୩୬ ଜମାତିଙ୍କୁ ଦୋଷମୁକ୍ତ କଲେ କୋର୍ଟ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପାଇଁ ଜାରି ଗାଇଡଲାଇନକୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଫସିଥିବା ୩୬ ବିଦେଶୀ ଜମାତିଙ୍କୁ ଆଜି ଦିଲ୍ଲୀର ଗୋଟିଏ କୋର୍ଟ ଦୋଷମୁକ୍ତ କରିଛନ୍ତି। ଏମାନେ କରୋନା ସଂକ୍ରମଣ ଭିତରେ ଦିଲ୍ଲୀରେ ଆୟୋଜିତ ତବଲିଗି ଜମାତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏଥିପାଇଁ ଦେଶରେ ସଂକ୍ରମଣ ବୃଦ୍ଧି ପାଇଲା ବୋଲି ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ କରି ଦାଖଲ ଚାର୍ଜଶିଟ୍‌ରେ ୧୪ଟି ଦେଶର ୩୬ ଜଣ ବିଦେଶୀ ଜମାତିଙ୍କ ନାଁ ରହିଥିଲା। ହେଲେ ମୁଖ୍ୟ ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ […]

fg

Hemant Lenka
  • Published: Tuesday, 15 December 2020
  • , Updated: 15 December 2020, 10:32 PM IST

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପାଇଁ ଜାରି ଗାଇଡଲାଇନକୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଫସିଥିବା ୩୬ ବିଦେଶୀ ଜମାତିଙ୍କୁ ଆଜି ଦିଲ୍ଲୀର ଗୋଟିଏ କୋର୍ଟ ଦୋଷମୁକ୍ତ କରିଛନ୍ତି। ଏମାନେ କରୋନା ସଂକ୍ରମଣ ଭିତରେ ଦିଲ୍ଲୀରେ ଆୟୋଜିତ ତବଲିଗି ଜମାତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏଥିପାଇଁ ଦେଶରେ ସଂକ୍ରମଣ ବୃଦ୍ଧି ପାଇଲା ବୋଲି ଅଭିଯୋଗ ହୋଇଥିଲା।

ଏହି ଘଟଣାର ତଦନ୍ତ କରି ଦାଖଲ ଚାର୍ଜଶିଟ୍‌ରେ ୧୪ଟି ଦେଶର ୩୬ ଜଣ ବିଦେଶୀ ଜମାତିଙ୍କ ନାଁ ରହିଥିଲା। ହେଲେ ମୁଖ୍ୟ ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ ଅରୁଣ କୁମାର ଗର୍ଗ ସମସ୍ତଙ୍କୁ ଦୋଷମୁକ୍ତ କରିଛନ୍ତି।

ଅଗଷ୍ଟ ୨୪ରେ ଆଇପିସିର ଧାରା ୧୮୮ ଓ ୨୬୯ ଏବଂ ମହାମାରୀ ଆକ୍ଟ, ୧୮୯୭ର ଧାରା ୩ ଅନୁଯାୟୀ କୋର୍ଟରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହା ବ୍ୟତୀତ ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ୨୦୦୫ର ଧାରା ୫୧ ଅନୁଯାୟୀ ଚାର୍ଜ ମଧ୍ୟ ଲଗାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହି ସମସ୍ତ ବିଦେଶୀ ଜମାତିଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି।

ଏହାପୂର୍ବରୁ ମୁମ୍ବାଇର ବାନ୍ଦ୍ରାସ୍ଥିତ ମାଜିଷ୍ଟ୍ରେଟ କୋର୍ଟ ମଧ୍ୟ ତବଲିଗି ଜାମାତ ସହିତ ଜଡ଼ିତ ୨୦ ଜଣ ବିଦେଶୀ ନାଗରିକଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଏହି ଜମାତିମାନେ କୋଭିଡ କଟକଣା ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଏହି ବିଦେଶୀ ଜମାତିମାନେ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଆୟୋଜିତ ତବଲିଗି ଜାମାତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେମାନେ ଏଠାରେ ଥିବା ମସଜିଦରେ ରହିଥିଲେ ହେଁ କାହାକୁ ଏକଥା କହି ନଥିଲେ। ସେହିପରି କରୋନା ପାଇଁ ଜାରି ସମସ୍ତ ସୁରକ୍ଷା ସମ୍ପର୍କିତ ନିୟମକୁ ବେଖାତିର କରିଥିଲେ ବୋଲି ଅଭିଯୋଗ ହୋଇଥିଲା।

ଏହି ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ କହିଥିଲେ ଯେ ଦିଲ୍ଲୀ ଆସିଥିବା ବିଦେଶୀମାନଙ୍କ ବିରୋଧରେ କିଛି ଗଣମାଧ୍ୟମରେ ଜାଣିଶୁଣି ଅପପ୍ରଚାର କରାଯାଇଥିଲା। ଗଣମାଧ୍ୟମଗୁଡ଼ିକ ଏପରି ଖବର ପ୍ରସାରଣ କରିଥିଲେ ଯେ ଏହାକୁ ଦେଖିଲେ ଲାଗୁଥିଲା ଦେଶରେ ଏହି ଲୋକମାନେ ହିଁ କରୋନା ସଂକ୍ରମଣକୁ ବୃଦ୍ଧି କରିଥିଲେ। କରୋନା ସଂକ୍ରମଣ ପାଇଁ ସେମାନଙ୍କୁ ଦାୟୀ କରାଯାଇ ବାରମ୍ବାର ଖବର ପ୍ରସାରଣ କରାଯାଇଥିଲା ବୋଲି କୋର୍ଟ କହିଥିଲେ।

Related story