ଜାପାନ ଜାହାଜରେ ଥିବା ଲୋକଙ୍କୁ ମାଗଣାରେ ମିଳିଲା ୨ ହଜାର ଆଇ-ଫୋନ

ଟୋକିଓ: କରୋନା ଭାଇରସ ଆଶଙ୍କାରେ ଜାପାନର ୟୋକୋହାମ ବନ୍ଦରରେ ଅଲଗା ଭାବେ ରଖାଯାଇଥିବା ଜାହାଜର ଲୋକଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି। ଆଜି ଜାପାନ ପ୍ରଶାସନ ଜାହାଜରେ ଥିବା ଲୋକଙ୍କୁ ମାଗଣାରେ ୨ ହଜାର ଆଇ-ଫୋନ ଯୋଗାଇ ଦିଆଯାଇଛି। ଡାଇମଣ୍ଡ ପ୍ରିନ୍ସସେସ ନାମକ ଏହି ଜାହାଜରେ ପ୍ରାୟ ୩୭ଶହ ଲୋକ ରହିଛନ୍ତି। ସେମାନଙ୍କୁ ଅନ୍ୟମାନଙ୍କ ସହ ଯୋଗାଯୋଗ କରିବା ପାଇଁ ଏଭଳି ମାଗଣାରେ ୨ ହଜାର ଆଇ-ଫୋନ ଯୋଗାଇ ଦିଆଯାଇଛି। ଏହାଦ୍ୱାରା ସେମାନେ ମେଡିକାଲ ପ୍ରଫେସନାଲଙ୍କ ସହ ଯୋଗାଯୋଗ […]

r

Hemant Lenka
  • Published: Monday, 17 February 2020
  • , Updated: 17 February 2020, 01:27 PM IST

ଟୋକିଓ: କରୋନା ଭାଇରସ ଆଶଙ୍କାରେ ଜାପାନର ୟୋକୋହାମ ବନ୍ଦରରେ ଅଲଗା ଭାବେ ରଖାଯାଇଥିବା ଜାହାଜର ଲୋକଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି। ଆଜି ଜାପାନ ପ୍ରଶାସନ ଜାହାଜରେ ଥିବା ଲୋକଙ୍କୁ ମାଗଣାରେ ୨ ହଜାର ଆଇ-ଫୋନ ଯୋଗାଇ ଦିଆଯାଇଛି। ଡାଇମଣ୍ଡ ପ୍ରିନ୍ସସେସ ନାମକ ଏହି ଜାହାଜରେ ପ୍ରାୟ ୩୭ଶହ ଲୋକ ରହିଛନ୍ତି। ସେମାନଙ୍କୁ ଅନ୍ୟମାନଙ୍କ ସହ ଯୋଗାଯୋଗ କରିବା ପାଇଁ ଏଭଳି ମାଗଣାରେ ୨ ହଜାର ଆଇ-ଫୋନ ଯୋଗାଇ ଦିଆଯାଇଛି।

ଏହାଦ୍ୱାରା ସେମାନେ ମେଡିକାଲ ପ୍ରଫେସନାଲଙ୍କ ସହ ଯୋଗାଯୋଗ କରିପାରିବେ। ଏଥିସହ ଜାହାଜ ମଧ୍ୟରେ ରହି ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା ଲୋକମାନେ ମାନିସିକ ବିଶେଷଜ୍ଞଙ୍କ ସହ ମଧ୍ୟ କଥା ହୋଇ ଏଥିରୁ ମୁକୁଳିପାରିବେ। ତେଣୁ କରି ଜାପାନ ପ୍ରଶାସନ ଏଭଳିତ ପଦକ୍ଷେପ ନେଇଛି।

ଏହି ଜାହାଜରେ ୧୦୦ରୁ ଅଧିକ ଭାରତୀୟଙ୍କ ସମେତ ୩୭ ଶହ ଲୋକ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ୩୫୦ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ୫ରୁ ଅଧିକ ଭାରତୀୟ ରହିଛନ୍ତି।

ଆଜି ବଣ୍ଟା ଯାଇଥିବା ଆଇ-ଫୋନରେ ଲାଇନ ଆପ୍‌ର ବ୍ୟବସ୍ଥା ରହିଛି। ଏହାଦ୍ୱାରା ଗୋଟିଏ କ୍ୟାବିନରେ ଥିବା ଲୋକମାନେ ଜାହାଜ ମଧ୍ୟରେ ଥିବା ଅନ୍ୟ ଲୋକଙ୍କ ସହ ଯୋଗାଯୋଗ କରିପାରିବେ। ଏଥିସହ ଏହାଦ୍ୱାରା ସେମାନେ ସ୍ଥିତି ସମ୍ପର୍କରେ ଅପଡେଟ୍ ମଧ୍ୟ ହୋଇପାରିବେ। ଲୋକମାନେ ନିଜର ସ୍ଥିତି ବାବଦରେ ମଧ୍ୟ ମେଡିକାଲ ବିଶେଷଜ୍ଞଙ୍କୁ ସୂଚନା ଦେଇପାରିବେ।

Related story