ବାଇଡେନ ସରକାରରେ ଭାରତୀୟ ବଂଶୋଦ୍ଭବଙ୍କ ଦବଦବା

ନୂଆଦିଲ୍ଲୀ: ୪୬ତମ ରାଷ୍ଟ୍ରପତି ଭାବରେ ଶପଥ ନେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ବୁଧବାରଠାରୁ ଆମେରିକାରେ ଆରମ୍ଭ ହୋଇଥିବା ବାଇଡେନ ସରକାର ପାଇଁ ଅନେକ ଚ୍ୟାଲେଞ୍ଜ ରହିଛି। ଆଉ ଏହିସବୁ ଜଟିଳ ଗଣିତକୁ ସମାଧାନ କରିବେ ଭାରତୀୟ ବଂଶୋଦ୍ଭବ। ଯାହାକି ଆମେରିକା ସହ ଭାରତର ସମ୍ପର୍କକୁ ଆହୁରି ନିବିଡ଼ କରାଇବା ବୋଲି ବିଶ୍ୱାସ ରହିଛି। ଜୋ ବାଇଡେନ୍ ମୋଟ୍ ୨୦ ଭାରତୀୟ ବଂଶୋଦ୍ଭବ ଆମେରିକୀୟଙ୍କୁ ମନୋନୀତ କରିଛନ୍ତି। ଏମାନଙ୍କ ମଧ୍ୟରେ ୧୩ ଜଣ ମହିଳା ରହିଛନ୍ତି। ପରିଚାଳନା […]

indo-america-in-biden-govt

Subhransu Sekhar
  • Published: Thursday, 21 January 2021
  • , Updated: 21 January 2021, 03:37 PM IST

ନୂଆଦିଲ୍ଲୀ: ୪୬ତମ ରାଷ୍ଟ୍ରପତି ଭାବରେ ଶପଥ ନେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ବୁଧବାରଠାରୁ ଆମେରିକାରେ ଆରମ୍ଭ ହୋଇଥିବା ବାଇଡେନ ସରକାର ପାଇଁ ଅନେକ ଚ୍ୟାଲେଞ୍ଜ ରହିଛି। ଆଉ ଏହିସବୁ ଜଟିଳ ଗଣିତକୁ ସମାଧାନ କରିବେ ଭାରତୀୟ ବଂଶୋଦ୍ଭବ। ଯାହାକି ଆମେରିକା ସହ ଭାରତର ସମ୍ପର୍କକୁ ଆହୁରି ନିବିଡ଼ କରାଇବା ବୋଲି ବିଶ୍ୱାସ ରହିଛି। ଜୋ ବାଇଡେନ୍ ମୋଟ୍ ୨୦ ଭାରତୀୟ ବଂଶୋଦ୍ଭବ ଆମେରିକୀୟଙ୍କୁ ମନୋନୀତ କରିଛନ୍ତି। ଏମାନଙ୍କ ମଧ୍ୟରେ ୧୩ ଜଣ ମହିଳା ରହିଛନ୍ତି।

ପରିଚାଳନା ଏବଂ ବଜେଟ୍ ନିର୍ଦ୍ଦେଶକ ଭାବରେ ମନୋନୀତ ହୋଇଥିବା ନୀରା ଟାଣ୍ଡେନଙ୍କ ସମେତ ମୋଟ୍ ୧୭ ଜଣ ବାଇଡେନ ପ୍ରଶାସନର ପ୍ରମୁଖ ପଦବୀରେ ରହିଛନ୍ତି। ପ୍ରଥମ ଥର ପାଇଁ ଆମେରିକାରେ କୌଣସି ସରକାର ଶପଥ ନେବା ପୂର୍ବରୁ ଏତେ ସଂଖ୍ୟକ ଭାରତୀୟ-ଆମେରିକୀୟଙ୍କୁ ନିଯୁକ୍ତ କରାଯାଇଛି।

ତେବେ ବାଇଡେନଙ୍କ ତାଲିକାରେ ଶୀର୍ଷରେ ଅଛନ୍ତି ହ୍ୱାଇଟ ହାଉସ୍ ଅଫିସ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ବଜେଟର ନିର୍ଦ୍ଦେଶକ ତଥା ଆମେରିକାର ସର୍ଜନ ଜେନେରାଲ ଭାବରେ ମନୋନୀତ ହୋଇଥିବା ଡକ୍ଟର ବିବେକ ମୂର୍ତ୍ତୀ।

ବନୀତା ଗୁପ୍ତାଙ୍କୁ ନ୍ୟାୟ ବିଭାଗର ଆସୋସିଏଟ୍ ଆଟର୍ଣ୍ଣି ଜେନେରାଲ୍ ଭାବେ ମନୋନୀତ କରାଯାଇଛି। ସେହିପରି ପୂର୍ବତନ ବୈଦେଶିକ ସେବା ଅଧିକାରୀ ଉଜ୍ରା ଜେୟା ନାଗରିକ ସୁରକ୍ଷା, ଗଣତନ୍ତ୍ର ଏବଂ ମାନବ ଅଧିକାର ବିଭାଗର ସେକ୍ରେଟେରୀ ଭାବରେ ନିଯୁକ୍ତ ହୋଇଛନ୍ତି।

ସେହିପରି ପ୍ରଥମ ଲେଡି ଡକ୍ଚର ଜିଲ ବାଇଡେନଙ୍କ କାର୍ଯ୍ୟାଳୟର ଡିଜିଟାଲ ନିର୍ଦ୍ଦେଶକ ଭାବରେ ପାଇଁ ମାଲା ଆଡିଗା ଏବଂ ଗରିମା ବର୍ମା ନିଯୁକ୍ତ ହୋଇଥିବାବେଳେ ସାବ୍ରିନା ସିଂଙ୍କୁ ହ୍ୱାଇଟ ହାଉସର ଡେପୁଟି ପ୍ରେସ ସେକ୍ରେଟାରୀ ଭାବରେ ନିଯୁକ୍ତ କରାଯାଇଛି।

ହ୍ୱାଇଟ ହାଉସ ଅଫିସ ଅଫ ଡିଜିଟାଲ ଷ୍ଟ୍ରାଟେଜିରେ ପାର୍ଟନରସିପ ମ୍ୟାନେଜର ଭାବରେ ନାମିତ ହୋଇଥିବା ଆୟଶା ଶାହା ଏବଂ ପ୍ରମୁଖ ପଦବୀରେ ଅବସ୍ଥାପିତ ସମୀର ଫାଜିଲି; ହ୍ୱାଇଟ୍ ହାଉସରେ ଆମେରିକାର ଜାତୀୟ ଅର୍ଥନୀତିକ ପରିଷଦ (NEC) ର ଡେପୁଟି ଡାଇରେକ୍ଟର ଭାବରେ ନିଯୁକ୍ତ ହୋଇଛନ୍ତି।

ହ୍ୱାଇଟ୍ ହାଉସର ଜାତୀୟ ଅର୍ଥନୀତିକ ପରିଷଦର ଡେପୁଟି ଡାଇରେକ୍ଟର ଭାବରେ ଆଉ ଜଣେ ଭାରତୀୟ-ଆମେରିକୀୟ ଭାରତ ରାମମୂର୍ତ୍ତି ମଧ୍ୟ ରହିଛନ୍ତି। ପୂର୍ବରୁ ଓବାମା ପ୍ରଶାସନରେ ହ୍ୱାଇଟ୍ ହାଉସ ସହ ଜଡ଼ିତ ଥିବା ଗୌତମ ରାଘବନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ଡେପୁଟି ଡାଇରେକ୍ଟର ଭାବରେ ନିଯୁକ୍ତ ହୋଇଛନ୍ତି।

ଅନ୍ୟତମ ଭାରତୀୟ ବଂଶୋଦ୍ଭବ ତଥା ବାଇଡେନଙ୍କ ବିଶ୍ୱସ୍ତ ବିନୟ ରେଡ୍ଡୀ ସ୍ପୀଚ୍ ରାଇଟିର ଭାବରେ ନାମିତ ହୋଇଛନ୍ତି। ବାଇଡେନ୍ ଏବଂ କମଲା ହାରିସଙ୍କ ପ୍ରଚାର ପାଇଁ ମଧ୍ୟ ବିନୟ ସ୍ପିଚ୍ ଲେଖିଥିଲେ।

ବେଦାନ୍ତ ପଟେଲ ରାଷ୍ଟ୍ରପତିଙ୍କ ସହକାରୀ ପ୍ରେସ ସଚିବ ଭାବରେ ହ୍ୱାଇଟ୍ ହାଉସର ଲୋ ପ୍ରେସରେ ନିଯୁକ୍ତ ହୋଇଛନ୍ତି। ମୋଟ୍ ତିନି ଜଣ ଭାରତୀୟ-ଆମେରିକୀୟ ହ୍ୱାଇଟ ହାଉସର ଗୁରୁତ୍ୱପୂର୍ଣ୍ଣ ଜାତୀୟ ସୁରକ୍ଷା ପରିଷଦକୁ ଯାଇଛନ୍ତି। ଏହି ତିନି ଦେଶର ବୈଦେଶିକ ନୀତି ଏବଂ ଜାତୀୟ ସୁରକ୍ଷା ଉପରେ ନଜର ରଖିବେ। ଏମାନଙ୍କ ମଧ୍ୟରୁ ତରୁଣ ଛାବ୍ରା ଟେକ୍ନୋଲୋଜି ଏବଂ ଜାତୀୟ ସୁରକ୍ଷା ପାଇଁ ନିଯୁକ୍ତ ହୋଇଛନ୍ତି, ସୁମୋନା ଗୁହା ଦକ୍ଷିଣ ଏସିଆର ବରିଷ୍ଠ ନିର୍ଦ୍ଦେଶକ ଏବଂ ଶାନ୍ତି କାଲାଥିଲ ଗଣତନ୍ତ୍ର ଏବଂ ମାନବ ଅଧିକାରର ସଂଯୋଜକ ଭାବରେ ନିଯୁକ୍ତ ହୋଇଛନ୍ତି।

ସେହିପରି ଘରୋଇ ଜଳବାୟୁ ନୀତି କାର୍ଯ୍ୟାଳୟରେ ଜଳବାୟୁ ନୀତି ପାଇଁ ସୋନିଆ ଅଗ୍ରୱାଲଙ୍କୁ ବରିଷ୍ଠ ଉପଦେଷ୍ଟା ଭାବରେ ନିଯୁକ୍ତ କରାଯାଇଛି ଏବଂ କୋଭିଡ୍ ରେସପନ୍ସ ଟିମ୍ ପାଇଁ ବିଦୁର ଶର୍ମା ନିଯୁକ୍ତ ହୋଇଛନ୍ତି।

ହ୍ୱାଇଟ୍ ହାଉସର ପରାମର୍ଶଦାତା କାର୍ଯ୍ୟାଳୟରେ ଦୁଇଜଣ ଭାରତୀୟ-ଆମେରିକୀୟ ମହିଳା ନିଯୁକ୍ତ ହୋଇଛନ୍ତି। ନେହା ଗୁପ୍ତାଙ୍କୁ ଆସୋସିଏଟ କାଉନସେଲ ଏବଂ ରେମା ଶାହାଙ୍କୁ ଡେପୁଟି ଆସୋସିଏଟ କାଉନସିଲ ଭାବରେ ନିଯୁକ୍ତ ହୋଇଛନ୍ତି।

Related story