ଅସ୍ତ୍ରବିରତି ଉଲ୍ଲଂଘନ, ଗଡ଼ିଲା ୩ ପାକ୍ ଯବାନଙ୍କ ମୁଣ୍ଡ

ଶ୍ରୀନଗର: ସାରା ଦେଶ ସ୍ୱାଧୀନତା ଦିବସ ପାଳନରେ ମସଗୁଲ ଥିବା ବେଳେ ପାକିସ୍ତାନ ପୁଣି ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଯାହାର ପରିଣାମ ପାକିସ୍ତାନ ସେନାକୁ ଭୋଗିବାକୁ ପଡ଼ିଛି। ସୂଚନା ଅନୁଯାୟୀ ଭାରତୀୟ ଯବାନଙ୍କ ଗୁଳିରେ ପାକିସ୍ତାନର ୩ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଜମ୍ମୁ କଶ୍ମୀର ପୁଞ୍ଚ ସ୍ଥିତ କେଜି ସେକ୍ଟର, ଉରୀ ଏବଂ ରଜୋରୀରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଯାହାର କଡ଼ା ଜବାବ ଦେଇ ୩ ପାକିସ୍ତାନୀ ଯବାନଙ୍କୁ ମାରି ଦେଇଛନ୍ତି ଭାରତୀୟ […]

3 PAK SOLDIER KILLED

Subhransu Sekhar
  • Published: Thursday, 15 August 2019
  • , Updated: 15 August 2019, 08:55 PM IST

ଶ୍ରୀନଗର: ସାରା ଦେଶ ସ୍ୱାଧୀନତା ଦିବସ ପାଳନରେ ମସଗୁଲ ଥିବା ବେଳେ ପାକିସ୍ତାନ ପୁଣି ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଯାହାର ପରିଣାମ ପାକିସ୍ତାନ ସେନାକୁ ଭୋଗିବାକୁ ପଡ଼ିଛି। ସୂଚନା ଅନୁଯାୟୀ ଭାରତୀୟ ଯବାନଙ୍କ ଗୁଳିରେ ପାକିସ୍ତାନର ୩ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଜମ୍ମୁ କଶ୍ମୀର ପୁଞ୍ଚ ସ୍ଥିତ କେଜି ସେକ୍ଟର, ଉରୀ ଏବଂ ରଜୋରୀରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଯାହାର କଡ଼ା ଜବାବ ଦେଇ ୩ ପାକିସ୍ତାନୀ ଯବାନଙ୍କୁ ମାରି ଦେଇଛନ୍ତି ଭାରତୀୟ ଯବାନ। ମୃତ ତିନି ପାକିସ୍ତାନୀ ଯବାନ ହେଲେ ନାଏକ୍ ତନବୀର, ସିପାହୀ ରମଜାନ୍ ଏବଂ ନାଏକ୍ ତୈମୁର।

ଅଗଷ୍ଟ ୩ରେ ଜମ୍ମୁ କଶ୍ମୀରର କେରନ ସେକ୍ଟରରେ ପାକିସ୍ତାନର ବର୍ଡର ଆକ୍ସନ ଟିମ୍ (ବ୍ୟାଟ୍) ସହାୟତାରେ ୫ରୁ ୭ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇ ଥିଲେ ଭାରତୀୟ ଯବାନ। ଏହାପରେ ସ୍ଥିତି ଏମିତି ହୋଇଥିଲା ଯେ ପାକିସ୍ତାନ ସେମାନଙ୍କ ଶବ ଗୁଡ଼ିକୁ ନେଇ ନଥିଲା।

ଏହାପରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇଥିଲେ ମୋଦି ସରକାର। ଅନ୍ୟପଟେ ବିଚ୍ଛିନ୍ନତାବାଦୀ ନେତା ମୋଦି ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରୁଥିବାରୁ ଘାଟିରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ବଢ଼ିଛି। ଏହାକୁ ନଜରରେ ରଖି ଜମ୍ମୁ କଶ୍ମୀରର ପ୍ରତ୍ୟେକ ଘାଟିରେ ଅତିରିକ୍ତ ଯବାନଙ୍କୁ ନିୟୋଜିତ କରାଯାଇଛି।

Related story