ବିହାରରେ ଦ୍ୱିତୀୟ ଦାନ ମାଝୀ: ଝିଅର ମୃତଦେହକୁ କାନ୍ଧରେ ବୋହି ଘରକୁ ଆଣିଲେ ବାପା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳାହାଣ୍ଡିର ଦାନ ମାଝୀ ଘଟଣା ଆଜି ବି ଲୋକଙ୍କ ମନରେ ସତେଜ ହୋଇ ରହିଛି। ଦାନ ମାଝୀ ତାଙ୍କ ସ୍ତ୍ରୀଙ୍କ ମୃତଦେହ କାନ୍ଧରେ ବୋହିବା ଭଳି ପାଟନାରେ ଘଟିଛି ଅନୁରୁପ ଘଟଣା। ଜଣେ ବ୍ୟକ୍ତି ତାଙ୍କର ୯ ବର୍ଷୀୟ ଝିଅର ମୃତଦେହକୁ କାନ୍ଧରେ ବୋହି ୨ କିଲୋମିଟର ପାଦରେ ଚାଲିଛନ୍ତି।  ବିହାର ପାଟନାର ଏହି ଘଟଣା ଯେକୌଣସି ଲୋକର ଛାତି ଥରାଇ ଦେବ। ବାପା ବୋହୁଛି ଝିଅର ଶବ, ପାଖରେ ଅଛି ମା। ପାଟନାର […]

Rakesh Mallick
  • Published: Wednesday, 18 October 2017
  • Updated: 18 October 2017, 07:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳାହାଣ୍ଡିର ଦାନ ମାଝୀ ଘଟଣା ଆଜି ବି ଲୋକଙ୍କ ମନରେ ସତେଜ ହୋଇ ରହିଛି। ଦାନ ମାଝୀ ତାଙ୍କ ସ୍ତ୍ରୀଙ୍କ ମୃତଦେହ କାନ୍ଧରେ ବୋହିବା ଭଳି ପାଟନାରେ ଘଟିଛି ଅନୁରୁପ ଘଟଣା। ଜଣେ ବ୍ୟକ୍ତି ତାଙ୍କର ୯ ବର୍ଷୀୟ ଝିଅର ମୃତଦେହକୁ କାନ୍ଧରେ ବୋହି ୨ କିଲୋମିଟର ପାଦରେ ଚାଲିଛନ୍ତି।  ବିହାର ପାଟନାର ଏହି ଘଟଣା ଯେକୌଣସି ଲୋକର ଛାତି ଥରାଇ ଦେବ। ବାପା ବୋହୁଛି ଝିଅର ଶବ, ପାଖରେ ଅଛି ମା। ପାଟନାର ରାମବାଳକ ନାମକ ଏହି ବ୍ୟକ୍ତି ଜଣଙ୍କ ତାଙ୍କ ୯ ବର୍ଷୀୟ ଝିଅକୁ ଚିକିତ୍ସା ପାଇଁ ଆଣିଥିଲେ ପାଟନାର ଏମ୍ସ ହସ୍ପିଟାଲ। ଥଣ୍ଡା ଜ୍ୱରରେ ଥରୁଥିଲା ଝିଅ। କିନ୍ତୁ ଅନ୍ୟପଟେ ଏମ୍ସ ଓପିଡିର ରେଜିଷ୍ଟ୍ରେସନ୍ କାଉଣ୍ଟରରେ ଥିଲା ଲମ୍ବା ଧାଡି। ଟିକେଟ୍ ପାଇଁ କାଉଣ୍ଟର କର୍ମଚାରୀଙ୍କୁ ଗୁହାରୀ କଲେ, ହେଲେ କେହି ଶୁଣିଲେନି। ଧାଡିରେ ଥିବା ଲୋକଙ୍କୁ ମଧ୍ୟ ବହୁ କାକୁତି ମିନତି ହେଲେ ରାମବାଳକ, ହେଲେ ସମସ୍ତେ ଧାଡିର ଠିଆହେବାକୁ କହିଲେ ଏତିକିବେଳେ ସବୁଦିନ ପାଇଁ ଆଖିବୁଜିଦେଲା ଝିଅ।

ମୃତ୍ୟୁ ପରେ ବି ମୃତଦେହକୁ ଘରକୁ ନେବା ପାଇଁ ଆମ୍ବୁଲାନ୍ସ ଯୋଗାଡ ଲାଗି ହସ୍ପିଟାଲ ପ୍ରଶାସନକୁ ଗୁହାରି କଲେ ବାପା ରାମବାଳକ। କିନ୍ତୁ ହାତ ଟେକିଦେଲେ ହସ୍ପିଟାଲ କର୍ତ୍ତୃପକ୍ଷ। ଶେଷରେ କିଛି ଉପାୟ ନପାଇ କାନ୍ଧରେ ବୋହି ବୋହି ୨ କିଲୋମିଟର ଚାଲି ଚାଲି ଘରକୁ ନେଲେ ରାମବାଳକ। ଏଠି ଗୋଟିଏ କଥା ମନକୁ ଆସୁଛି, କୁଆଡେ ଗଲା ମାନବିକତା?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story