ଜୟପୁର: ୨୧ ବର୍ଷ ବୟସରେ ରାଜସ୍ଥାନ ଜୟପୁରର ମୟଙ୍କ ପ୍ରତାପ ସିଂହ ରାଜସ୍ଥାନ ଜୁଡିସିଆଲ ସର୍ଭିସ ପରୀକ୍ଷାରେ ପାସ୍ କରିଛନ୍ତି। ଦେଶର ସବୁଠୁ କମ୍ ବୟସରେ ବିଚାରପତି ହେବାକୁ ଯାଉଛନ୍ତି ମୟଙ୍କ।
‘ଦେଶର ନ୍ୟାୟିକ ପ୍ରକ୍ରିୟା ଏବଂ ବିଚାରପତିମାନଙ୍କୁ ଯେଉଁ ସମ୍ମାନ ମିଳେ ସେଥିପ୍ରତି ମୋର ରୁଚି ରହିଥିଲା। ୨୦୧୪ରେ ମୁଁ ରାଜସ୍ଥାନ ବିଶ୍ୱବିଦ୍ୟାଳୟରେ ୫ ବର୍ଷୀୟ ଏଲଏଲବି ପାଠ୍ୟକ୍ରମରେ ଆଡମିଶନ କରିଥିଲି। ଚଳିତ ବର୍ଷ ଏହି ପାଠ୍ୟକ୍ରମ ଶେଷ ହୋଇଛି’ ବୋଲି ଆଗାମୀ ବିଚାରପତି ମୟଙ୍କ ଏହା କହିଛନ୍ତି।
ସୂଚନାଯୋଗ୍ୟ, ବିଚାରପତି ହେବା ପାଇଁ ସର୍ବନିମ୍ନ ବୟସ ୨୩ ଥିଲା। ହେଲେ ଚଳିତ ବର୍ଷ ରାଜସ୍ଥାନ ହାଇକୋର୍ଟ ଏହି ବୟସକୁ କମାଇ ୨୧ କରିଥିଲେ।
କମ୍ ବୟସରେ ଦେଶର ନ୍ୟାୟିକ ପ୍ରକ୍ରିୟାରେ ସାମିଲ୍ ହୋଇଥିବାରୁ ମୟଙ୍କ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ସେ ତାଙ୍କ ପରିବାର ଓ ଶିକ୍ଷକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନ୍ୟାୟକ ପ୍ରକ୍ରିୟାରେ ସେ କମ୍ ବୟସରେ ସାମିଲ୍ ହେବାକୁ ଯାଉଥିବାରୁ ଆଗାମୀ ଦିନରେ ବହୁତ କିଛି ଶିଖିବା ପାଇଁ ପାଇବେ ବୋଲି ସେ କହିଛନ୍ତି।