'୨୦ କଂଗ୍ରେସ ବିଧାୟକ କର୍ଣ୍ଣାଟକା ମେଣ୍ଟ ସରକାରକୁ ନେଇ ଅସନ୍ତୁଷ୍ଟ'

ବେଙ୍ଗାଲୁରୁ: “କର୍ଣ୍ଣାଟକାର ଜେଡିଏସ-କଂଗ୍ରେସ ମେଣ୍ଟ ସରକାର ଉପରେ ୨୦ କଂଗ୍ରେସ ବିଧାୟକ ଘୋର ଅସନ୍ତୁଷ୍ଟ। କୌଣସି ମୂହୁର୍ତ୍ତରେ ଏହି ଅସନ୍ତୁଷ୍ଟ ବିଧାୟକ ଗୋଷ୍ଠୀ କିଛି ବି ନିଷ୍ପତ୍ତି ନେଇପାରନ୍ତି।” ବିଜେପି ବିଧାୟକ ଦଳର ନେତା ବିଏସ ୟେଦ୍ଦୁରପ୍ପା ଆଜି ଗଣମାଧ୍ୟମକୁ ଏହା କହିଛନ୍ତି। ଏହି ଅସନ୍ତୁଷ୍ଟ ବିଧାୟକ ଗୋଷ୍ଠୀଙ୍କ ଗତିବିଧି ଉପରେ ବିଜେପିର ନଜର ରହିଛି ବୋଲି ସେ କହିଛନ୍ତି।   ନିକଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମାୟା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରୁଥିବା […]

bs yeddurappa

bs yeddurappa

Subhransu Sekhar
  • Published: Friday, 10 May 2019
  • Updated: 10 May 2019, 03:34 PM IST

Sports

Latest News

ବେଙ୍ଗାଲୁରୁ: "କର୍ଣ୍ଣାଟକାର ଜେଡିଏସ-କଂଗ୍ରେସ ମେଣ୍ଟ ସରକାର ଉପରେ ୨୦ କଂଗ୍ରେସ ବିଧାୟକ ଘୋର ଅସନ୍ତୁଷ୍ଟ। କୌଣସି ମୂହୁର୍ତ୍ତରେ ଏହି ଅସନ୍ତୁଷ୍ଟ ବିଧାୟକ ଗୋଷ୍ଠୀ କିଛି ବି ନିଷ୍ପତ୍ତି ନେଇପାରନ୍ତି।" ବିଜେପି ବିଧାୟକ ଦଳର ନେତା ବିଏସ ୟେଦ୍ଦୁରପ୍ପା ଆଜି ଗଣମାଧ୍ୟମକୁ ଏହା କହିଛନ୍ତି। ଏହି ଅସନ୍ତୁଷ୍ଟ ବିଧାୟକ ଗୋଷ୍ଠୀଙ୍କ ଗତିବିଧି ଉପରେ ବିଜେପିର ନଜର ରହିଛି ବୋଲି ସେ କହିଛନ୍ତି।
 
ନିକଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମାୟା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରୁଥିବା ଜଣାପଡ଼ିଥିଲା। ଏମିତିକି ସେ କିଛି ଜେଡିଏସ କର୍ମୀଙ୍କୁ କଂଗ୍ରେସରେ ସାମିଲ ମଧ୍ୟ କରାଇଥିଲେ। ଯାହାକୁ ନେଇ ଜେଡିଏସ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ମଧ୍ୟ ଚିନ୍ତା ବ୍ୟକ୍ତ କରିଥିଲେ। ଜେଡିଏସ-କଂଗ୍ରେସ ମଧ୍ୟରେ କନ୍ଦଳ ଲାଗି ରହିଥିବାବେଳେ ବିଜେପିକୁ କ୍ଷମତା ବାହାରେ ରଖିବା ପାଇଁ ଏହି ଅସନ୍ତୋଷକୁ ଚପାଇ ରଖାଯାଇଥିବା ଜଣାପଡ଼ିଛି। କଂଗ୍ରେସ ଓ ଜେଡିଏସ ଅଭିଯୋଗ କରିଛନ୍ତି ଯେ ବିଜେପି ସେମାନଙ୍କର ବିଧାୟକଙ୍କୁ ନେଇ ଘୋଡ଼ା ବେପାର  କରିବାକୁ ଚେଷ୍ଟା ଚଳାଇଛି।
 
ସୂଚନାଯୋଗ୍ୟ, ମେ ୨୦୧୮ରେ କର୍ଣ୍ଣାଟକା ବିଧାନସଭା ନିର୍ବାଚନ ହୋଇଥିଲା। ଏଥିରେ ବିଜେପି ୧୦୪ଟି ଆସନ, କଂଗ୍ରେସ ୮୦ଟି ଆସନ ଏବଂ ଜେଡିଏସ ୩୭ଚି ଆସନ ଜିତିଥିଲେ। ହେଲେ ବିଜେପିରୁ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ଜେଡିଏସର ସମର୍ଥନ ହାସଲ କରି ମେଣ୍ଟ ସରକାର ଗଢ଼ିବାରେ ସଫଳ ହୋଇଛି। କିନ୍ତୁ ଦୁଇ ଦଳ ମଧ୍ୟରେ ଲାଗିରହିଥିବା କନ୍ଦଳ ଯୋଗୁ ମେଣ୍ଟ ସରକାର ଚଳାଇବା ବଡ଼ କଷ୍ଟକର ବ୍ୟାପାର ବୋଲି କୁମାରସ୍ୱାମୀ ବାରମ୍ବାର କହିଆସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story