ଚିନି କାରଖାନାରୁ ବିଷାକ୍ତ ଗ୍ୟାସ ଲିକ୍: ୩୦୦ ଛାତ୍ରଛାତ୍ରୀ ଅସୁସ୍ଥ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଷାକ୍ତ ଗ୍ୟାସ ଲିକ୍ ହୋଇ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ। ଉତ୍ତରପ୍ରଦେଶ ସାମଲି ଅଞ୍ଚଳରେ ଏକ ଚିନି କାରଖାନାରୁ ଗ୍ୟାସ ଲିକ୍ ହୋଇ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ସରସ୍ୱତୀ ସ୍କୁଲ ନିକଟରେ ଥିବା ଚିନି କାରଖାନାରୁ ଅଚାନକ ଗ୍ୟାସ୍ ଲିକ୍ ହୋଇଥିଲା। ବିଷକ୍ତ ଗ୍ୟାସ ପ୍ରଭାବରେ ବହୁ ଛାତ୍ରଛାତ୍ରୀ ନିଶ୍ୱାସ ନେବାରେ ଅସୁବିଧା ଅନୂଭବ କରିଥିଲେ। ପରେ ସ୍କୁଲ କର୍ତ୍ତୁପକ୍ଷ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସମସ୍ତ […]

Rakesh Mallick
  • Published: Tuesday, 10 October 2017
  • Updated: 11 October 2017, 08:43 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଷାକ୍ତ ଗ୍ୟାସ ଲିକ୍ ହୋଇ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ। ଉତ୍ତରପ୍ରଦେଶ ସାମଲି ଅଞ୍ଚଳରେ ଏକ ଚିନି କାରଖାନାରୁ ଗ୍ୟାସ ଲିକ୍ ହୋଇ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ସରସ୍ୱତୀ ସ୍କୁଲ ନିକଟରେ ଥିବା ଚିନି କାରଖାନାରୁ ଅଚାନକ ଗ୍ୟାସ୍ ଲିକ୍ ହୋଇଥିଲା। ବିଷକ୍ତ ଗ୍ୟାସ ପ୍ରଭାବରେ ବହୁ ଛାତ୍ରଛାତ୍ରୀ ନିଶ୍ୱାସ ନେବାରେ ଅସୁବିଧା ଅନୂଭବ କରିଥିଲେ। ପରେ ସ୍କୁଲ କର୍ତ୍ତୁପକ୍ଷ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ଥିବା ମେଡିକାଲ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି। ଅନ୍ୟପଟେ ଘଟଣାର ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। କାରଖାନାକୁ ଅସ୍ଥାୟୀ ଭାବେ ସିଲ୍ କରିଦିଆଯାଇଛି। କାରଖାନାର ଆବର୍ଜ୍ଜନାକୁ ନଷ୍ଟ କରିବା ପାଇଁ ରସାୟନିକ ଗ୍ୟାସର ପ୍ରୟୋଗ କରାଯାଉଥିଲା ଆଉ, ସେହି ସମୟରେ ଗ୍ୟାସ ଲିକ୍ ହୋଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos