ଋଷ ସାହାଯ୍ୟରେ ୧୪୦ଟି ଶକ୍ତିଶାଳୀ ହେଲିକପ୍ଟର ତିଆରି କରିବ ଭାରତ, ଆଉ ୬୦ଟି କିଣିବ

ନୂଆଦିଲ୍ଲୀ: ଚୀନ ଓ ପାକିସ୍ତାନ ଭଳି ପଡ଼ୋଶୀ ରାଷ୍ଟ୍ର ସହିତ ଟକ୍କର ଦେବାକୁ ଧୀରେ ଧୀରେ ପ୍ରତିରକ୍ଷା କ୍ଷେତ୍ରରେ ଶକ୍ତିଶାଳୀ ହେଉଛି ଭାରତ। ଏଥିପାଇଁ ଋଷ ସହାୟତାରେ ୧୪୦ଟି Kamov Ka-226t ଶକ୍ତିଶାଳୀ ଯୁଦ୍ଧ ହେଲିକପ୍ଟର ନିର୍ମାଣ କରିବାକୁ ଯାଉଛି ଭାରତ। ତା’ସହିତ ଆଉ ୬୦ଟି ସିଧାସଳଖ ଋଷଠାରୁ କିଣିବ। ଋଷିଆ ହେଲିକପ୍ଟର(ଏଚ୍‌ଆର୍‌) ଓ ଭାରତର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ (ଏଚ୍‌ଏଏଲ୍‌)ର ମିଳିତ ଉଦ୍ୟମରେ ଏହି ହେଲିକପ୍ଟର ନିର୍ମାଣ କରାଯିବ। ଏଥିପାଇଁ ପ୍ରାଥମିକ ସ୍ତରରେ ସମସ୍ତ ପ୍ରସ୍ତୁତି […]

kamov5

kamov5

Rakesh Mallick
  • Published: Sunday, 03 June 2018
  • Updated: 03 June 2018, 06:08 PM IST

ନୂଆଦିଲ୍ଲୀ: ଚୀନ ଓ ପାକିସ୍ତାନ ଭଳି ପଡ଼ୋଶୀ ରାଷ୍ଟ୍ର ସହିତ ଟକ୍କର ଦେବାକୁ ଧୀରେ ଧୀରେ ପ୍ରତିରକ୍ଷା କ୍ଷେତ୍ରରେ ଶକ୍ତିଶାଳୀ ହେଉଛି ଭାରତ। ଏଥିପାଇଁ ଋଷ ସହାୟତାରେ ୧୪୦ଟି Kamov Ka-226t ଶକ୍ତିଶାଳୀ ଯୁଦ୍ଧ ହେଲିକପ୍ଟର ନିର୍ମାଣ କରିବାକୁ ଯାଉଛି ଭାରତ। ତା’ସହିତ ଆଉ ୬୦ଟି ସିଧାସଳଖ ଋଷଠାରୁ କିଣିବ।

ଋଷିଆ ହେଲିକପ୍ଟର(ଏଚ୍‌ଆର୍‌) ଓ ଭାରତର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ (ଏଚ୍‌ଏଏଲ୍‌)ର ମିଳିତ ଉଦ୍ୟମରେ ଏହି ହେଲିକପ୍ଟର ନିର୍ମାଣ କରାଯିବ। ଏଥିପାଇଁ ପ୍ରାଥମିକ ସ୍ତରରେ ସମସ୍ତ ପ୍ରସ୍ତୁତି ସରିଛି। ଆସନ୍ତା ଚାରି ମାସ ମଧ୍ୟରେ ହେଲିକପ୍ଟର ନିର୍ମାଣ ପାଇଁ ଚୁକ୍ତି ଚୂଡ଼ାନ୍ତ ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

୨୦୧୫ ମସିହା ଡିସେମ୍ବର ମାସରେ ମୋଦିଙ୍କ ଋଷ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଏହି ଚୁକ୍ତି ହୋଇଥିଲା। ପରେ ୨୦୧୬ରେ ଋଷ ଓ ଭାରତ ମିଶି ବୋର୍ଡ ଏଗ୍ରିମେଣ୍ଟରେ ହସ୍ତାକ୍ଷର କରିଥିଲେ। ଯାହା ଫଳରେ ଆର୍‌ଏଚ୍‌ ଓ ଏଚ୍‌ଏଏଲ୍‌ ମିଶି ଏହି ହେଲିକପ୍ଟର ନିର୍ମାଣ କରିବାର ବାଟ ଫିଟି ଥିଲା।

ବିଦା ହେବେ ଚିତା ଓ ଚେତକ: ଭାରତୀୟ ସେନା ଚିତା ଓ ଚେତକ ହେଲିକପ୍ଟରକୁ ବଦଳାଇବାକୁ ଚାହୁଁଛି। ଏହା ସ୍ଥାନରେ ନୂଆ ବୈଷୟିକ ଜ୍ଞାନକୌଶଳ ସମ୍ପନ୍ନ Kamov ହେଲିକପ୍ଟରକୁ ଆଣିବାକୁ ଚାହୁଁଛି। ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଇଣ୍ଡୋ-ଋଷିଆନ୍‌ ପ୍ରୋଜେକ୍ଟ ପାଇଁ ରିକ୍ୟୁଏଷ୍ଟ ଫର୍‌ ପ୍ରପୋଜାଲ ଜାରି କରିଥିଲା। ଅଗଷ୍ଟ ମାସରେ ଆର୍‌ଏଚ୍‌ ଓ ଏଚ୍‌ଏଏଲ୍‌ ମିଶି ବିସ୍ତୃତ ଜବାବ ପଠାଇବା ପରେ ଅକ୍ଟୋବର ମାସରେ ଏଥିପାଇଁ ହସ୍ତାକ୍ଷର କରାଯିବ।

ତୁମକୁରରେ ନିର୍ମାଣ ହେବ ୧୪୦ କାମୋବ: Kamov ହେଲିକପ୍ଟର ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇ ସାରିଛି। ଏଥିପାଇଁ ବଜେଟ୍‌ ମଧ୍ୟ ସ୍ଥିର ହୋଇ ସାରିଛି। ବେଙ୍ଗାଲୁରୁର ତୁମକୁରରେ ଏହାର ନିର୍ମାଣ ହେବ। ଚୁକ୍ତି ଅନୁସାରେ ୬୦ଟି ହେଲିକପ୍ଟର ଭାରତ ଋଷଠାରୁ କିଣିବ। ବାକି ୧୪୦ଟି ଦେଶରେ ହିଁ ନିର୍ମାଣ କରାଯିବ।

କାମୋବ ହେଲିକପ୍ଟର ବିଶେଷତ୍ୱ

୧. ଏହି ହେଲିକପ୍ଟର ଉଡ଼ିବା ଆରମ୍ଭ କଲେ ଏକା ଥରେ ୬୦୦ କିଲୋମିଟର ପର୍ଯ୍ୟନ୍ତ ଉଡ଼ିପାରିବ।

୨. କାମୋବ ହେଲିକପ୍ଟର ଘଣ୍ଟା ପ୍ରତି ୨୫୦ କିମି ବେଗରେ ଉଡ଼ିପାରିବ।

୩. ପାହାଡିଆ ଅଞ୍ଚଳରେ ଏଥିରୁ ଶତ୍ରୁ ଉପରେ ସହଜରେ ଆକ୍ରମଣ କରି ହେବ। ଏହି ହେଲିକପ୍ଟର ୨୦ ହଜାର ଫୁଟ୍ ଉପରେ ଉଡିପାରିବ।

୪.  ଜଣେ କିମ୍ବା ଦୁଇ ଜଣ କ୍ରୁ ମେମ୍ବର ସହିତ ହେଲିକପ୍ଟରରେ ୭ଜଣ ଯାତ୍ରୀ ଯାଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story