ସୁଜୁକିର ଇଏ ହେଉଛି ଲକ୍ଷେ ଟଙ୍କିଆ ବାଇକ୍
ନୂଆଦିଲ୍ଲୀ: ଅଟୋମୋବାଇଲ କମ୍ପାନୀ ସୁଜୁକି ପକ୍ଷରୁ ନିକଟରେ ଏକ ନୂତନ ମଡେଲର ବାଇକ୍ ଲଞ୍ଚ ହୋଇଛି। ଏହାର ନାଁ ରହିଛି Suzuki Intruder 150। ଦିଲ୍ଲୀର ଏହାର ଏକ୍ସ-ଶୋରୁମ୍ ପ୍ରାଇସ୍ ୯୮,୩୪୦ ଟଙ୍କା ରହିଛି। କମ୍ପାନୀ ପକ୍ଷରୁ ଭିନ୍ନ ଡିଜାଇନ୍ରେ ଏହି ବାଇକଟିକୁ ତିଆରି କରାଯାଇଛି। ଏଥିରେ ଲମ୍ବା ଫ୍ୟୁଏଲ ଟ୍ୟାଙ୍କ, ଏଲଇଡି ଟ୍ରାଏଲ ଲାଇଟ୍ ଏବଂ ଡିଜିଟାଲ ପର୍ମାଟର Gixxer ରହିଛି। 154.9cc ବିଶିଷ୍ଟ ବାଇକ୍ରେ ବିସିବା ପାଇଁ ଆରାମଦାୟକ ସିଟ୍ ତିଆରି କରାଯାଇଛି। ସେହିପରି ଲଙ୍ଗ […]
ନୂଆଦିଲ୍ଲୀ: ଅଟୋମୋବାଇଲ କମ୍ପାନୀ ସୁଜୁକି ପକ୍ଷରୁ ନିକଟରେ ଏକ ନୂତନ ମଡେଲର ବାଇକ୍ ଲଞ୍ଚ ହୋଇଛି। ଏହାର ନାଁ ରହିଛି Suzuki Intruder 150। ଦିଲ୍ଲୀର ଏହାର ଏକ୍ସ-ଶୋରୁମ୍ ପ୍ରାଇସ୍ ୯୮,୩୪୦ ଟଙ୍କା ରହିଛି। କମ୍ପାନୀ ପକ୍ଷରୁ ଭିନ୍ନ ଡିଜାଇନ୍ରେ ଏହି ବାଇକଟିକୁ ତିଆରି କରାଯାଇଛି। ଏଥିରେ ଲମ୍ବା ଫ୍ୟୁଏଲ ଟ୍ୟାଙ୍କ, ଏଲଇଡି ଟ୍ରାଏଲ ଲାଇଟ୍ ଏବଂ ଡିଜିଟାଲ ପର୍ମାଟର Gixxer ରହିଛି। 154.9cc ବିଶିଷ୍ଟ ବାଇକ୍ରେ ବିସିବା ପାଇଁ ଆରାମଦାୟକ ସିଟ୍ ତିଆରି କରାଯାଇଛି।
ସେହିପରି ଲଙ୍ଗ ଡ୍ରାଇଭ୍ ପାଇଁ ଏହା ଖୁବ୍ ଉପାଦେୟ। ବାଇକ୍ର ଗିଅର ବକ୍ସ ଏବଂ ପାୱାର କ୍ଷେତ୍ରରେ 14.8hp ଏବଂ ଟର୍କ୍ୟୁ କ୍ଷମତା 14Nm ରହିଛି। ସେହିପରି ଏହାର ହ୍ୟାଣ୍ଡେଲକୁ ମଧ୍ୟ ଆକର୍ଷଣୀୟ କରାଯାଇଛି। ବାଇକଟିକୁ ଆପଣ ଅଳ୍ପ ସ୍ପିଡରେ ଆରାମରେ ଚଲେଇ ପାରିବେ। ଅର୍ଥାତ ଏହାର ସ୍ପିଡ କଣ୍ଟ୍ରୋଲ ପାୱାରକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି। ଏହାର ହୁଇଲ ବେସ 75mm କୁ ବୃଦ୍ଧି କରାଯାଇଛି। ଗାଡ଼ିର ଟାୟାର ସ୍ପାମ ଦେଖିଲେ ଆଗରେ 110/70 R17 ଏବଂ ପଛରେ 140/60 R17 ରହିଛି। ତା’ସହ ମାଇଲେଜ୍ ଦୃଷ୍ଟିରୁ ମଧ୍ୟ ଏହି ବାଇକ୍ଟି ଅନ୍ୟ କମ୍ପାନୀଠାରୁ ଯଥେଷ୍ଟ ଆଗରେ ରହିଛି।