ଟିକା ନେଇ ରାଜଧାନୀରେ ୫୧ ଅସୁସ୍ଥ, ଜଣେ ସାମାନ୍ୟ ଗୁରୁତର

ନୂଆଦିଲ୍ଲୀ: କରୋନା ଭାଇରସକୁ ମାତ୍‌ ଦେବାକୁ ଶନିବାର ଠାରୁ ଦେଶରେ ଆରମ୍ଭ ହୋଇଛି ବିଶ୍ୱ ସର୍ବବୃହତ୍ତ ଟିକାକରଣ କାର୍ଯ୍ୟକ୍ରମ। ଦେଶର ବିଭିନ୍ନ ପ୍ରାନ୍ତରେ ଗତକାଲି ପ୍ରାୟ ୧.୯୧ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାକୁ ଟିକା ଦିଆଯାଇଛି। ତେବେ ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନାକୁ ମାତ୍‌ ଦେଇପାରୁ ଥିବା ଟିକା ନେବା ପରେ ୫୧ ଜଣ ପାର୍ଶ୍ୱପ୍ରତିକ୍ରିୟା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସାମାନ୍ୟ ଗୁରୁତର ରହିଥିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିବା […]

d

Hemant Lenka
  • Published: Sunday, 17 January 2021
  • , Updated: 17 January 2021, 05:56 PM IST

ନୂଆଦିଲ୍ଲୀ: କରୋନା ଭାଇରସକୁ ମାତ୍‌ ଦେବାକୁ ଶନିବାର ଠାରୁ ଦେଶରେ ଆରମ୍ଭ ହୋଇଛି ବିଶ୍ୱ ସର୍ବବୃହତ୍ତ ଟିକାକରଣ କାର୍ଯ୍ୟକ୍ରମ। ଦେଶର ବିଭିନ୍ନ ପ୍ରାନ୍ତରେ ଗତକାଲି ପ୍ରାୟ ୧.୯୧ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାକୁ ଟିକା ଦିଆଯାଇଛି। ତେବେ ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନାକୁ ମାତ୍‌ ଦେଇପାରୁ ଥିବା ଟିକା ନେବା ପରେ ୫୧ ଜଣ ପାର୍ଶ୍ୱପ୍ରତିକ୍ରିୟା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସାମାନ୍ୟ ଗୁରୁତର ରହିଥିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିବା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଟିକାକରଣର ପ୍ରଥମ ଦିନରେ ଦିଲ୍ଲୀର ୪,୩୧୯ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନାକୁ ମାତ ଦେଇ ପାରୁଥିବା ଟିକା ଦିଆଯାଇଥିଲା। ଏମାନଙ୍କ ମଧ୍ୟରୁ ୫୧ ଜଣଙ୍କ ଶରୀରରେ ସମସ୍ୟା ଦେଖା ଯାଇଛି। ତେବେ ଏହି ସମସ୍ୟା ଆଦୌ ଚିନ୍ତାଜନକ ନୁହେଁ। ୫୧ ଜଣଙ୍କ ମଧ୍ୟରୁ କେବଳ ଜଣଙ୍କ ଅବସ୍ଥା ସାମାନ୍ୟ ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ସ୍ୱତନ୍ତ୍ର ଚିକିତ୍ସା ଯୋଗାଇ ଦିଆଯାଉଛି।

ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ଏହି ରୋଗୀ ଜଣଙ୍କ ବୟସ ୨୨ ବର୍ଷ। ସେ ଦିଲ୍ଲୀର ଗୋଟିଏ ହସ୍ପିଟାଲରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଛନ୍ତି। ଗତକାଲି ରାତିରେ ତାଙ୍କୁ ଏମ୍ସର ଆଇସିୟୁରେ ଭର୍ତ୍ତି କରାଯାଇଥିବା ଶ୍ରୀ ଜୈନ ସୂଚନା ଦେଇଛନ୍ତି। ଟିକା ନେଇ ସାମାନ୍ୟ ଅସୁସ୍ଥ ହୋଇଥିବା ଅନ୍ୟମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାର ଆବଶ୍ୟକ ପଡ଼ିନାହିଁ। ସେମାନଙ୍କୁ କେବଳ ନୀରିକ୍ଷଣରେ ରଖାଯାଇଛି।

ଗତକାଲି କେବଳ କେନ୍ଦ୍ରୀୟ ଅନୁସାରେ ପରିଚାଳିତ ଏମ୍ସ ଭଳି ହସ୍ପିଟାଲକୁ ଛାଡ଼ି ଅନ୍ୟ ସବୁ ଡାକ୍ତରଖାନାର କର୍ମଚାରୀଙ୍କୁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା କରୋନା ଟିକା କୋଭିସିଲ୍ଡ ଦିଆଯାଇଥିଲା। ଏହାକୁ ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଉତ୍ପାଦନ କରୁଛି।

୬ଟି କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ହସ୍ପିଟାଲରେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ ଟିକା ଦିଆଯାଇଛି। ପ୍ରଥମ ଦିନରେ ଦିଲ୍ଲୀରେ ୮,୧୧୭ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ୮୧ଟି ଟିକାକରଣ କେନ୍ଦ୍ରରେ ଏହାର ଅଧା ଲୋକଙ୍କୁ ଟିକା ଦେବା ସମ୍ଭବ ହୋଇପାରିଛି।

Related story