ଏହି ସବୁ କାରର୍ ମେଣ୍ଟେନାନ୍ସ ଖର୍ଚ୍ଚ କମ୍, ଜାଣନ୍ତୁ କ’ଣ ସେଗୁଡିକ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଦୁଇ ଚକିଆ ଯାନ ହେଉ ଅଥବା ଚାରିଚକିଆ ।  ଗାଡ଼ି କିଣିଲା ବେଳେ ଆମେ ଏହାର ଗୁଡ୍‌ ଲୁକିଂ, ବ୍ରାଣ୍ଡ, କିମ୍ବା ସୁବିଧା ଜନକ ଫିଚରକୁ ଦେଖିଥାଉ। କିନ୍ତୁ ମେଣ୍ଟେନାନ୍ସ ଖର୍ଚ୍ଚ ପ୍ରତି ସେତେଟା ଧ୍ୟାନ ଦେଇ ନ ଥାଉ। କାରଣ ଗାଡ଼ି ଚଳାଇବା ସହିତ ସେଥିରେ ଇନ୍ଧନ ଖର୍ଚ୍ଚ, ବାର୍ଷିକ ଇନ୍‌ସୁରାନ୍ସ ପ୍ରିମିୟମ ଆଦି ଖର୍ଚ୍ଚ ରହିଥାଏ। ଏଣୁ ଏହି ସବୁ ବିଷୟ ପ୍ରତି ଧ୍ୟାନ ଦେଇ ଗାଡ଼ି କିଣିଲେ ଅଧିକ ଖର୍ଚ୍ଚାନ୍ତ […]

PTSD-Car-4017.jpg-900x540

PTSD-Car-4017.jpg-900x540

Rakesh Mallick
  • Published: Monday, 27 November 2017
  • Updated: 27 November 2017, 10:33 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଦୁଇ ଚକିଆ ଯାନ ହେଉ ଅଥବା ଚାରିଚକିଆ ।  ଗାଡ଼ି କିଣିଲା ବେଳେ ଆମେ ଏହାର ଗୁଡ୍‌ ଲୁକିଂ, ବ୍ରାଣ୍ଡ, କିମ୍ବା ସୁବିଧା ଜନକ ଫିଚରକୁ ଦେଖିଥାଉ। କିନ୍ତୁ ମେଣ୍ଟେନାନ୍ସ ଖର୍ଚ୍ଚ ପ୍ରତି ସେତେଟା ଧ୍ୟାନ ଦେଇ ନ ଥାଉ। କାରଣ ଗାଡ଼ି ଚଳାଇବା ସହିତ ସେଥିରେ ଇନ୍ଧନ ଖର୍ଚ୍ଚ, ବାର୍ଷିକ ଇନ୍‌ସୁରାନ୍ସ ପ୍ରିମିୟମ ଆଦି ଖର୍ଚ୍ଚ ରହିଥାଏ। ଏଣୁ ଏହି ସବୁ ବିଷୟ ପ୍ରତି ଧ୍ୟାନ ଦେଇ ଗାଡ଼ି କିଣିଲେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ି ନ ଥାଏ। ତାହେଲେ ଆସନ୍ତୁ ଜାଣିବା କେଉଁ ସବୁ ଗାଡ଼ି କିଣିଲେ କମ୍ ଖର୍ଚ୍ଚ ହେବ ଓ ଆପଣଙ୍କ ପେକେଟ୍‌କୁ ବି ବାଧିବନି।

ଡିଜେଲ୍ କାରଗୁଡ଼ିକ ଅପେକ୍ଷା ପେଟ୍ରୋଲ୍‌ ଚାଳିତ କାର୍‌ଗୁଡିକର ଦାମ୍‌ ଅଧିକ। ସାଧାରଣତଃ ପ୍ରତ୍ୟେକ ଦଶ ହଜାର କିମିରେ ଅଏଲ ଫିଲ୍ଟର ଓ ଫୁଏଲ ଫିଲ୍ଟର ବଦଳାଇବାକୁ ପଡ଼ିଥାଏ। ଡିଜେଲ୍ କାରଗୁଡ଼ିକରେ ଏହାର ମୂଲ୍ୟ ୧୬୦୦ରୁ ୧୭୦୦ ଟଙ୍କା ହୋଇଥାଏ। ଓ ପେଟ୍ରୋଲ କାରଗୁଡ଼ିକରେ ୫୫୦ ଟଙ୍କା ପର୍ଯ୍ୟନ୍ତ ଏହାର ଦାମ୍‌ ରହିଥାଏ। କୁଲାଣ୍ଟ, ଏୟାର ଫିଲ୍ଟର, ଫୁଏଲ ଫିଲ୍ଟର ଭଳି କିଛି ଜିନିଷର ରିପ୍ଲେସ୍‌ମେଣ୍ଟ କରାଯାଇଥାଏ। ଏଥିପାଇଁ ଅଲଗା ଅଲଗା ମୂଲ୍ୟ ଦେବା ସହିତ ଫିଟିଂ ମୂଲ୍ୟ ଦେବାକୁ ପଡ଼ିଥାଏ।

ଫୋର୍ଡ ଏକ୍ସପାୟାର: ଏହି କାରଗୁଡ଼ିକରେ ସର୍ଭିସ କଷ୍ଟ୍ ବହୁତ କମ୍ । ପେଟ୍ରୋଲ ଭେରିଏଣ୍ଟ ୫ ବର୍ଷ ପରେ ବି ଏହାର ସର୍ଭିସ ମୂଲ୍ୟ ୩୧୧୯ ଟଙ୍କା ଲାଗିଥାଏ। କମ୍ପାନୀର ୱେବ୍‌ସାଇଟ୍‌ରେ ଦିଆ ଯାଇଥିବା ତଥ୍ୟ ଅନୁଯାୟୀ ଦଶ ହଜାର କିମି ଉପରେ ସର୍ଭିସ କଷ୍ଟ୍‌ର ମୂଲ୍ୟ ମାତ୍ର ୧୩୮୧ ଟଙ୍କା ଥିବା ବେଳେ ୩୦ ହଜାର କିମିର ସର୍ଭିସ ଉପରେ ମାତ୍ର ୩୧୧୪ ଟଙ୍କା ଖର୍ଚ୍ଚ ହୋଇଥାଏ।

ଟୟୋଟା ଲିଭା: ଟୟୋଟା କମ୍ପାନୀର କାରଗୁଡ଼ିକର ସର୍ଭିସ ଖର୍ଚ୍ଚ କମ୍‌ ହୋଇଥାଏ। ୧.୫ ଲକ୍ଷ କିମି ପର୍ଯ୍ୟନ୍ତ ଚାଲିଲେ ବି ଗାଡିର କୁଲାଣ୍ଟ ରିପ୍ଲେସମେଣ୍ଟ ଓ ଟ୍ରାନ୍‌ସମିସନ୍‌, ଅଏଲ ପରିବର୍ତ୍ତନର ଆବଶ୍ୟକତା ପଡ଼େନାହିଁ। କିନ୍ତୁ ଟୟୋଟା ଲିଭାର ଫୁଏଲ ଫିଲ୍ଟରକୁ ୮୯ କିମିରେ ବଦଳାଇବାକୁ ପଡ଼ିଥାଏ। ୪୦ ହଜାର କିମି ଚାଲିଲା ପରେ ଏୟାର ଫିଲ୍ଟର ଓ ବ୍ରେକ୍‌ଫୁଡ୍‌ ବଦଳାଇବାକୁ ପଡ଼ିଥାଏ। ଏଥିପାଇଁ ମାତ୍ର ୮୦୦ ଟଙ୍କା ଖର୍ଚ୍ଚ ହୋଇଥାଏ। ଏହା ସହିତ ଇଞ୍ଜିନ୍ ଅଏଲ, ଅଏଲ ଫିଲ୍ଟର ଓ ସ୍ପାର୍କ ପ୍ଲଗ୍‌କୁ ବଦଳାଇଲେ ମାତ୍ର ୩୫୦୦ରୁ ୪,୦୦୦ ମଧ୍ୟରେ ଖର୍ଚ୍ଚ ହୋଇଥାଏ।

ସିଲେରିଓ: ମାରୁତୀ ସୁଜୁକି କମ୍ପାନୀର ଏହି କାରଟି ବହୁତ ଲୋକଙ୍କର ପସନ୍ଦ । କାରଣ ଏହା ୧.୦ ଲିଟର ପେଟ୍ରୋଲ୍, ଅଟୋମେଟିକ୍ ଭେରିୟଣ୍ଟ ସହିତ ଗ୍ରାହକଙ୍କ ପାଇଁ ଉପଲବ୍ଧ ହୋଇଥାଏ। ଏହାର ୬ ବର୍ଷର ସର୍ଭିସିଂ କଷ୍ଟ୍‌ ମାତ୍ର ୧୫ ହଜାର ଟଙ୍କା ।

ହ୍ୟୁଣ୍ଡାଇ ଗ୍ରାଣ୍ଡ ଆଇ ୧୦: ଭାରତୀୟ ବଜାରର ସବୁଠାରୁ ଅଧିକ ବିକ୍ରି ହେଉଥିବା କାର ହେଉଛି ହ୍ୟୁଣ୍ଡାଇ ଗ୍ରାଣ୍ଡ ଆଇ ୧୦। ସର୍ଭିସିଂ ସିଡ୍ୟୁଲ୍ଡ  ୨ ହଜାର କିମି, ୧୦ହଜାର କିମି କିମ୍ବା ୨୦ ହଜାର କିମିରେ ହୋଇଥାଏ। ଏହାର ପ୍ରଥମ ସର୍ଭିସିଂ ଫ୍ରି ହୋଇଥାଏ। ଏହାପରେ ସର୍ଭିସ କରାଇଲେ ୨୫୦୦ରୁ ୩୦୦୦ ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos