ନୂଆଦିଲ୍ଲୀ: ଆମେରିକାର ଟେକ୍ସାସ ସ୍ଥିତ ୱାଲ୍ମାର୍ଟ ସପିଂ ମଲ୍ରେ ଶନିବାର ଗୁଳିକାଣ୍ଡ ହୋଇଛି। ଏଥିରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୨୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ଘଟଣାରେ ପୁଲିସ୍ ତିନି ଜଣ ସନ୍ଦିଗ୍ଧକୁ ଧରିଥିବା ଖବର ମିଳିଛି। ତେବେ ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଜଣେ ୨୧ ବର୍ଷୀୟ ଯୁବକ ଏହି ଗୁଳିକାଣ୍ଡ ଭିଆଇଛନ୍ତି। ସେ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିବା ବି କୁହାଯାଇଛି। ତେବେ ପୁଲିସ୍ ଏନେଇ କିଛି ସ୍ପଷ୍ଟ କରିନାହିଁ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି।
ଆମେରିକାରେ ୱାଲ୍ମାର୍ଟ ଷ୍ଟୋର୍ରେ ଏକ ସପ୍ତାହ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଗୁଳିକାଣ୍ଡ ଘଟଣା। ସେହିପରି ଗତ ସପ୍ତାହରେ କାଲିଫୋର୍ନିଆର ଗିଲରୋପ ଗାର୍ଲିକ ଫେଷ୍ଟିଭାଲ୍ରେ ମଧ୍ୟ ଗୁଳିକାଣ୍ଡ ଘଟିଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା।
ଏହା ପୂର୍ବରୁ ଜୁନ୍ ମାସ ଶେଷ ସପ୍ତାହରେ ଟେକ୍ସାସରେ ଦୁଇଟି ସ୍ଥାନରେ ଗୁଳିକାଣ୍ଡ ହୋଇଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପଶ୍ଚିମବଙ୍ଗରେ ହିଂସା, କର୍ଫ୍ୟୁ ଲାଗୁ, ଇଣ୍ଟରନେଟ୍ ସେବା ବନ୍ଦ
ଏହି ମାମଲାରେ ପୁଲିସ ୧୫ ଜଣଙ୍କୁ ଗିରଫ କରିଛି।
National
ଭୟଙ୍କର ବାୟୁ ପ୍ରଦୂଷଣ, ସ୍କୁଲ ବନ୍ଦ, GRPA 4 ଲାଗୁ
ଶିଶୁ, ବରିଷ୍ଠ ନାଗରିକ ଏବଂ ହୃଦରୋଗ ଓ ଶ୍ୱାସ ଜନିତ ସମସ୍ୟା ଥିବା ରୋଗୀଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।
National
ଦିଲ୍ଲୀ ବାୟୁର ମାନ 'ସିଭିୟର ପ୍ଲସ୍', ସୋମବାରଠୁ ଅନଲାଇନ୍ କ୍ଲାସ୍
ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୫୭ ସ୍ତରରେ ପହଞ୍ଚିଛି। ଯେଉଁଥିପାଇଁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ସୋମବାର ସକାଳ ୮ଟାରୁ ଦିଲ୍ଲୀ ଏନସିଆରରେ GRAP-4 କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛି।
Crime
ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିବାରୁ ଅଢ଼େଇ ଲକ୍ଷ ଫାଇନ, ଲାଇସେନ୍ସ ରଦ୍ଦ
ଥ୍ରିସୁର ମେଡିକାଲ କଲେଜକୁ ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିନଥିଲେ କାର ଚାଳକ। ସୋଶାଲ ମିଡିଆରେ ଭାଇରାଲ ହେଉଛି ଭିଡିଓ।
National
'ପରିସ୍ଥିତି ସୁଧାରିବାରେ ବିଫଳ'; ମଣିପୁର ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ଏନପିପି
ମଣିପୁରରେ ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି)। ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ନେତୃତ୍ୱରେ ବିଜେପି ସରକାର ବର୍ତ୍ତମାନର ପରିସ୍ଥିତିର ମୁକାବିଲା କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛି ଏନପିପି।