ବୁଲେଟ୍‌ ଟ୍ରେନ୍‌ର ଶିଳାନ୍ୟାସ ପରେ ମୋଦିଙ୍କ ୨୦ଟି କଥା

ଅହମ୍ମଦାବାଦ: ଶୀଘ୍ର ପୂରଣ ହେବାକୁ ଯାଉଛି ଭାରତର ବହୁ ପ୍ରତୀକ୍ଷିତ ବୁଲେଟ୍‌ ଟ୍ରେନ୍‌ ଚାଲିବା ସ୍ୱପ୍ନ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଏହାର ଶିଳାନ୍ୟାସ କରିଛନ୍ତି। ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ବ୍ୟୟରେ ହେବାକୁ ଯାଉଥିବା ଏହି ଟ୍ରେନ୍‌ ଭାରତର ବିକାଶଧାରାକୁ ଆଗକୁ ବଢାଇବ ବୋଲି ମୋଦି ତାଙ୍କ ଉଦ୍‌ବୋଧନରେ କହିଛନ୍ତି। ସେ କହିଛନ୍ତି- “ଦେଶର ବିକାଶ ପରିବହନର ବିକାଶ ସହ ଜଡିତ। ବୁଲେଟ୍‌ ଟ୍ରେନ ଦ୍ରୁତଗତି, […]

Rakesh Mallick
  • Published: Thursday, 14 September 2017
  • Updated: 14 September 2017, 02:06 PM IST

Sports

Latest News

ଅହମ୍ମଦାବାଦ: ଶୀଘ୍ର ପୂରଣ ହେବାକୁ ଯାଉଛି ଭାରତର ବହୁ ପ୍ରତୀକ୍ଷିତ ବୁଲେଟ୍‌ ଟ୍ରେନ୍‌ ଚାଲିବା ସ୍ୱପ୍ନ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଏହାର ଶିଳାନ୍ୟାସ କରିଛନ୍ତି। ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ବ୍ୟୟରେ ହେବାକୁ ଯାଉଥିବା ଏହି ଟ୍ରେନ୍‌ ଭାରତର ବିକାଶଧାରାକୁ ଆଗକୁ ବଢାଇବ ବୋଲି ମୋଦି ତାଙ୍କ ଉଦ୍‌ବୋଧନରେ କହିଛନ୍ତି। ସେ କହିଛନ୍ତି- “ଦେଶର ବିକାଶ ପରିବହନର ବିକାଶ ସହ ଜଡିତ। ବୁଲେଟ୍‌ ଟ୍ରେନ ଦ୍ରୁତଗତି, ଦ୍ରୁତ ପ୍ରଗତୀ ଓ ନୂଆ ଟେକ୍ନୋଲୋଜି ଆଣି ଦେବ।”

ବୁଲେଟ୍‌ ଟ୍ରେନ୍‌କୁ ନେଇ ମୋଦିଙ୍କ ୨୦ଟି ଖାସ୍‌ କଥା

୧. ଜାପାନର ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ଭବ୍ୟ ସ୍ୱାଗତ ପାଇଁ ଗୁଜରାତବାସୀଙ୍କୁ ଧନ୍ୟବାଦ।

୨. ବୁଲେଟ୍‌ ଟ୍ରେନ ଦ୍ରୁତଗତି, ଦ୍ରୁତ ପ୍ରଗତୀ ଓ ଦ୍ରୁତ ଟେକ୍ନୋଲଜି ମାଧ୍ୟମରେ ଦ୍ରୁତ ପରିଣାମ ଆଣିବ। ଏଥରେ ସୁବିଧା ଓ ସୁରକ୍ଷା ରହିଛି।

୩. ଆଜିର ଦିନ ଭାରତ ଓ ଜାପାନ ପାଇଁ ଭାବନାତ୍ମକ ସୁଯୋଗ ସୃଷ୍ଟି କରିଛି।

୪. ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍‌ ଟ୍ରେନ୍‌ ଏହି ବନ୍ଧୁତ୍ୱର ଏକ ଉଦାହରଣ।

୫. ବୁଲେଟ୍‌ ଟ୍ରେନ୍‌ ଶିଳାନ୍ୟାସର ଶ୍ରେୟ ମୋ ବନ୍ଧୁ ସିଂଜୋଙ୍କୁ ଯାଉଛି।

୬. ଦେଶର ବିକାଶରେ ପରିବହନ ବ୍ୟବସ୍ଥାର ବଡ଼ ଭୂମିକା ରହିଛି।

୭. ସଡ଼କ, ରେଳ ଓ ଆକାଶ ପଥରେ ଦେଶରେ ସମ୍ପର୍କ ବଢିଥାଏ।

୮. ଇତିହାସ କହୁଛି, ରେଳ ଆସିବା ପରେ ଆମେରିକାର ବିକାଶ ହୋଇଥିଲା।

୯. ୟୁରୋପରୁ ଚୀନ୍‌ ପର୍ଯ୍ୟନ୍ତ ସବୁ ଦେଶରେ ହାଇସ୍ପିଡ୍‌ ଟ୍ରେନ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି।

୧୦. ସମୟ ସହ ତାଳଦେଇ ଆମ ପାଖରେ ଥିବା ବ୍ୟବସ୍ଥାକୁ ଆହୁରି କ୍ରିୟାଶୀଳ କରାଯିବା ଉଚିତ।

୧୧. ଧୀରେ ଧୀରେ ଆଗେଇବାର ଏହା ସମୟ ନୁହେଁ।

୧୨. ସିଂଜୋ ଆବେ ବୁଲେଟ୍‌ ଟ୍ରେନ୍‌ ପାଇଁ ୮୮,୦୦୦ କୋଟି ଟଙ୍କା ୦.୧ ପ୍ରତିଶତ ସୁଧରେ ଦେଇଛନ୍ତି।

୧୩. କିଛି ଲୋକ ପ୍ରଥମେ କହୁଥିଲେ ମୋଦି କେବଳ ପ୍ରତିଶ୍ରୁତି ଦେଉଛନ୍ତି। ବୁଲେଟ୍‌ ଟ୍ରେନ୍‌ କେବେ ଆଣିବେ। ବୁଲେଟ୍‌ ଟ୍ରେନ୍‌ ନେଇ ଆସିଲି, ଏବେ କହୁଛନ୍ତି କାହିଁକି ଆଣିଲ।

୧୪. ବୁଲେଟ ଟ୍ରେନ୍‌ ଯୋଗୁଁ ଦେଶକୁ ନୂଆ ଗତି ମିଳିବ।

୧୫. ଏହି ଟ୍ରେନ୍‌ ଅହମ୍ମଦାବାଦରୁ ମୁମ୍ବାଇ ଯିବ।

୧୬. ୨ରୁ ୩ ଘଣ୍ଟାରେ ୫୦୮ କିମିର ଦୂରତା ପୂରଣ ହୋଇଯିବ।

୧୭. ବିମାନଯାତ୍ରାର ଅଧା ସମୟରେ ବୁଲେଟ୍‌ ଟ୍ରେନ୍‌ରେ ଯାତ୍ରା କରି ହେବ।

୧୮. ବିମାନ ଇନ୍ଧନ ବଞ୍ଚିଲେ ବିଦେଶୀ ପୁଞ୍ଜି ବଞ୍ଚିବ।

୧୯. ବୁଲେଟ୍‌ ଟ୍ରେନ୍‌ରୁ ସବୁ ବିଭାଗକୁ ଫାଇଦା ମିଳିବ।

୨୦. ବୁଲେଟ୍‌ ଟ୍ରେନ୍‌ ଯୋଗୁଁ ଦୁଇ ସହରର ଲୋକଙ୍କ ମଧ୍ୟରେ ଘନିଷ୍ଠତା ବଢିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos