଲି କୋର୍ଟ କହିଛନ୍ତି।
National
ମିଲିଟାରୀ କଲୋନୀରୁ ମିଳିଥିଲା ନାବାଳିକାଙ୍କ ମୃତଦେହ, ବନ୍ଧା ହେଲେ ପଡ଼ୋଶୀ ଯୁବକ
ଏହି ମାମଲାର ଖୋଳତାଡ଼ କରି ପୁଲିସ୍ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଜଣକ ମୃତା ନାବାଳିକାଙ୍କ ପଡ଼ୋଶୀ ବୋଲି ଜଣାଯାଇଛି।
National
ପୂର୍ବତନ ଗୃହ ସଚିବ ଅଜୟ ଭଲ୍ଲା ମଣିପୁର ରାଜ୍ୟପାଳ
କେରଳ ଓ ବିହାର ରାଜ୍ୟପାଳଙ୍କୁ ଅଦଳବଦଳ କରାଯାଇଛି। କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ବିହାରକୁ ବଦଳି କରାଯାଇଥିବା ବେଳେ ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ କେରଳର ରାଜ୍ୟପାଳ କରାଯାଇଛି।