୪ ବର୍ଷର ହିସାବ ନିକାଶ: ୧୦ଟି ହସ, ୧୦ଟି କାନ୍ଦ

୨୦୧୪ରେ କଂଗ୍ରେସ ସରକାରର ବିଫଳତାକୁ ଲୋକଙ୍କ ପାଖରେ ଉପସ୍ଥାପନ କରି କ୍ଷମତାକୁ ଆସିଥିଲା ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାର। ୧୯୮୪ ମସିହା ପରେ ଭାରତୀୟମାନେ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ପ୍ରଥମଥର ପାଇଁ ସ୍ପଷ୍ଟ ବହୁମତ ଦେଇଥିଲେ। ଆଉଏକ ବିଶେଷତ୍ୱ ଥିଲା ଯେ, ଭାରତ ସ୍ୱାଧୀନ ହେଲାପରେ ପ୍ରଥମଥର ପାଇଁ କୌଣସି ଅଣ-କଂଗ୍ରେସ ଦଳକୁ ସ୍ପଷ୍ଟ ବହୁମତ ମିଳିଥିଲା। ଇତିମଧ୍ୟରେ ଏହି ସରକାରକୁ ୪ ବର୍ଷ ପୂରିବାକୁ ଯାଉଛି। ମେ ୨୬ ତାରିଖରେ ନରେନ୍ଦ୍ର ମୋଦି […]

modi maharaj

modi maharaj

Ordigital Desk
  • Published: Friday, 25 May 2018
  • Updated: 25 May 2018, 07:53 PM IST

୨୦୧୪ରେ କଂଗ୍ରେସ ସରକାରର ବିଫଳତାକୁ ଲୋକଙ୍କ ପାଖରେ ଉପସ୍ଥାପନ କରି କ୍ଷମତାକୁ ଆସିଥିଲା ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାର। ୧୯୮୪ ମସିହା ପରେ ଭାରତୀୟମାନେ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ପ୍ରଥମଥର ପାଇଁ ସ୍ପଷ୍ଟ ବହୁମତ ଦେଇଥିଲେ। ଆଉଏକ ବିଶେଷତ୍ୱ ଥିଲା ଯେ, ଭାରତ ସ୍ୱାଧୀନ ହେଲାପରେ ପ୍ରଥମଥର ପାଇଁ କୌଣସି ଅଣ-କଂଗ୍ରେସ ଦଳକୁ ସ୍ପଷ୍ଟ ବହୁମତ ମିଳିଥିଲା। ଇତିମଧ୍ୟରେ ଏହି ସରକାରକୁ ୪ ବର୍ଷ ପୂରିବାକୁ ଯାଉଛି। ମେ ୨୬ ତାରିଖରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ୪ ବର୍ଷ ପୂରଣ କରି ୫ମ ବର୍ଷରେ ପଦାର୍ପଣ କରିବେ। ଏହା ଭିତରେ ସେ ଓ ତାଙ୍କ ସରକାର ପାଇଛନ୍ତି ଅନେକ ଅନୁଭୂତି, ଅନେକ ଆହ୍ୱାନ। କିଛି ଜାଗାରେ ବାଜି ଜିତିଛନ୍ତି, କିଛି ଜାଗାରେ ହାରିଛନ୍ତି। ମୋଦିଙ୍କୁ କିଏ କହିଛି ବାହାପିଆ, ତ କିଏ କହିଛି ମିଛୁଆ। ତା ଭିତରେ ବି ସାରା ଦେଶରେ ମୋଦିଙ୍କ ଜାଦୁ କାମ କରିଛି, ସଂଖ୍ୟାଧିକ ରାଜ୍ୟରେ ବିଜେପି ସରକାର ଆସିଛି। ଏଭଳି ସ୍ଥିତିରେ ଆସନ୍ତୁ ନଜର ପକାଇବା ଗତ ୪ ବର୍ଷରେ ମୋଦି ସରକାରର କିଛି ସଫଳତା ଓ କିଛି ବିଫଳତା ଉପରେ।

୧. ଜନ ଧନ ଯୋଜନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ୨୦୧୪ରେ  ‘ଜନ ଧନ ଯୋଜନା’ର ଘୋଷଣା କରିଥିଲେ। ଏହାର ଲକ୍ଷ୍ୟ ଥିଲା ଦେଶର ପ୍ରତି ନାଗରିକକୁ ବ୍ୟାଙ୍କିଙ୍ଗ୍ ସୁବିଧା ଯୋଗାଇ ଦେବା। ଏହି ଯୋଜନା ଅନୁସାରେ ୩୧.୩୧ କୋଟି ଲୋକ ଲାଭବାନ ହୋଇପାରିଛନ୍ତି। କୁହାଯାଏ, ଅର୍ଥନୈତିକ ଭାବେ ଏହା ସବୁଠୁ ବଡ଼ ଯୋଜନା। ଏହା ଦ୍ୱାରା ଗୋଟିଏ ସପ୍ତାହରେ ସବୁଠୁ ଅଧିକ ୧,୮୦,୯୬,୧୩୦ ଲୋକ ବ୍ୟାଙ୍କ ଖାତା ଖୋଲି ଥିଲେ ଯାହାକି ଗିନିଜ୍‌ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି।

୨. ଜିଏସ୍‌ଟି: ଜିଏସ୍‌ଟିର ଉଦ୍ଦେଶ୍ୟ ହେଲା ଗୋଟିଏ ରାଷ୍ଟ୍ର, ଗୋଟିଏ ଟ୍ୟାକ୍ସ। ଏହି ନୂଆ ବ୍ୟବସ୍ଥାରେ ସବୁ ସାମଗ୍ରୀ ଉପରେ ପୂରା ଦେଶରେ ଗୋଟିଏ ଟ୍ୟାକ୍ସ ବ୍ୟବସ୍ଥା ଲାଗୁ କରାଯାଇଛି। ୧୯୯୧ ମସିହାରେ ଉଦାରୀକରଣ ପରେ ଦେଶରେ ଅର୍ଥନୈତିକ ସୁଧାର କ୍ଷେତ୍ରରେ ଏହା ସବୁଠୁ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ବି ଜିଏସ୍‌ଟି ଲାଗୁ କରିବାକୁ ପ୍ରୟାସ କରିଥିଲେ। ତେବେ ମୋଦି ସରକାର ୨୦୧୭ ଜୁଲାଇ ୧ରେ ଏହି ବ୍ୟବସ୍ଥା ଆରମ୍ଭ କରିଥିଲେ।

୩. ଉଜ୍ଜ୍ୱଳା ଯୋଜନା:  ଏହି ଯୋଜନା ଗାଁରେ ରହୁଥିବା ସେହି ପରିବାରଗୁଡ଼ିକ ପାଇଁ  ବରଦାନ ହୋଇଛି, ଯେଉଁମାନଙ୍କ ପାଖରେ ରୋଷେଇ ଗ୍ୟାସ୍ ସଂଯୋଗ ନଥିଲା।  ଖାଦ୍ୟ ପ୍ରସ୍ତୁତି ପାଇଁ ସେମାନଙ୍କୁ ଅନେକ ଅସୁବିଧାରେ ସାମ୍ନା କରିବାକୁ ପଡୁଥିଲା। ଏହି ଯୋଜନା ମାଧ୍ୟମରେ ସେହି ପରିବାରଗୁଡ଼ିକୁ ଏଲ୍‌ପିଜି ଗ୍ୟାସ୍‌ ସଂଯୋଗ ଦିଆଯିବା ସହ ମହିଳାମାନଙ୍କୁ ମଧ୍ୟ ସଶକ୍ତ କରାଯାଉଛି। ଗାଁଗଣ୍ଡାରେ ରହୁଥିବା ବିପିଏଲ୍‌ ରାସନ କାର୍ଡଧାରୀଙ୍କୁ ମାଗଣାରେ ସିଲିଣ୍ଡର ମଧ୍ୟ ଦିଆଯାଉଛି। ଏହି ଯୋଜନାରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ପରିବାର ଲାଭବାନ ହୋଇପାରିଛନ୍ତି।

୪. ଡିଜିଟାଇଜେସନ୍‌:  ମୋଦି ସରକାର ଗତ ୪ ବର୍ଷରେ ଡିଜିଟାଇଜେସନ୍‌କୁ ବହୁ ଗୁରୁତ୍ୱ ଦେଇଛନ୍ତି। ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ କାର୍ଯ୍ୟରେ ଡିଜିଟାଇଜେସନ୍‌କୁ ଲାଗୁ କରାଯାଇଛି।  ଫଳରେ ଲୋକଙ୍କୁ ସୁବିଧା ମିଳିବା ସହିତ ବାଟମାରଣା କିଛି ମାତ୍ରାରେ ବନ୍ଦ ହୋଇଛି। ବ୍ୟବସ୍ଥାରେ ସ୍ୱଚ୍ଛତା ମଧ୍ୟ ଆସୁଛି।

୫. ମୁଦ୍ରା ଯୋଜନା: ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା(ପିଏମ୍‌ଏମ୍‌ୱାଇ) ଅଣ କର୍ପୋରେଟ୍‌, ଅଣ କୃଷି ଲଘୁ ଉଦ୍ୟୋଗଗୁଡ଼ିକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ପାଇଁ ଆରମ୍ଭ କରାଯାଇଛି। ୨୦୧୫ ଏପ୍ରିଲ୍ ୮ ତାରିଖରୁ ଏହି ଯୋଜନା ଆରମ୍ଭ ହୋଇଛି।

୬. ସ୍ୱଚ୍ଛ ଭାରତ ଅଭିଯାନ: ପ୍ରଧାନମନ୍ତ୍ରୀ ନିଜ କାର୍ଯ୍ୟକାଳ ଆରମ୍ଭରୁ ଏହି ଅଭିଯାନ  ଆରମ୍ଭ କରିଥିଲେ। ଏହି ଯୋଜନା ମାଧ୍ୟମରେ ପୂରା ଦେଶରେ ସ୍ୱଚ୍ଛତା ଆଣିବାକୁ ବିଶେଷ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଯେଉଁଥିରେ ପାଇଖାନା ନିର୍ମାଣ କରିବା କାମ ମଧ୍ୟ ସାମିଲ୍‌ ଅଛି।

୭. ଉଡ଼ାନ ଯୋଜନା: ଏହା ମୋଦି ସରକାରଙ୍କର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଯୋଜନା। ଏହାର ଉଦ୍ଦେଶ୍ୟ ହେଉଛି ଦେଶର ସାଧାରଣ ନାଗରିକମାନଙ୍କୁ ବିମାନ ସେବା ଯୋଗାଇ ଦେବା। ୨୦୧୬ ମସିହାରେ ଏହି ସେବା ଆରମ୍ଭ କରାଯାଇଥିଲା। ପ୍ରାୟ ୧୨୮ଟି ରୁଟ୍‌ରେ ଶସ୍ତାରେ ବିମାନ ଉପଲବ୍ଧ କରାଯାଉଛି।

୮. ପହଲ ଯୋଜନା:  ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର ମାଧ୍ୟମରେ ସବ୍‌ସିଡି  ସିଧା ବ୍ୟାଙ୍କ ଖାତାରେ ଜମା କରିବାର ନିଷ୍ପତ୍ତି ହୋଇଛି।  ଏହା ଦ୍ୱାରା କୌଣସି ପ୍ରକାର ହେର୍‌ଫେର ଆଶଙ୍କା ଏଡ଼େଇ ଦିଆଯାଇପାରୁଛି।  ଏହି ଯୋଜନା ମାଧ୍ୟମରେ ଏଲ୍‌ପିଜି ସବ୍‌ସିଡି ଅର୍ଥ ସିଧା ବ୍ୟାଙ୍କ ଖାତାକୁ ଯାଉଛି। ଏବେ ୧୪.୬୨ କୋଟିରୁ ଅଧିକ ଲୋକଙ୍କୁ ସିଧା ନଗଦ ସବ୍‌ସିଡି ମିଳୁଛି। ଏହି ଯୋଜନା ପ୍ରାୟ ୩.୩୪ କୋଟି ନକଲି ଅବା ନିଷ୍କ୍ରିୟ ବ୍ୟାଙ୍କ ଜମାଖାତାକୁ ବନ୍ଦ କରିବାରେ ସାହାଯ୍ୟ କରିଛି।

୯. ତିନ୍‌ ତଲାକ ଓ ହଜ୍ ଯାତ୍ରା: ତିନ୍‌ ତଲାକ୍‌ ଉପରେ ମୋଦି ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ଏହି ବ୍ୟବସ୍ଥାକୁ ଦୀର୍ଘ ଦିନ ଧରି  ବିରୋଧ କରାଯାଇ ଆସୁଥିଲା।  ଲୋକସଭାରେ ଅନେକ ସଂଶୋଧନ ପ୍ରସ୍ତାବ ଖାରଜ ହେବା ପରେ ‘ମୁସ୍‌ଲିମ୍‌ ଓମେନ୍ ପ୍ରୋଟେକ୍ସନ୍ ଅଫ୍ ରାଇଟ୍‌ସ ଅନ୍ ମ୍ୟାରେଜ୍ ବିଲ୍’ ପାସ୍ ହୋଇଥିଲା। ଏହା ସହିତ ହଜ୍ ଯାତ୍ରା ପାଇଁ ଦିଆଯାଉଥିବା ସବ୍‌ସିଡିକୁ  ସରକାର ଚଳିତ ବର୍ଷ ବନ୍ଦ କରି ଦେଇଥିଲେ।  ଅନେକ ମୁସ୍‌ଲିମ ସଂଗଠନ ଏହି ସବ୍‌ସିଡି ବ୍ୟବସ୍ଥାକୁ ବିରୋଧ କରୁଥିଲେ ଓ ଏହାକୁ ବନ୍ଦ କରି ଦେବାକୁ ଚାହୁଁଥିଲେ।

୧୦. ଦକ୍ଷତା ବିକାଶ ଓ ମେକ୍ ଇନ୍ ଇଣ୍ଡିଆ: ବାହାର ଉଦ୍ୟୋଗପତିଙ୍କୁ ଦେଶରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ମୋଦି ଆରମ୍ଭ କରିଥିବା ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନ କେତେଦୂର ସଫଳତା ପାଇଛି ତାହା ଅଲଗା କଥା, କିନ୍ତୁ ଏହା ବାହାରେ ରହୁଥିବା ଭାରତୀୟଙ୍କ ଭିତରେ ଏକ ସକାରାତ୍ମକ ବିଶ୍ୱାସ ସୃଷ୍ଟି କରିପାରିଛି। ସେହିପରି ଯୁବପିଢ଼ିର ଦକ୍ଷତା ବିକାଶ ପାଇଁ ଆରମ୍ଭ ହୋଇଥିବା ଅଭିଯାନ ବି ଅନେକାଂଶରେ ସଫଳତା ପାଇଛି।

୧. ଆକାଶ ଛୁଆଁ ପେଟ୍ରୋଲ-ଡିଜେଲ ଦର: ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧିକୁ ନେଇ ସାରା ଦେଶରେ ଅସନ୍ତୋଷ। ମୋଦି ସରକାର ଆସିବା ପରେ ପେଟ୍ରୋଲ୍‌ ଦର ସବୁଠାରୁ ଅଧିକ ବଢ଼ିଛି। କ୍ଷମତାକୁ ଆସିବା ପୂର୍ବରୁ ବିଜେପି କହୁଥିଲା, ତାଙ୍କ ସରକାର ଆସିଲେ କଂଗ୍ରେସ ସରକାରଠାରୁ କମ୍ ମୂଲ୍ୟରେ ଲୋକଙ୍କୁ ପେଟ୍ରୋଲ ଓ ଡିଜେଲ ମିଳିବ। ହେଲେ ଏବେ ଏହାର ଓଲଟା ଦେଖିବାକୁ ମିଳୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ମୂଲ୍ୟ କମ୍ ରହିଥିବା ବେଳେ, ଦେଶରେ ଏହାର ମୂଲ୍ୟ ଆକାଶ ଛୁଆଁ ହୋଇଛି। ସେହିପରି ଦରଦାମ କମାଇବାକୁ ସରକାର ଦେଇଥିବା ପ୍ରତିଶ୍ରୁତିରେ ବିଫଳ ହୋଇଛନ୍ତି।

୨. ଅଶାନ୍ତ କାଶ୍ମୀର: କ୍ଷମତାକୁ ଆସିବା ପାଇଁ ବିଜେପି, କାଶ୍ମୀର ଓ ପାକିସ୍ତାନକୁ ନିଜର ହତିଆର ଭାବେ ବ୍ୟବହାର କରିଥିଲା। କାଶ୍ମୀର ଘାଟିରେ ଶାନ୍ତି ଫେରାଇ ଆଣିବାକୁ ଦଳ ପ୍ରତିଶ୍ରୁତି ଦେଇଥିଲା। ହେଲେ ଏହା କେବଳ ପ୍ରତିଶ୍ରୁତିରେ ହିଁ ରହିଯାଇଛି। ମୋଦି ସରକାର ଆସିବା ପରେ ବି ଘାଟି ଅଞ୍ଚଳରେ ସ୍ଥିତି ବଦଳିନି। କଂଗ୍ରେସ ସରକାର ସହ ତୁଳନା କଲେ, ମୋଦିଙ୍କ ଅମଳରେ ବରଂ ସ୍ଥିତି ଆହୁରି ଅଧିକ ଜଟିଳ ହୋଇଛି। ଘାଟିରେ ଶାନ୍ତି କାଏମ ରଖିବାରେ ମୋଦି ସରକାର ବିଫଳ ହୋଇଛନ୍ତି ବୋଲି କହିଲେ ଭୁଲ ହେବନାହିଁ। ଜମ୍ମୁ-କାଶ୍ମୀରରେ ବିଜେପି, ପିଡିପି ସହ ମିଶି ସରକାରରେ ଅଛି। ହେଲେ ଶାନ୍ତି ଫେରାଇ ଆଣିବାରେ ବିଶେଷ ସଫଳତା ପାଇନାହିଁ।

୩. କୁଆଡ଼େ ଗଲା ପାକିସ୍ତାନ ଏଜେଣ୍ଡା?: ୨୦୧୪ ପୂର୍ବରୁ ବିଜେପି ଓ ମୋଦି ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରୁଥିଲେ। ୨୦୧୪ ନିର୍ବାଚନ ପ୍ରଚାର ବେଳେ ମୋଦି ନିଜ ଭାଷଣରେ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦିଆଯିବ ବୋଲି କହୁଥିଲେ। ତାଙ୍କ ସରକାର ଆସିଲେ ସୀମାରେ ଲାଗି ରହିଥିବା ଅସ୍ତ୍ରବିରତି ଉଲ୍ଲଂଘନ କମିବ ବୋଲି ମଧ୍ୟ କହୁଥିଲେ। ହେଲେ ଏବେର ସ୍ଥିତି ଉପରେ ନଜର ପକାଇଲେ ଏହା ସମ୍ପୂର୍ଣ୍ଣ ଓଲଟା ପରି ଜଣାପଡୁଛି। ସୀମାରେ ଯୁଦ୍ଧ ପରି ଅବସ୍ଥା ଲାଗି ରହିଛି। ପାକିସ୍ତାନର ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କାରଣରୁ ହଜାର ହଜାର ଲୋକ ଘର ଛାଡି ପଳାଉଛନ୍ତି। ପ୍ରତିଦିନ ମୃତାହତ ଖବର ଆସୁଛି। ଯବାନମାନେ ମଧ୍ୟ ସହିଦ ହେଉଛନ୍ତି। ସର୍ଜିକାଲ ଷ୍ଟ୍ରାଇକ୍‌ କରି ମୋଦି ସରକାର ପାକିସ୍ତାନକୁ କିଛିଟା ଜବାବ ଦେଇଥିଲେ ବି ସଠିକ ରଣନୀତି ଅଭାବରୁ ସୀମାରେ ଅଶାନ୍ତି ଲାଗି ରହିଛି।

୪. କଳାଧନ ବିଫଳତା: ୨୦୧୪ ନିର୍ବାଚନ ପ୍ରଚାର ବେଳେ ଏମିତି ଗୋଟିଏ ଦିନ ନଥିଲା ଯେଉଁଥିରେ ମୋଦି କଳାଧନ କଥା ଉଠାଇ ନଥିବେ। ତାଙ୍କ ସରକାର ଆସିବା ପରେ ବିଦେଶରେ ଥିବା କଳାଧନ ଫେରାଇ ଆଣିବାକୁ ବିଜେପି ପ୍ରତିଶ୍ରୁତି ଦେଇଥିଲା। ମୋଦି ଏମିତି ବି କହିଥିଲେ, ବିଦେଶରୁ ଏତେ କଳାଧନ ଆସିବ ଯେ, ପ୍ରତି ଭାରତୀୟଙ୍କୁ ୧୫ ଲକ୍ଷ ଲେଖାଏଁ ଟଙ୍କା ଦିଆଯିବ। ଏହାମଧ୍ୟରେ ୪ ବର୍ଷ ବିତି ଯାଇଛି। ଲୋକେ ଅନାଇ ବସିଛନ୍ତି କେବେ ବିଦେଶରୁ କଳାଧନ ଆସିବ ଓ ତାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଫେରିବ। ସାଧାରଣ ଲୋକଙ୍କ ଦୃଷ୍ଟିରେ ଏହା ମୋଦିଙ୍କର ସବୁଠୁ ବଡ଼ ବିଫଳତା।

୫. ବେକାରୀ ପ୍ରସଙ୍ଗ: ଯଦି କଂଗ୍ରେସ ୨୦୧୪ ନିର୍ବାଚନରେ ପରାସ୍ତ ହୋଇଛି, ତାହା କେବଳ ସମ୍ଭବ ହୋଇଛି ବିଜେପିର ନିର୍ବାଚନ ଘୋଷଣା ପତ୍ରରେ ଥିବା ବେକାରୀ ପ୍ରସଙ୍ଗ ପାଇଁ। ଏଥିରେ ବିଜେପି କହିଥିଲା, ପ୍ରତିବର୍ଷ ୨ କୋଟି ଲୋକଙ୍କୁ ରୋଜଗାର ଦିଆଯିବ। ହେଲେ ରୋଜଗାର ଓ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ମୋଦି ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।

୬. ଅସଫଳ ନୋଟବନ୍ଦୀ: ନୋଟବନ୍ଦୀ ପରି ଐତିହାସିକ ନିଷ୍ପତ୍ତି ନେଇ ମୋଦି ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଉଦ୍ଦେଶ୍ୟ ଥିଲା କଳାଧନ ଓ ଭ୍ରଷ୍ଟାଚାର ରୋକିବା। ହେଲେ କଳାଧନ ଶେଷ ହେଲା ନାହିଁ କି ଭ୍ରଷ୍ଟାଚାର କମିଲା ନାହିଁ। ନୋଟ୍‌ବନ୍ଦୀ କାରଣରୁ ସାଧାରଣ ଲୋକେ ହଇରାଣ ହେଲେ। ଭାରତୀୟ ରିଜର୍ଭ ବ୍ୟାଙ୍କ କହି ସାରିଛି ଯେ, ୯୯ ପ୍ରତିଶତ ପୁରୁଣା ନୋଟ୍‌ ଫେରି ସାରିଛି। ଯଦି ଏହା ସତ, ତେବେ ବଜାରରେ ବୁଲୁଥିବା ଜାଲ୍‌ ନୋଟ୍‌ ସବୁ କୁଆଡ଼େ ଗଲା? କଳାଧନ ସବୁ ଗଲା କୁଆଡ଼େ?

୭. ଗଙ୍ଗେଇଙ୍କ ଭରସାରେ ଗଙ୍ଗା ଯୋଜନା: ମୋଦି ‘ନମାମି ଗଙ୍ଗା ଯୋଜନା’ ଶୁଭାରମ୍ଭ କରିବା ସହ ୨୦,୦୦୦ କୋଟି ଟଙ୍କାର ବଜେଟ୍‌ ଦେଇଥିଲେ। ଲକ୍ଷ୍ୟ ଥିଲା ୫ ବର୍ଷରେ ଗଙ୍ଗା ନଦୀକୁ ସଫା କରାଯିବ। ହେଲେ ମିନିଷ୍ଟ୍ରି ଅଫ୍‌ ୱାଟର ରିସୋର୍ସର ଡାଟା ଉପରେ ନଜର ପକାଇଲେ ଏହି ପ୍ରୋଜେକ୍ଟ ମନ୍ଥର ଗତିରେ ଚାଲିଥିବା ଜଣାପଡ଼ୁଛି। ୨୦୧୪ରୁ ୧୭ ମଧ୍ୟରେ ୧୨ ହଜାର କୋଟି ଟଙ୍କା ଦିଆଯିବାକୁ କୁହାଯାଇଛି। କିନ୍ତୁ ବାସ୍ତବରେ ଏବେଯାଏଁ ୫୩୭୮ କୋଟି ଟଙ୍କା ମିଳିଛି। ସେଥିରୁ ୩୬୩୩ କୋଟି ଟଙ୍କା ଉଠାଯାଇଛି। କିନ୍ତୁ ଖର୍ଚ୍ଚ ହୋଇଛି ମାତ୍ର ୧୮୩୬ କୋଟି ୪୯ ଲକ୍ଷ ଟଙ୍କା।

୮. ବିଫଳ ଆଦର୍ଶ ଗ୍ରାମ ଯୋଜନା: ଏହି ଯୋଜନା ଅନୁସାରେ ପ୍ରତ୍ୟେକ ସାଂସଦ ୫ଟି ଗାଁକୁ ପୌଷ୍ୟ ଗାଁ ଭାବେ ଗ୍ରହଣ କରିବାର ଥିଲା। ହେଲେ ମୋଦି ସରକାରକୁ ୪ ବର୍ଷ ପୂରଣ ହୋଇଥିଲେ ମଧ୍ୟ ଗୋଟିଏ ହେଲେ ଗାଁ ଆଦର୍ଶ ଗ୍ରାମର ମର୍ଯ୍ୟାଦା ପାଇନାହିଁ। ଅନ୍ୟ ସାଂସଦଙ୍କ କଥା ଛାଡନ୍ତୁ, ବିଜେପି ସାଂସଦ ମଧ୍ୟ ଏଥିରେ ପଛରେ ଅଛନ୍ତି।

୯. ନେପାଳ ସହ ସମ୍ପର୍କ ଖରାପ: ମଧେସି ଆନ୍ଦୋଳନ ପ୍ରସଙ୍ଗକୁ ନେଇ ଭାରତ ଓ ନେପାଳ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ଯେତେବେଳେ ନେପାଳର ନୂଆ ସମ୍ବିଧାନରେ ମାଧେସି ପ୍ରତିନିଧିତ୍ୱକୁ ନେଇ ଆନ୍ଦୋଳନ ହେଲା, ସେତେବେଳେ ଭାରତ ଏହାକୁ ସମର୍ଥନ କରିଥିଲା। ଫଳରେ ନେପାଳ ସରକାରଙ୍କ ସହ ଭାରତର ସମ୍ପର୍କ ଖରାପ ହୋଇଥିଲା। ଆନ୍ଦୋଳନ ସମୟରେ ଭାରତ ପେଟ୍ରୋଲ, ଔଷଧ ଓ ଅନ୍ୟ ସାମଗ୍ରୀ ଦେବା ବନ୍ଦ କରିଦେଇଥିଲା। ଏହାପରେ ଚୀନ୍‌କୁ ନେପାଳରେ ପଶିବାକୁ ସୁଯୋଗ ମିଳିଗଲା। ଭାରତ ଜରୁରୀ ସାମଗ୍ରୀ ଦେବା ବନ୍ଦ କରିଦେବା ପରେ ଚୀନ୍ ସହାୟତାର ହାତ ବଢ଼ାଇଥିଲା। ଏପରିକି ନେପାଳ ମାମଲାରେ ଭାରତର ହସ୍ତକ୍ଷେପ ତା’ର ସାର୍ବଭୌମତ୍ୱ ଉପରେ ହସ୍ତକ୍ଷେପ ବୋଲି କହିବାକୁ ନେପାଳ ପଛାଇଲା ନାହିଁ।

୧୦. ଆଭ୍ୟନ୍ତରୀଣ ନିରାପତ୍ତା: ମୋଦି ସରକାର ଆଭ୍ୟନ୍ତରୀଣ ନିରାପତ୍ତା ଦେବାରେ ମଧ୍ୟ ବହୁ ପରିମାଣରେ ବିଫଳ ହୋଇଛି। ସରକାରକୁ ଆସିବା ପୂର୍ବରୁ ଦେଶରୁ ନକ୍ସଲବାଦ ଓ ନକ୍ସଲଙ୍କୁ ସଫା କରିଦେବା କଥା ବିଜେପି କହିଥିଲା। ହେଲେ ଛତିଶଗଡ଼, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ଯେମିତି ନକ୍ସଲ ଆକ୍ରମଣ ହେଉଛି, ତାକୁ ଦେଖିଲେ ମୋଦି ସରକାର ଏ କ୍ଷେତ୍ରରେ କେତେ ସଫଳ ହୋଇଛନ୍ତି ଜଣାପଡ଼ୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story