ଶିବରାଜଙ୍କ ତିନି ମନ୍ତ୍ରୀଙ୍କ ଶୋଚନୀୟ ପରାଜୟ

ଭୋପାଲ: ମଧ୍ୟପ୍ରଦେଶରେ ଶିବରାଜ ଏବଂ ସିନ୍ଧିଆ ଯୋଡ଼ି କମାଲ କରିଛି। ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ମିଶିବା ପରେ ମୋଟ୍ ୨୮ଟି ଆସନରେ ଉପନିର୍ବାଚନ ହୋଇଥିଲା। ବିଜେପି ଏକାକୀ ୧୯ଟି ଆସନରେ ବିଜୟୀ ଗୋଇଥିବା ବେଳେ କଂଗ୍ରେସ ୯ଟି ଆସନରେ ବିଜୟୀ ହୋଇଛି। ସବୁଠୁ ବଡ଼ କଥା ହେଲା ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ଏହି ଆସନରୁ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଥିବା ବେଳେ ବାକି ଆସନରେ କଂଗ୍ରେସ ବାଜିମାତ୍ କରିଥିଲା। ହେଲେ ସିନ୍ଧିଆ ଦଳ […]

shivraj

Subhransu Sekhar
  • Published: Wednesday, 11 November 2020
  • , Updated: 11 November 2020, 08:25 AM IST

ଭୋପାଲ: ମଧ୍ୟପ୍ରଦେଶରେ ଶିବରାଜ ଏବଂ ସିନ୍ଧିଆ ଯୋଡ଼ି କମାଲ କରିଛି। ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ମିଶିବା ପରେ ମୋଟ୍ ୨୮ଟି ଆସନରେ ଉପନିର୍ବାଚନ ହୋଇଥିଲା। ବିଜେପି ଏକାକୀ ୧୯ଟି ଆସନରେ ବିଜୟୀ ଗୋଇଥିବା ବେଳେ କଂଗ୍ରେସ ୯ଟି ଆସନରେ ବିଜୟୀ ହୋଇଛି। ସବୁଠୁ ବଡ଼ କଥା ହେଲା ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ଏହି ଆସନରୁ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଥିବା ବେଳେ ବାକି ଆସନରେ କଂଗ୍ରେସ ବାଜିମାତ୍ କରିଥିଲା। ହେଲେ ସିନ୍ଧିଆ ଦଳ ପରିବର୍ତ୍ତନ କରିବା ପରେ ଭୋଟର ମଧ୍ୟ ବିଜେପି ମୁହାଁ ହୋଇ ହାତ ଦଳକୁ ବାଏ ବାଏ କରିଛନ୍ତି।

ଉପନିର୍ବାଚନ ମଇଦାନରେ ଦୁଇ ପୂର୍ବତନ ମନ୍ତ୍ରୀଙ୍କ ସମେତ ଶିବରାଜ ସରକାରଙ୍କ ୧୪ ଜଣ ମନ୍ତ୍ରୀ ପ୍ରାର୍ଥୀ ହୋଇଥିଲେ। ଏଥିମଧ୍ୟରୁ ୧୧ ଜଣ ମନ୍ତ୍ରୀ ବିଜୟୀ ହୋଇଛନ୍ତି। ହେଲେ ​ମନ୍ତ୍ରୀ ଇମରତୀ ଦେବୀ, ଏନ୍ଦଲ ସିଂ କଂସାନା ଏବଂ ଗିରାଜ ଦାଣ୍ଡୋତିଆ ନିର୍ବାଚନରେ ​​ପରାସ୍ତ ହୋଇଛନ୍ତି। ଇମରତୀ ଦେବୀ ହେଉଛନ୍ତି ସେହି ମନ୍ତ୍ରୀ ଯାହାଙ୍କୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥ 'ଆଇଟମ୍' ଭଳି ଶବ୍ଦ ପ୍ରୟୋଗ କରିଥିଲେ। ଏହାକୁ ନେଇ ବିଜେପି ମୁଦ୍ଦା କରିଥିଲା।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଟ୍ୱିଟ୍ କରି ଭୋଟରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ଉପନିର୍ବାଚନ ହେଲେ କଂଗ୍ରେସ କ୍ଷମତାକୁ ଫେରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରୁଥିବା କମଲନାଥ ମଧ୍ୟ ପରାଜୟକୁ ସ୍ୱୀକାର କରିଛନ୍ତି।

ଜ୍ୟୋତିରାଦିତ୍ୟ ସିନ୍ଧିଆ ଉପ-ନିର୍ବାଚନ ଫଳାଫଳ ପରେ ପୁଣିଥରେ କମଲ ନାଥ ଏବଂ ଦିଗବିଜୟ ସିଂଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଫଳାଫଳ ପ୍ରମାଣିତ କରିଛି ଯେ କମଲ ନାଥ ଏବଂ ଦିଗବିଜୟ ସିଂ ବିଶ୍ୱାସଘାତକ। କହିରଖୁଛୁ, ସିନ୍ଧିଆ ବିଜେପିରେ ଯୋଗଦେବା ପରେ କଂଗ୍ରେସ ନେତାମାନେ ତାଙ୍କୁ କ୍ରମାଗତ ଭାବରେ ବିଶ୍ୱାସଘାତକ ବୋଲି କହିଥିଲେ।

Related story