ଘରେ ପଶି ମହିଳାଙ୍କୁ ଅସଦାଚରଣ, ଜଣେ ଗିରଫ

ଭୋପାଳ: ଜଣେ ୨୫ ବର୍ଷୀୟ ମହିଳାଙ୍କ ବସ୍ତ୍ରହରଣ କରିଛନ୍ତି ୪ ମୁଖା ପିନ୍ଧା ଦୁର୍ବୃତ୍ତ। ଭାଇ ସାମ୍ନାରେ ଏଭଳି ବର୍ବରକାଣ୍ଡ ଭିଆଇଛନ୍ତି ୪ ନର ରୂପୀ ପିଶାଚ। ମଧ୍ୟପ୍ରଦେଶ ଭୋପାଳରେ ଏହି ଅଭାବନୀୟ ଘଟଣା ଘଟିଛି। ମହିଳାଙ୍କ ଭାଇ ବାଧା ଦେବାରୁ ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ମାଡ଼ ମାରିବା ସହ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି। ଥାନାରେ ଏତଲା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ପୁଲିସ କହିଛି ୪ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ବାସିନ୍ଦା, ଯିଏକି ପୀଡ଼ିତାଙ୍କୁ ବିବାହ କରିବାକୁ ଇଚ୍ଛା ରଖିଥିଲା।

ଭୋପାଳ ରତିବାଡରେ ପୀଡ଼ିତାଙ୍କ ପରିବାର ରୁହନ୍ତି ବୋଲି ପୁଲିସ କହିଛି। ଶନିବାର ଅପରାହ୍ନରେ ୪ ମୁଖା ପିନ୍ଧା ଦୁର୍ବୃତ୍ତ କାରରେ ପୀଡ଼ିତାଙ୍କ ଘରକୁ ଆସିଥିଲେ। ପ୍ରଥମେ ପୀଡ଼ିତାଙ୍କ ମା’ଙ୍କୁ ଗୋଟିଏ ରୁମକୁ ନେଇଯାଇ ମୁହଁ ବନ୍ଦ କରିଥିଲେ। ପରେ ପୀଡିତାଙ୍କ ସହ ଅସଦାଚରଣ କରିଥିଲେ। ପାଖରେ ପୀଡ଼ିତାଙ୍କ ଭାଇ ଆସି ପ୍ରତିବାଦ କରିବାକୁ ତାକୁ ମଧ୍ୟ ବାଡ଼େଇଥିଲେ। ଏପରିକି ଧମକ ଚମକ ଦେଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।

ତେବେ ପୁଲିସ ଏତଲା ଗ୍ରହଣ କରିବା ପରେ ଜଣେ ସ୍ଥାନୀୟ ବାସିନ୍ଦା ରବି ନାମକ ଦୁର୍ବୃତ୍ତକୁ ଗିରଫ କରିଛି। ଅନ୍ୟ ତିନି ମାସ୍କ ପିନ୍ଧାକୁ ପୁଲିସ ଏଯାଏ ଚିହ୍ନଟ କରିପାରି ନାହିଁ। ଅଭିଯୋଗ ଅନୁଯାୟୀ ରବି ଅସଦାଚରଣର ଶିକାର ହୋଇଥିବା ଯୁବତୀଙ୍କୁ ଅନ୍ୟତ୍ର ବିବାହ ନକରିବାକୁ ପରିବାର ଲୋକଙ୍କୁ ଚେତାଇଛି। ଯଦି ଅନ୍ୟତ୍ର ବିବାହ ହେବ ତା’ହେଲେ ପରିଣାମ ଆହୁରି ସାଙ୍ଘାତିକ ହେବ ବୋଲି ଦୁର୍ବୃତ୍ତ କହିଥିବା ପୁଲିସ କହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।