ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ଏବେ ୫୪୬ ଜଣ ଭାରତୀୟ ଅଛନ୍ତି। ଏହି ବନ୍ଦୀମାନଙ୍କ ମଧ୍ୟରେ କେବଳ ୫୦୦ ଜଣ ମତ୍ସ୍ୟଜୀବୀ ଅଛନ୍ତି। ପାକିସ୍ତାନ ସରକାର ଏହି ରିପୋର୍ଟ ଭାରତୀୟ ଦୂତାବାସକୁ ଦେଇଛି। ଶନିବାର ଭାରତୀୟ ଦୂତାବାସର ହାଇ କମିଶନର ଗୌତମ ଭାମ୍ବୱାଲେଙ୍କୁ ଏହି ରିପୋର୍ଟ ହସ୍ତାନ୍ତର ହୋଇଛି। ୨୦୦୮ରେ ଭାରତ-ପାକ ମଧ୍ୟରେ ହୋଇଥିବା କନ୍ସୁଲାର ଆସେସ୍ ଏଗ୍ରିମେଣ୍ଟ ଅନୁଯାୟୀ ଏହି ତଥ୍ୟ ଦିଆଯାଇଛି। ଏହି ଚୁକ୍ତି ଅନୁଯାୟୀ ଉଭୟ ଦେଶର ଜେଲରେ କାହାର କେତେ ବନ୍ଦୀ ଅଛନ୍ତି ସେ ସମ୍ପର୍କରେ ତଥ୍ୟ ସେୟାର କରିବେ।
ଏହି ରିପୋର୍ଟ ବର୍ଷରେ ଦୁଇ ଥର ଜାନୁୟାରୀ ୧ ଏବଂ ଜୁଲାଇ ୨ ଉଭୟ ଉଭୟଙ୍କୁ ତଥ୍ୟ ଜଣାଇବେ। ସେହି ଅନୁଯାୟୀ ଭାରତର କେତେ ପାକିସ୍ତାନୀ ଅଛନ୍ତି ସେ ସମ୍ପର୍କରେ ଭାରତ ମଧ୍ୟ ପାକ ଦୂତାବାସକୁ ଅବଗତ କରାଇଛି। ତେବେ ଚଳିତ ବର୍ଷ ଜାନୁୟାରୀ ୧ ସୁଦ୍ଧା ପାକିସ୍ତାନରେ ୩୫୧ ଜଣ ଭାରତୀୟ ପାକିସ୍ତାନ ଜେଲରେ ଥିଲେ। ଏମାନଙ୍କ ମଧ୍ୟରେ ଅଧିକାଂଶ ମତ୍ସ୍ୟଜୀବୀ ଥିଲେ। ତେବେ ମିଳିତ ଆଲୋଚନା ପରେ ପାକିସ୍ତାନ ୨୧୯ ଜଣଙ୍କୁ ମୁକ୍ତି କରିଥିଲା ବୋଲି ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ସୌଜନ୍ୟ ଟାଇମ୍ସ୍ ଅଫ ଇଣ୍ଡିଆ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।