ଏଥର ମେଡିସିନ୍ ପାଇଁ ତିନି ଜଣଙ୍କୁ ନୋବେଲ୍ ପୁରସ୍କାର

ନୂଆଦିଲ୍ଲୀ: ସ୍ୱିଡେନର ଷ୍ଟକହୋମ୍ ସହରରେ ମେଡିସିନ୍ ପାଇଁ ଘୋଷଣା ହୋଇଛି ନୋବେଲ୍‌ ପୁରସ୍କାର। ଚଳିତ ବର୍ଷ ନୋବେଲ ପୁରସ୍କାର ଲାଗି ଯୁଗ୍ମ ଭାବେ ତିନିଜଣଙ୍କ ନାଁ ଯଥା ଆମେରିକାର ହାର୍ଭେ ଜେ. ଅଲଟର୍ ଓ ଚାର୍ଲ୍ସ ଏମ୍. ରାଇସ୍ ଏବଂ ବ୍ରିଟିଶ ବୈଜ୍ଞାନିକ ମାଇକେଲ୍ ହଟନଙ୍କୁ ଚୟନ କରାଯାଇଛି। ଏହି ବୈଜ୍ଞାନିକମାନଙ୍କୁ ହେପାଟାଟ୍ସ ‘ସି’ ଭାଇରସ୍ ଆବିଷ୍କାର ପାଇଁ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ବୈଜ୍ଞାନିକଙ୍କୁ ପାଖାପାଖି ୧୧ଲକ୍ଷ ୨୦ହଜାର ଡଲାର୍ ପୁରସ୍କାର ରାଶି […]

nobel

Ranjit Kumar Jena
  • Published: Monday, 05 October 2020
  • , Updated: 05 October 2020, 03:53 PM IST

ନୂଆଦିଲ୍ଲୀ: ସ୍ୱିଡେନର ଷ୍ଟକହୋମ୍ ସହରରେ ମେଡିସିନ୍ ପାଇଁ ଘୋଷଣା ହୋଇଛି ନୋବେଲ୍‌ ପୁରସ୍କାର। ଚଳିତ ବର୍ଷ ନୋବେଲ ପୁରସ୍କାର ଲାଗି ଯୁଗ୍ମ ଭାବେ ତିନିଜଣଙ୍କ ନାଁ ଯଥା ଆମେରିକାର ହାର୍ଭେ ଜେ. ଅଲଟର୍ ଓ ଚାର୍ଲ୍ସ ଏମ୍. ରାଇସ୍ ଏବଂ ବ୍ରିଟିଶ ବୈଜ୍ଞାନିକ ମାଇକେଲ୍ ହଟନଙ୍କୁ ଚୟନ କରାଯାଇଛି।

ଏହି ବୈଜ୍ଞାନିକମାନଙ୍କୁ ହେପାଟାଟ୍ସ 'ସି' ଭାଇରସ୍ ଆବିଷ୍କାର ପାଇଁ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ବୈଜ୍ଞାନିକଙ୍କୁ ପାଖାପାଖି ୧୧ଲକ୍ଷ ୨୦ହଜାର ଡଲାର୍ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଏହି ପୁରସ୍କାର ରାଶି ତିନିଜଣଙ୍କୁ ସମାନ ଭାଗରେ ପ୍ରଦାନ କରାଯିବ।

Related story