ପୁଣି ସୀମାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ: ୩ ମୃତ,୧୭ ଆହତ

ଜମ୍ମୁ: ଜମ୍ମୁ ଜିଲ୍ଲା ଆରଏସ ପୁରା ଓ ଆର୍ନ୍ନିଆ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଶୁକ୍ରବାର ସକାଳୁ ପାକିସ୍ତାନ ପକ୍ଷରୁ ୨ ଥର ଅସ୍ତ୍ର ବିରତୀ ଉଲ୍ଲଙ୍ଘନ କରିଛି। ଶୁକ୍ରବାର ସକାଳୁ ଭାରତ-ପାକ ସୀମାରେ ବସବାସ କରୁଥିବା ଭାରତୀୟ ନାଗରିକଙ୍କ ଉପରକୁ ପାକିସ୍ତାନ ଭୀଷଣ ଗୁଳି ଓ ମୋର୍ଟାର କରିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଆହତ ହୋଇଛନ୍ତି। ଭାରତୀୟ ସେନା ପକ୍ଷରୁ ଏହାର ମଧ୍ୟ ପ୍ରତି ଉତ୍ତର ଦିଆଯାଇଛି। ପାକିସ୍ତାନ ସେନାର ଗୁଳିମାଡରେ ମୃତାହତ […]

pak1-story

pak1-story

Rakesh Mallick
  • Published: Friday, 28 August 2015
  • Updated: 29 August 2015, 10:02 AM IST

Sports

Latest News

pak1-storyଜମ୍ମୁ: ଜମ୍ମୁ ଜିଲ୍ଲା ଆରଏସ ପୁରା ଓ ଆର୍ନ୍ନିଆ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଶୁକ୍ରବାର ସକାଳୁ ପାକିସ୍ତାନ ପକ୍ଷରୁ ୨ ଥର ଅସ୍ତ୍ର ବିରତୀ ଉଲ୍ଲଙ୍ଘନ କରିଛି। ଶୁକ୍ରବାର ସକାଳୁ ଭାରତ-ପାକ ସୀମାରେ ବସବାସ କରୁଥିବା ଭାରତୀୟ ନାଗରିକଙ୍କ ଉପରକୁ ପାକିସ୍ତାନ ଭୀଷଣ ଗୁଳି ଓ ମୋର୍ଟାର କରିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଆହତ ହୋଇଛନ୍ତି। ଭାରତୀୟ ସେନା ପକ୍ଷରୁ ଏହାର ମଧ୍ୟ ପ୍ରତି ଉତ୍ତର ଦିଆଯାଇଛି। ପାକିସ୍ତାନ ସେନାର ଗୁଳିମାଡରେ ମୃତାହତ ହୋଇଥିବା ନାଗରିକଙ୍କ ମଧ୍ୟରୁ ଜଣେ ମହିଳା ଓ ୨ ଜଣ ପୁରୁଷ ରହିଛନ୍ତି। ଗୁରୁତର ଭାବେ ଆହାତ ହୋଇଥିବା ନାଗରିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାକୁ  ତୀବ୍ର ନିନ୍ଦା କରିଛନ୍ତି ଜମ୍ମୁ ଓ କାଶ୍ମୀର ଉପ ମୁଖ୍ୟମନ୍ତ୍ରୀ ନିର୍ମଳ ସିଂହ। ସେ କହିଛନ୍ତି ଯେ, ବିଶ୍ୱ ସମୁଦାୟ ପାକିସ୍ତାନକୁ ‘ଆତଙ୍କୀ ଦେଶ’ ଭାବେ ଘୋଷଣା କରନ୍ତୁ। ଏହି ଦେଶରେ ବିଭିନ୍ନ  ଆଭ୍ୟନ୍ତରୀଣ ସମସ୍ୟା ଥିଲେ ମଧ୍ୟ ଭାରତ ଉପରକୁ ଅସ୍ତ୍ର ବିରତୀ ଉଲ୍ଲଙ୍ଗନ କରିବାକୁ ପଛାଉ ନାହିଁ । ଅନ୍ୟପକ୍ଷରେ ବିଏସଏଫର ମୁଖପାତ୍ର କହିଛନ୍ତି ଯେ, ଲାଗତାର ଭାବେ ପାକସ୍ତାନ ଅସ୍ତ୍ର ବିରତୀ ଆଇନର ଉଲ୍ଲଙ୍ଗନ କରିଛି। ପାକିସ୍ତାନ ସେନା ପକ୍ଷରୁ ଛୋଟ ମରାଣାସ୍ତ୍ର ଓ ମୋର୍ଟର ମାଡ କରିଥିବା ମୁଖପାତ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos