୩୦୦ ଘରୋଇ ଇଞ୍ଜିନିୟରିଂ କଲେଜରେ ତାଲା ପଡ଼ିବ, କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଫାଙ୍କା ପଡ଼ୁଛି ସିଟ୍‌। କମୁଛି ଆଡମିଶନ।  ତେଣୁ ଏ ସବୁ କଲେଜ ଗୁଡ଼ିକ ବନ୍ଦ ହେବ। ଦେଶର ଏମିତି ୩୦୦ ଘରୋଇ ଇଞ୍ଜିନିୟରିଂ କଲେଜରେ ତାଲା ଝୁଲିବ। ଚଳିତ ଶିକ୍ଷା ବର୍ଷରୁ ଏ ସବୁ କଲେଜ ବନ୍ଦ ହେବ। ୨୦୧୮-୧୯ରୁ ଦେଶର ୩୦୦ ଘରୋଇ ଇଞ୍ଜିନିୟରିଂ କଲେଜରେ ପାଠପଢା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ହୋଇଛି। ଏଥିସହ ଚଳିତ ଶିକ୍ଷା ବର୍ଷରୁ ନାମଲେଖା ବନ୍ଦ କରିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି। ଗତ ୫ ବର୍ଷ ଧରି  ୩୦ ପ୍ରତିଶତରୁ କମ୍‌ ଉପସସ୍ଥାପନ ଯୋଗୁଁ  ଏହି କଲେଜ ଗୁଡ଼ିକୁ ବନ୍ଦ କରିବା ପାଇଁ କେନ୍ଦ୍ର ମାନବ ସମ୍ବଳ ବିଭାଗ ପକ୍ଷରୁ ନିର୍ଦ୍ଦେନାମା ଜାରି କରାଯାଇଛି।

ମାନବ ସମ୍ବଳ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଏଭଳି ପ୍ରାୟ ୫୦୦ କଲେଜକୁ ଚିହ୍ନଟ କରାଯାଇଛି। ଯେଉଁ କଲେଜରେ ସିଟ୍‌ ଫିଲପ ହୋଇପାରୁ ନାହିଁ। ଏନେଇ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦକୁ  ଏସବୁ କଲେଜର ବିକଳ୍ପ ବ୍ୟବସ୍ଥା ତଥା ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ଖୋଲିବାକୁ ପରାମର୍ଶ ଦିଆଯାଇଛି। ଏଆସିଟିଇ ୱେବସାଇଟ୍‌ ଅନୁଯାୟୀ ପ୍ରାୟ ୩୦୦୦ ଘରୋଇ ଞ୍ଜିନିୟରିଂ କଲେଜରେ ଡିଗ୍ରୀ କୋର୍ସ ପ୍ରଦାନ କରାଯାଉଛି।

ଏ ସବୁ  କଲେଜରେ ସିଟ୍‌ କ୍ଷମତା ହେଉଛି ୧୩.୫୬ ଲକ୍ଷ। ହେଲେ ପ୍ରାୟ ୮୦୦ କଲେଜରେ ୫୦ ପ୍ରତିଶତ ସିଟ୍‌ ପୂରଣ ହେଉ ନାହିଁ। ତେବେ ଏଥିରୁ ୧୫୦ଟି କଲେଜରେ ନାମଲେଖା ୨୦ ପ୍ରତିଶତରୁ କମ୍‌ ରହୁଛି।  ତେବେ ୩୦ ପ୍ରତିଶତରୁ କମ୍‌ ଉପସ୍ଥାନ ରହୁଥିବା କଲେଜ ଗୁଡ଼ିକୁ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ

ମାଗଣା ମିଳିବ କରୋନା ଟିକା? ବିହାର ପରେ ମଧ୍ୟପ୍ରଦେଶ ଓ ତାମିଲନାଡୁ

ଭାରତର କରୋନା ଟିକାକୁ ୩ୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ଅନୁମତି

ଚାଇନିଜ ଗୁପ୍ତଚରଙ୍କ ରାଡାରରେ ପିଏମଓର ଅଧିକାରୀ ଓ ଦଲାଇଲାମା, ସାମ୍ବାଦିକ ସାଜିଥିଲେ ମଧ୍ୟସ୍ଥି

କରୋନା ଟିକା ପାଇଁ ଭାରତ ରଖିଛି ୫୦୦ ବିଲିୟନ ଟଙ୍କା, ଗୋଟିଏ ଶଟ୍‌କୁ ୨ ଡଲାର

ଅଭିନେତାଙ୍କୁ ଛୁରୀ ଭୁସି ହତ୍ୟା, ମିଳିଲା ରକ୍ତାକ୍ତ ମୃତଦେହ

୧,୭୨,୦୦୦ ବର୍ଷ ତଳେ ଥର ମରୁଭୂମିରେ ଥିଲା ଗୋଟେ ନଈ

ଫିଲ୍ମ ଷ୍ଟାଇଲ୍‌ରେ ୧୫ କୋଟି ଟଙ୍କାର ମୋବାଇଲ ଭର୍ତ୍ତି ଟ୍ରକ୍‌ ହାଇଜ୍ୟାକ

ଲେହ’କୁ ଚାଇନାର ଦେଖାଇଲା ଟ୍ୱିଟର, ଚିହିଁକି ଉଠିଲେ ଭାରତ ସରକାର

ମା’ଙ୍କୁ ପିଟିବାରୁ ବାପାଙ୍କୁ ବାଡ଼େଇ ମାରିଦେଲା ନାବାଳିକା ଝିଅ

କେବଳ ବିହାରରେ ମାଗଣା ଟିକା? ବିଜେପି ପ୍ରତିଶ୍ରୁତି ନେଇ ବିବାଦ ତୀବ୍ର

‘ନାଗ’ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିସାଇଲର ସଫଳ ପରୀକ୍ଷଣ, ସ୍ଥଳସେନାରେ ହେବ ସାମିଲ

ନୌସେନାରେ ବିଧ୍ୱଂସୀ ଯୁଦ୍ଧ ଜାହାଜ କବରତ୍ତି, ହଜିବ ଶତ୍ରୁପକ୍ଷର ନିଦ