୨୦୧୭ରେ ଗୁଜରାଟ ବିଧାନସଭା ନିର୍ବାଚନ ଲଢ଼ିବ ଆମ ଆଦମୀ ପାର୍ଟି

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ୨୦୧୭ରେ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ମନ ବଳାଇଛି। ପାର୍ଟିର ଜଣେ ବରିଷ୍ଠ ନେତା ଏହି ନିଷ୍ପତ୍ତି ନେଇଥିବା ଏକ ସୂତ୍ରରୁ ଜଣାପଡ଼ିଛି। ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କ୍ରେଜିୱାଲ  ଜୁଲାଇ ୯ରେ ଗୁଜରାଟ ଗସ୍ତରେ ଯିବେ।  ସେଠାରେ ସେ ସୋମନାଥ ମନ୍ଦିରରୁ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବେ। କ୍ରେଜିୱାଲ ଜୁଲାଇ ୧୦ ତାରିଖରେ ଗୁଜରାଟରେ ବିଭିନ୍ନ ସାମାଜିକ ସଂଗଠନକୁ ସାକ୍ଷାତ କରିବାର କର୍ଯ୍ୟକ୍ରମ ରହିଛି। […]

arvind-kejriwal_

Rakesh Mallick
  • Published: Saturday, 18 June 2016
  • , Updated: 18 June 2016, 03:51 PM IST

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ୨୦୧୭ରେ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ମନ ବଳାଇଛି। ପାର୍ଟିର ଜଣେ ବରିଷ୍ଠ ନେତା ଏହି ନିଷ୍ପତ୍ତି ନେଇଥିବା ଏକ ସୂତ୍ରରୁ ଜଣାପଡ଼ିଛି।

ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କ୍ରେଜିୱାଲ  ଜୁଲାଇ ୯ରେ ଗୁଜରାଟ ଗସ୍ତରେ ଯିବେ।  ସେଠାରେ ସେ ସୋମନାଥ ମନ୍ଦିରରୁ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବେ।

କ୍ରେଜିୱାଲ ଜୁଲାଇ ୧୦ ତାରିଖରେ ଗୁଜରାଟରେ ବିଭିନ୍ନ ସାମାଜିକ ସଂଗଠନକୁ ସାକ୍ଷାତ କରିବାର କର୍ଯ୍ୟକ୍ରମ ରହିଛି। ପରେ ସେ  ଗୁଜରାଟ ବିଧାନସଭା ନିର୍ବାଚନ ଲଢ଼ିବା  ପାଇଁ ଔପଚାରିକ ଭାବେ ଘୋଷଣା କରିବେ।

ଅନେକ ଦିନ ପୂର୍ବରୁ ଆମ ଆଦମୀ  ପାର୍ଟି ଗୁଜରାଟରେ ନିର୍ବାଚନ ଲଢ଼ିବା ପାଇଁ  ମନ ବଳାଇଥିଲା। କିନ୍ତୁ ପଞ୍ଜାବ ଓ ଗୋଆ ନିର୍ବାଚନରେ ପାର୍ଟିର ପ୍ରଦର୍ଶନ ଦେଖିବା ପରେ ଗୁଜରାଟରେ ନିର୍ବାଚନ ଲଢ଼ିବାକୁ ପାର୍ଟି  ଭାବିଥିଲା।

Related story