ସ୍କୁଲ ଖୋଲିବା ମାତ୍ରେ ୫୦ ଶିକ୍ଷକଙ୍କୁ କରୋନା, ବନ୍ଦ ହେଲା ଏକାଧିକ ବିଦ୍ୟାଳୟ

ବେଙ୍ଗାଲୁରୁ: ଜାନୁଆରୀ ୧ରୁ ସ୍କୁଲ ଖୋଲିବା ମାତ୍ରେ ଜଣଙ୍କ ପରେ ଜଣେ ଶିକ୍ଷକ ଓ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ମଙ୍ଗଳବାର କର୍ଣ୍ଣାଟକାର ବିଭିନ୍ନ ସ୍କୁଲର ୫୦ ଜଣ ଶିକ୍ଷକ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି। କରୋନା ସଂକ୍ରମଣ ବ୍ୟାପୁଥିବାରୁ ପୁଣିଥରେ ରାଜ୍ୟରେ ଥିବା ଏକାଧିକ ସ୍କୁଲକୁ ପ୍ରଶାସନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ବେଲାଗାଭିରେ ୨୨ ଜଣ ଶିକ୍ଷକ କରୋନାରେ ଆକ୍ରାନ୍ତ ହେବା ପରେ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି। ସେମାନେ କୌଣସି ଶିକ୍ଷକ […]

d

d

Hemant Lenka
  • Published: Wednesday, 06 January 2021
  • Updated: 06 January 2021, 03:08 PM IST

Sports

Latest News

ବେଙ୍ଗାଲୁରୁ: ଜାନୁଆରୀ ୧ରୁ ସ୍କୁଲ ଖୋଲିବା ମାତ୍ରେ ଜଣଙ୍କ ପରେ ଜଣେ ଶିକ୍ଷକ ଓ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ମଙ୍ଗଳବାର କର୍ଣ୍ଣାଟକାର ବିଭିନ୍ନ ସ୍କୁଲର ୫୦ ଜଣ ଶିକ୍ଷକ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି। କରୋନା ସଂକ୍ରମଣ ବ୍ୟାପୁଥିବାରୁ ପୁଣିଥରେ ରାଜ୍ୟରେ ଥିବା ଏକାଧିକ ସ୍କୁଲକୁ ପ୍ରଶାସନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।

ବେଲାଗାଭିରେ ୨୨ ଜଣ ଶିକ୍ଷକ କରୋନାରେ ଆକ୍ରାନ୍ତ ହେବା ପରେ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି। ସେମାନେ କୌଣସି ଶିକ୍ଷକ କିମ୍ବା ପିଲାମାନଙ୍କ ସଂସ୍ପର୍ଶରେ ଆସି ନଥିବା ଜଣାପଡ଼ିଛି। ବେଲାଗାଭି ତାଲୁକାର କାଡୋଲି ଗାଁର ଗୋଟିଏ ସ୍କୁଲରେ ଜଣେ ଶିକ୍ଷକଙ୍କର କରୋନା ଲକ୍ଷଣ ଦେଖାଯିବାରୁ ଉକ୍ତ ସ୍କୁଲକୁ ଗୋଟିଏ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି।

ଗତ ସପ୍ତାହରେ ଶିକ୍ଷକମାନଙ୍କର କରୋନା ଟେଷ୍ଟ କରାଯାଇଥିଲା। ଯେଉଁମାନଙ୍କର କରୋନା ଲକ୍ଷଣ ଥିଲା ବା ପଜିଟିଭ ରିପୋର୍ଟ ଆସିଥିଲା, ସେମାନଙ୍କୁ ଘରେ ରହିବାକୁ କୁହାଯାଇଛି। ସେହିପରି ଯେଉଁମାନଙ୍କର ରିପୋର୍ଟ ନେଗେଟିଭ ଆସିଛି ସେମାନଙ୍କୁ ଦଶମ ଶ୍ରେଣୀର ପିଲାମାନଙ୍କୁ ପଢ଼ାଇବାକୁ ଅନୁମତି ମିଳିଛି।

ଅନ୍ୟପକ୍ଷରେ ଚିତ୍ରଦୁର୍ଗା ଜିଲ୍ଲାର ୬ଟି ସ୍କୁଲକୁ ୨ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ଏହି ୭ ସ୍କୁଲର ୬ ଜଣ ଶିକ୍ଷକ କରୋନାରେ ଆକ୍ରାନ୍ତ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ସମସ୍ତ ସଂକ୍ରମିତଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି ଓ ସ୍କୁଲକୁ ସାନିଟାଇଜ କରାଯାଇଛି।

ବୋଲେଗାଓଁରେ ଥିବା ଗୋଟିଏ ସରକାରୀ ସ୍କୁଲରେ ଜଣେ ଶିକ୍ଷକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏଥିପାଇଁ ଉକ୍ତ ସ୍କୁଲକୁ ବନ୍ଦ କରାଯାଇଛି। ଆକ୍ରାନ୍ତ ଶିକ୍ଷକଙ୍କ କ୍ଲାସ କରିଥିବା ପିଲାମାନଙ୍କୁ କିଛି ଦିନ ପାଇଁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କରୋନାରେ ଆକ୍ରାନ୍ତ ଶିକ୍ଷକଙ୍କର କୌଣସି ଲକ୍ଷଣ ଦେଖାଯାଇ ନଥିଲା। ତେଣୁ ସେ ୬ଷ୍ଠ ଓ ୭ମ ଶ୍ରେଣୀର ପିଲାମାନଙ୍କୁ କ୍ଲାସରେ ପଢ଼ାଇବାକୁ ଅନୁମତି ପାଇଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି।

ଚିକ୍କାମାଗାଲୁରରେ ଥିବା ବିଭିନ୍ନ ସ୍କୁଲର ୪ ଜଣ ଶିକ୍ଷାର୍ଥୀ ଓ ୫ ଜଣ ଶିକ୍ଷକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଠାରେ ମଧ୍ୟ ସଂକ୍ରମଣ ଭୟରେ ସ୍କୁଲଗୁଡ଼ିକୁ ବନ୍ଦ କରି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story