ଶାଢ଼ି ଗୋଦାମରେ ନିଆଁ ଲାଗି ୫ ଜୀବନ୍ତ ଦଗ୍ଧ

ପୁନେ: ମହାରାଷ୍ଟ୍ରର ପୁନେରେ ଏକ ଶାଢ଼ି ଗୋଦାମରେ ଆଜି ନିଆଁ ଲାଗିଯିବାରୁ ୫ ଜଣ କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ସକାଳ ପ୍ରାୟ ୫ଟା ବେଳେ ଗୋଦାମରେ ନିଆଁ ଲାଗିଥିଲା ବୋଲି ପୁନେ ଗ୍ରାମାଞ୍ଚଳ ପୁଲିସ୍‌ ସୂଚନା ଦେଇଛି। ଗୋଦାମରେ ନିଆଁ ଲାଗିବା ବେଳେ ପାଖ କୋଠରୀରେ ଏହି ୫ ଜଣ କର୍ମଚାରୀ ଶୋଇଥିଲେ। ନିଆଁ ଏତେ ଜୋରରେ ବ୍ୟାପୀ ଯାଇଥିଲା ଯେ ସେମାନେ ବାହାରିବା ପାଇଁ ସମୟ ପାଇ ନଥିଲେ ଓ ଜୀବନ୍ତ ଦଗ୍ଧ […]

PUNE FIRE AT SAREE GO DOWN

Subhransu Sekhar
  • Published: Thursday, 09 May 2019
  • , Updated: 09 May 2019, 11:06 AM IST
ପୁନେ: ମହାରାଷ୍ଟ୍ରର ପୁନେରେ ଏକ ଶାଢ଼ି ଗୋଦାମରେ ଆଜି ନିଆଁ ଲାଗିଯିବାରୁ ୫ ଜଣ କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ସକାଳ ପ୍ରାୟ ୫ଟା ବେଳେ ଗୋଦାମରେ ନିଆଁ ଲାଗିଥିଲା ବୋଲି ପୁନେ ଗ୍ରାମାଞ୍ଚଳ ପୁଲିସ୍‌ ସୂଚନା ଦେଇଛି। ଗୋଦାମରେ ନିଆଁ ଲାଗିବା ବେଳେ ପାଖ କୋଠରୀରେ ଏହି ୫ ଜଣ କର୍ମଚାରୀ ଶୋଇଥିଲେ। ନିଆଁ ଏତେ ଜୋରରେ ବ୍ୟାପୀ ଯାଇଥିଲା ଯେ ସେମାନେ ବାହାରିବା ପାଇଁ ସମୟ ପାଇ ନଥିଲେ ଓ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।
ନିଆଁ ଲାଗିଥିବା ନେଇ ସୂଚନା ମିଳିବା ପରେ ଘଟଣାସ୍ଥଳରେ ୪ଟି ଦମକଳ ଟିମ୍ ଆସି ପହଞ୍ଚିଥିଲେ ଓ ନିଆଁକୁ ନିୟନ୍ତ୍ରଣ କରିଥିଲେ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

Related story