ଜମାତ୍‌ କାର୍ଯ୍ୟକ୍ରମ ସହ ଜଡ଼ିତ ୪୦୦ କରୋନା ପଜିଟିଭ୍‌, କ୍ୱାରେଣ୍ଟାଇନ୍‌ରେ ୯ ହଜାର: ସରକାର

ନୂଆଦିଲ୍ଲୀ: ମାର୍ଚ୍ଚ ମାସରେ ଦିଲ୍ଲୀ ନିଜାମୁଦ୍ଦିନ୍‌ଠାରେ ଜମାତ୍‌ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪୦୦ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ଗୁରୁବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ତଥ୍ୟ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ, ଲବ ଅଗ୍ରୱାଲ କହିଛନ୍ତି, “ଆମେ ତେଲେଙ୍ଗାନାଠାରୁ ତବଲିଗି ଜମାତ ଏକତ୍ରୀକରଣର କୋଭିଡ୍‌-୧୯ ଲିଙ୍କ ବାବଦରେ ଜାଣିବାକୁ ପାଇଥିଲୁ। ତା’ପରଠାରୁ ଆମେ କଣ୍ଟାକ୍ଟ ଟ୍ରାସିଂ ଏବଂ ନମୁନା ସଂଗ୍ରହ ଆରମ୍ଭ କରିଥିଲୁ। ବିଭିନ୍ନ ରାଜ୍ୟରୁ ପ୍ରର୍ଯ୍ୟାୟ କ୍ରମେ ନମୁନା […]

nizamuddin

Subrat Kumar Nayak
  • Published: Thursday, 02 April 2020
  • , Updated: 02 April 2020, 06:22 PM IST

ନୂଆଦିଲ୍ଲୀ: ମାର୍ଚ୍ଚ ମାସରେ ଦିଲ୍ଲୀ ନିଜାମୁଦ୍ଦିନ୍‌ଠାରେ ଜମାତ୍‌ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪୦୦ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ଗୁରୁବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ତଥ୍ୟ ଦିଆଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ, ଲବ ଅଗ୍ରୱାଲ କହିଛନ୍ତି, “ଆମେ ତେଲେଙ୍ଗାନାଠାରୁ ତବଲିଗି ଜମାତ ଏକତ୍ରୀକରଣର କୋଭିଡ୍‌-୧୯ ଲିଙ୍କ ବାବଦରେ ଜାଣିବାକୁ ପାଇଥିଲୁ। ତା’ପରଠାରୁ ଆମେ କଣ୍ଟାକ୍ଟ ଟ୍ରାସିଂ ଏବଂ ନମୁନା ସଂଗ୍ରହ ଆରମ୍ଭ କରିଥିଲୁ। ବିଭିନ୍ନ ରାଜ୍ୟରୁ ପ୍ରର୍ଯ୍ୟାୟ କ୍ରମେ ନମୁନା ସଂଗ୍ରହ ଜାରି ରହିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରୁ ୪୦୦ ପଜିଟିଭ୍‌ ଚିହ୍ନଟ କରାଯାଇ ପାରିଛି।”

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ମଧ୍ୟ ନମୁନା ସଂଗ୍ରହ ଚାଲୁ ରହିଛି। ତେଣୁ ଏହି ସଂଖ୍ୟାରେ ବୃଦ୍ଧି ଘଟିପାରେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, “ତାମିଲନାଡ଼ୁରୁ ୧୭୩, ରାଜସ୍ଥାନରୁ ୧୧, ଆଣ୍ଡାମାନ ଓ ନିକୋବରରୁ ୯, ଦିଲ୍ଲୀରୁ ୪୭, ପୁଡୁଚେରୀରୁ ୨, ଜମ୍ମୁ-କଶ୍ମୀରରୁ ୨୨, ତେଲେଙ୍ଗାନାରୁ ୩୩, ଆନ୍ଧ୍ରପ୍ରଦେଶରୁ ୬୭ ଏବଂ ଆସାମରୁ ୧୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।”

ଅନ୍ୟପକ୍ଷରେ ୯ ହଜାର ତାବ୍‌ଲିଗି ଜମାତ ସଦସ୍ୟ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ୯୦୦୦ ଲୋକଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ସାରା ଦେଶରେ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ରାଜ୍ୟ ସରକାରମାନଙ୍କ ସହଯୋଗରେ ଓ ସୌରାଷ୍ଟ୍ର ମନ୍ତ୍ରଣାଳୟର ଉଦ୍ୟମ କ୍ରମେ ଏହା ସମ୍ଭବ ହୋଇପାରିଛି। ଅନ୍ୟପକ୍ଷରେ ୧.୫ କୋଟି ପିପିଇ କିଟ୍‌ ପାଇଁ ଅର୍ଡର ରହିଛି ଏବଂ ଏହାର ସପ୍ଲାଇ ଆରମ୍ଭ ହୋଇଯାଇଥିବା ଏହି ଅବସରରେ ସୂଚନା ଦିଆଯାଇଛି।

Related story