ଭାରତୀୟ କ୍ରୀଡ଼ା ପାଇଁ ୨୦୧୭ ବର୍ଷ କିଭଳି ଥିଲା: ଜାଣନ୍ତୁ କେଉଁ ସବୁ ପ୍ରମୁଖ ଘଟଣା ସୃଷ୍ଟି କରିଥିଲା ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରି ସରି ଆସୁଛି ବର୍ଷ ୨୦୧୭ର ଆୟୁଷ। ହେଲେ ଛାଡ଼ି ଯିବ ଅନେକ ଅଭୁଲା ସ୍ମୁତି, ବହୁ ଅଲିଭା ଛାପ। ସମୟ ଛାତିରେ 2017 ଛାଡ଼ି ଯାଇଥିବା ଏମିତି କିଛି ଚର୍ଚ୍ଚିତ ଛାପ-ଛିଟାକୁ ନେଇ ଆମେ ଜଣାଉଛୁ କ୍ରୀଡ଼ା କ୍ଷେତ୍ରରେ ୨୦୧୭ କିଭଳି ଥିଲା।   ପୂର୍ବରୁ ଖେଳ ଓ ଖେଳାଳିଙ୍କୁ ନେଇ ବିଶ୍ୱ ଦରବାରରେ ପରିଚିତ ହୋଇଥିବା  ଓଡିଶା ଏବର୍ଷ କ୍ରୀଡ଼ା ଆୟୋଜନ କ୍ଷେତ୍ରରେ ଯୋଡିଥିଲା ନୂଆ ଅଧ୍ୟାୟ। ବିଶ୍ୱସ୍ତରୀୟ କ୍ରୀଡା ଆୟୋଜନ […]

sports 2017

sports 2017

Rakesh Mallick
  • Published: Wednesday, 27 December 2017
  • Updated: 28 December 2017, 10:53 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରି ସରି ଆସୁଛି ବର୍ଷ ୨୦୧୭ର ଆୟୁଷ। ହେଲେ ଛାଡ଼ି ଯିବ ଅନେକ ଅଭୁଲା ସ୍ମୁତି, ବହୁ ଅଲିଭା ଛାପ। ସମୟ ଛାତିରେ 2017 ଛାଡ଼ି ଯାଇଥିବା ଏମିତି କିଛି ଚର୍ଚ୍ଚିତ ଛାପ-ଛିଟାକୁ ନେଇ ଆମେ ଜଣାଉଛୁ କ୍ରୀଡ଼ା କ୍ଷେତ୍ରରେ ୨୦୧୭ କିଭଳି ଥିଲା।

ପୂର୍ବରୁ ଖେଳ ଓ ଖେଳାଳିଙ୍କୁ ନେଇ ବିଶ୍ୱ ଦରବାରରେ ପରିଚିତ ହୋଇଥିବା  ଓଡିଶା ଏବର୍ଷ କ୍ରୀଡ଼ା ଆୟୋଜନ କ୍ଷେତ୍ରରେ ଯୋଡିଥିଲା ନୂଆ ଅଧ୍ୟାୟ। ବିଶ୍ୱସ୍ତରୀୟ କ୍ରୀଡା ଆୟୋଜନ ରାଜ୍ୟ ପାଇଁ ଆଣିଦେଇଥିଲା ଗୌରବ। ଦୁଇ ଦୁଇଟି ମେଗା ସ୍ପୋର୍ଟସ୍ ଇଭେଣ୍ଟର ସଫଳ ଆୟୋଜନ ସହ ଅନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ସ୍ଥାନ ପାଇଥିଲା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ। ଜୁଲାଇରେ ଏସିଆନ ଆଥଲେଟିକ୍ସ ଚାମ୍ପିୟନସିପ୍ ଏବଂ  ବର୍ଷ ଶେଷ ବେଳକୁ ହକି ବିଶ୍ୱ ଲିଗ୍ ଆୟୋଜନ ଥିଲା ରାଜ୍ୟ କ୍ରୀଡ଼ା ପାଇଁ ସବୁଠୁ ବଡ଼ ଉପଲବ୍ଧି।

୨୦୧୭ବର୍ଷ କ୍ରିକେଟ ମୈଦାନରେ ଢେର୍ କମାଲ ଦେଖାଇଛି ଟିମ୍ ଇଣ୍ଡିଆ। ଟେଷ୍ଟ ହେଉ କି ଦିନିକିଆ କିମ୍ବା ଟି-ଟ୍ୱେଣ୍ଟି। ସମସ୍ତ ଫର୍ମାଟରେ ବଜାୟ ରଖିଥିଲା ଦବ୍‌ଦବା। ଭାରତ ଏକମାତ୍ର ଦଳ ଭାବେ ଚଳିତ ବର୍ଷ ସବୁଠୁ ଅଧିକ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଜିତିବାର ରେକର୍ଡ ନିଜ ନାଁରେ କରିପାରିଛି। ଏହାପୂର୍ବରୁ ଭାରତ ୮ ଟି-ଟ୍ୱେଣ୍ଟି ଜିତି ପାକିସ୍ତାନ ସହ ସମକକ୍ଷ ହୋଇଥିଲା। ଏହାସହ ଚଳିତ ବର୍ଷ ଭାରତ ବିଶ୍ୱ କ୍ରିକେଟ୍‌ ଜଗତରେ ଏକ ନୂଆ ଇତିହାସ ତିଆରି କରିଛି। ଭାରତ ଏକମାତ୍ର ଦଳ ଯିଏ ଚଳିତ ବର୍ଷ ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟିରେ ସର୍ବାଧିକ ମ୍ୟାଚ୍ ଜିତିବାର ବିଶ୍ୱରେକର୍ଡ କରିଛି।

୨୦୧୭ ବର୍ଷ ଦେଖାଦେଇଥିଲା ଅନେକ ବାଦ ବିବାଦ। ଖେଳ ପଡିଆ ଅପେକ୍ଷା ପଡ଼ିଆ ବାହାରେ ବିବାଦକୁ ନେଇ ଚର୍ଚାରେ ରହିଥିଲା। ୨୦୧୭  ବିଶେଷ କରି ଲୋଧା କମିଟି ନିର୍ଦ୍ଦେଶକୁ ବେଖାତିର କରିବା ପରେ ବିସିସିଆଇକୁ କଡ଼ା ପ୍ରହାର କରିଥିଲେ ସୁପ୍ରିମକୋର୍ଟ। ଯାହାର ପ୍ରତିଫଳନ ଦେଖିବାକୁ ମିଳିଥିଲା ରାଜ୍ୟ କ୍ରିକେଟ୍ ସଂଘ ଉପରେ। ଫଳସ୍ୱରୂପ ଓଡ଼ିଶା କ୍ରିକେଟ ଆସୋସିଏସନରେ ପରିସମାପ୍ତି ହୋଇଥିଲା ଆଶୀର୍ବାଦଙ୍କ ଯୁଗ।

୨୦୧୭ ବର୍ଷ ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ମିଳିଛି ଅନେକ ଆଖିଦୃଶିଆ ସଫଳତା। ତେବେ ସବୁଠୁ ଅଧିକ ସାବାସି ସାଉଣ୍ଟିଛନ୍ତି ବ୍ୟାଡମିଣ୍ଟନ ଷ୍ଟାର। ଗୋଟେ ପଟେ ପି ଭି ସିନ୍ଧୁ ନିଜ ଦବ୍ଦବା ଜାରି ରଖିଥିବାବେଳେ ଅନ୍ୟପଟେ କେ. ଶ୍ରୀକାନ୍ତ  ଗୋଟିଏ ବର୍ଷରେ ୪ଟି ସୁପର ସିରିଜ୍ ଟାଇଟଲ ଜିତି ସୃଷ୍ଟି କରିଛନ୍ତି ରେକର୍ଡ। ସେହିଭଳି ହକିରେ ଉଭୟ ପୁରୁଷ ଓ ମହିଳା ଟିମ୍ ଏସିଆନ ଟାଇଟଲ୍ ଜିତି ଦେଶର ଗୌରବ ବଢ଼ାଇଛନ୍ତି।

କ୍ରିକେଟ୍ ପାଗଳ ଦେଶରେ ଫୁଟବଲ୍ କ୍ରେଜ୍ ଭାରତ ପାଇଁ ଆଣିଥିଲା ନିଆରା ଅନୁଭୂତି। ଭାରତରେ ପ୍ରଥମ ଥର ପାଇଁ ଫିଫା ଜୁନିୟର ଓ୍ୱାର୍ଲଡ୍ କପ୍ ଫୁଟବଲ୍ ଆୟୋଜନ କରାଯାଇଥିଲା।

ଅନ୍ୟ ବର୍ଷ ତୁଳନାରେ ଚଳିତ ବର୍ଷର ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଥିଲା କିଛିଟା ଭିନ୍ନ। କାରଣ ପ୍ରଥମ ଥର ପାଇଁ ଜଣେ ଦିବ୍ୟାଙ୍ଗ ଖେଳାଳିଙ୍କୁ ମିଳିଥିଲା କ୍ରୀଡ଼ା କ୍ଷେତ୍ରର ଏହି ସର୍ବୋଚ୍ଚ ସମ୍ମାନ। ଅନ୍ୟ ଏକ ମର୍ଯ୍ୟାଦାଜନକ ସମ୍ମାନ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ଏଥର ଦେଖିବାକୁ ମିଳିଥିଲା ଜଣେ ଓଡିଆଙ୍କୁ।

ବର୍ଷ ସରୁ ସରୁ ନିଜ ଫ୍ୟାନଙ୍କୁ ବଡ଼ ଖବର ଦେଇଥିଲେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି। କେବେ ଆରମ୍ଭ ହେବ ବିରାଟଙ୍କ ଦ୍ୱିତୀୟ ଇନିଂସ୍, ଏହି ଚର୍ଚ୍ଚା ଲାଗି ରହିଥିବା ବେଳେ ଇଟାଲୀରେ ଚୁପଚାପ ପ୍ରେମିକା ଅନୁଷ୍କା ଶର୍ମାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ। ଏଣେ ଜାହିର୍ ଖାନ୍, ଭୁବନେଶ୍ୱର କୁମାରଙ୍କ ପାଇଁ ବି ଏ ବର୍ଷ ବାଜିଥିଲା ୱେଡିଂ ବେଲ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story