ରାଞ୍ଚି: ଝାରଖଣ୍ଡରେ ସିଆରପିଏଫର ୭ ବାଟାଲିୟନ ଯବାନଙ୍କ ନକ୍ସଲ ଅପରେସନ ସଫଳ ହୋଇଛି। ୩ ନକ୍ସଲଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପାଖରୁ ବହୁ ଅସ୍ତ୍ରଶସ୍ତ୍ର ଜବତ କରିଛି ସିଆରପିଏଫ। ଏଥିରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଛନ୍ତି।
ଗିରିଡ଼ିହରେ ଥିବା ବେଲଭା ଘାଟ ଜଙ୍ଗଲରେ ଆଜି ସିଆରପିଏଫ ତରଫରୁ ସର୍ଚ୍ଚ ଅପରେସନ କରାଯାଇଥିଲା। ଏଥିରେ ଉଭୟ ପକ୍ଷରୁ ଫାଇରିଂ ହୋଇଥିବା ସୂଚନା ମିଳିଥିବା ବେଳେ ଘଟଣାସ୍ଥଳରେ ୩ ନକ୍ସଲଙ୍କର ମୃତ୍ଯୁ ହୋଇଥିବାବେଳେ ଜଣେ ସିଆରପିଏଫ ଯବାନ ସହିଦ ହୋଇଥିଲେ। ମୃତ ୩ ନକ୍ସଲଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କ ପାଖରୁ ଗୋଟିଏ ଏକେ-୪୭ ବନ୍ଧୁକ, ୩ଟି ଗୁଳି ବାକ୍ସ ଏବଂ ୪ଟି ପାଇପ ବମ୍ବ ସିଆରପିଏଫ ଜବତ କରିଥିବା ସୂଚନା ରହିଛି। ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ରହିଛି।
Giridih: Bodies of 3 Naxals along with 1 AK-47 rifle, 3 magazines & 4 pipe bombs recovered after 7 battalion of CRPF carried out special operations in forest area in Belbha Ghat today wherein an encounter broke out with Naxals. One CRPF personnel lost his life. #Jharkhand pic.twitter.com/J9UK86ME2f
— ANI (@ANI) 15 April 2019
Bijapur: Police personnel deployed at a "Rama Navami" mela in Madded attacked by Naxals last night; undergoing treatment at a hospital. Naxals fled away with his INSAS Rifle. pic.twitter.com/ujZGS1N010
— ANI (@ANI) 15 April 2019
ସେହିପରି ଗତକାଲି ଛତିଶଗଡ଼ର ଜଣେ ପୁଲିସ ନକ୍ସଲ ଆକ୍ରମଣର ଶିକାର ହୋଇ ଆହତ ହୋଇଛନ୍ତି। ରାମ ନବମୀ ମେଳା ସୁରକ୍ଷା ପାଇଁ ପୁଲିସ ଜଣଙ୍କ ନିୟୋଜିତ ହୋଇଥିବାବେଳେ ନକ୍ସଲ ଆସି ଆକ୍ରମଣ କରିଥିବା ସୂଚନା ରହିଛି। ସେ ଏବେ ଚିକିତ୍ସାଧୀନ ଥିବା ବେଳେ ବିପଦମୁକ୍ତ ଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।