ମହାରାଷ୍ଟ୍ର ସ୍ଥିତି ବେକାବୁ, ପୁଣି ୨୧ଶହ ଆକ୍ରାନ୍ତ

ମୁମ୍ବାଇ: ଦିନକୁ ଦିନ କରୋନା ଯୋଗୁ ମହାରାଷ୍ଟ୍ର ସ୍ଥିତି ବେକାବୁ ହେବାରେ ଲାଗିଛି। ଆଜି ପୁଣିଥରେ ରାଜ୍ୟରେ ୨୧ଶହ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୧୫୮ରେ ପହଞ୍ଚି ଯାଇଛି। ସେହିପରି ୨୪ ଘଣ୍ଟାରେ ୧୨୦୨ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୯,୬୩୯ରେ ପହଞ୍ଚି ଯାଇଛି। ଏନେଇ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୧ […]

dy

dy

Hemant Lenka
  • Published: Tuesday, 19 May 2020
  • Updated: 19 May 2020, 10:00 PM IST

Sports

Latest News

ମୁମ୍ବାଇ: ଦିନକୁ ଦିନ କରୋନା ଯୋଗୁ ମହାରାଷ୍ଟ୍ର ସ୍ଥିତି ବେକାବୁ ହେବାରେ ଲାଗିଛି। ଆଜି ପୁଣିଥରେ ରାଜ୍ୟରେ ୨୧ଶହ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୧୫୮ରେ ପହଞ୍ଚି ଯାଇଛି।

ସେହିପରି ୨୪ ଘଣ୍ଟାରେ ୧୨୦୨ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୯,୬୩୯ରେ ପହଞ୍ଚି ଯାଇଛି। ଏନେଇ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ୨୧ ଶହ ଲୋକ ଗୋଟିଏ ଦିନରେ ଆକ୍ରାନ୍ତ ହୋଇଥିଲେ ହେଁ ୧୨୦୨ ଜଣ ଆରୋଗ୍ୟ ଲାଭ କରିଛନ୍ତି। ରାଜ୍ୟରେ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଇଛି। ତେବେ ଶ୍ରୀ ଟୋପେ ମୃତ୍ୟୁସଂଖ୍ୟା ସମ୍ପର୍କରେ ସୂଚନା ଦେଇନାହାନ୍ତି।

ଅନ୍ୟପକ୍ଷରେ ଆଜି ମୁମ୍ବାଇରେ ୧୪୧୧ଟି ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଥିବା ବେଳେ ୪୩ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ମୁମ୍ବାଇରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨,୫୬୩କୁ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁସଂଖ୍ୟା ୮୦୦ରେ ପହଞ୍ଚି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos