ନୂଆଦିଲ୍ଲୀ: ଭୂକମ୍ପକୁ ନେଇ ଆସିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଭୟଙ୍କର ଭୂକମ୍ପ ବଳୟରେ ଦେଶର ୨୯ଟି ସହର। ଗବେଷଣା କହୁଛି ଦିଲ୍ଲୀ ସମେତ ଦେଶର ୨୯ଟି ସହର ସିଭିଅରରୁ ଭେରି ସିଭିଅର ଜୋନ୍ରେ ଆସୁଛି। ମୁଖ୍ୟତଃ ଦିଲ୍ଲୀ, ବିହାର, ଶ୍ରୀନଗର, କୋହିମା, ପୁଡୁଚେରୀ, ଗୱାହାଟି, ଗ୍ୟାଙ୍ଗଟକ(ସିକିମ), ସିମଲା,ଡେରାଡୁନ୍, ଇମ୍ଫାଲ(ମଣିପୁର), ଅମ୍ରିତ୍ଶର, ଲୁଧିଆନା,ଚଣ୍ଡିଗଡ଼ ଓ ଆଣ୍ଡାମାନ ଏବଂ ନିକୋବରକୁ ଅତି ସମ୍ବେଦନଶୀଳ ଅଞ୍ଚଳଭାବେ ଚିହ୍ନଟ କରାଯାଛି। ଏହି ଅଞ୍ଚଳ ଗୁଡ଼ିକ ସେସମିକ୍ ଜୋନ୍ iv ଏବଂ v ମଧ୍ୟରେ ଆସୁଛି।
ଭୂକମ୍ପ ବିଶେଷଜ୍ଞ ପକ୍ଷରୁ ଏହି ରିପୋର୍ଟ ଦିଆଯାଇଛି। ଅର୍ଥାତ ଏହି ସହର ଗୁଡ଼ିକ ପ୍ରତି ଅଧିକ ବିପଦ ରହିଛି। ଏ ସବୁ ଅଞ୍ଚଳ ହିମାଳୟ ରିଜିଅନରେ ଆସୁଛି। ଭୂକମ୍ପ ପ୍ରଭାବକୁ ନେଇ ବ୍ୟୁରୋ ଅଫ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ଼(ବିଆଇଏସ) ପକ୍ଷରୁ ii ରୁ v ପର୍ଯ୍ୟନ୍ତ ୫ଟି ଜୋନ୍ରେ ତାଲିକା କରାଯାଛି। ଜୋନ୍ iiରେ ଆସୁଥିବା ଅଞ୍ଚଳ ଗୁଡ଼ିକ ପ୍ରତି କମ୍ ବିପଦ ଥିବା ବେଳେ v ଜୋନ୍ରେ ଆସୁଥିବା ଅଞ୍ଚଳ ଗୁଡ଼ିକ ପ୍ରତି ଅଧିକ ବିପଦ ରହିଥିବା ଦର୍ଶାଯାଇଛି। ସେହିପରି iv ଜୋନ୍ ଗୁଡ଼ିକ ମଧ୍ୟ ସମ୍ବେଦନଶୀଳଭାବେ ପରିଗଣିତ ହେଉଛି। ଏହି iv ଜୋନ୍ରେ ବିହାର, ଗୁଜରାଟ ଏବଂ ପଶ୍ଚିମବଙ୍ଗ ଆଦି ଆସୁଛି। ୨୦୦୧ରେ ଗୁଜରାଟର ଭୟଙ୍କର ଭୂମିକମ୍ପ ଘଟି ୨୦ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ସେ ଦୃଷ୍ଟିରୁ ଭୁବନେଶ୍ୱର ନିରାପଦ ସ୍ଥାନ ବୋଲି ଆକଳନ କରାଯାଉଛି। କାରଣ ଭୁବନେଶ୍ୱର iii ରୁ ii ସେସମିକ୍ ଜୋନ୍ ମଧ୍ୟରେ ଆସୁଛି। ଅର୍ଥାତ ଭୁବନେଶ୍ୱର ପ୍ରତି ଭୂକମ୍ପ ନେଇ ସେତେଟା ବିପଦ ନାହିଁ।
ସୌଜନ୍ୟ: ଟାଇମ୍ସ୍ ଅଫ ଇଣ୍ଡିଆ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।