୫୬ ଜଣଙ୍କୁ ରାଷ୍ଟ୍ରପତି ପ୍ରଦାନ କଲେ ପଦ୍ମ ପୁରସ୍କାର

ନୂଆଦିଲ୍ଲୀ: ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ସୋମବାର ରାଷ୍ଟ୍ରପତି ଭବନରେ ୫ ଜଣଙ୍କୁ ପଦ୍ମ ବିଭୂଷଣ, ଆଠ ଜଣଙ୍କୁ ପଦ୍ମ ଭୂଷଣ ଓ ୪୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ବିଶିଷ୍ଟ ଶିଳ୍ପପତି ଧୀରୁଭାଇ ଅମ୍ବାନୀଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କ ପତ୍ନୀ କୋକିଲାବେନ୍ ଅମ୍ବାନୀ ଏହି ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ତାଙ୍କର ଦୁଇ ପୁଅ ମୁକେଶ ଓ ଅନୀଲ ଅମ୍ବାନୀ ଉପସ୍ଥିତ ଥିଲେ। ସେହିପରି ଆମେରିକାରେ ଅବସ୍ଥାପିତ […]

padma-awards

Rakesh Mallick
  • Published: Monday, 28 March 2016
  • , Updated: 28 March 2016, 12:25 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ସୋମବାର ରାଷ୍ଟ୍ରପତି ଭବନରେ ୫ ଜଣଙ୍କୁ ପଦ୍ମ ବିଭୂଷଣ, ଆଠ ଜଣଙ୍କୁ ପଦ୍ମ ଭୂଷଣ ଓ ୪୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି।

ବିଶିଷ୍ଟ ଶିଳ୍ପପତି ଧୀରୁଭାଇ ଅମ୍ବାନୀଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କ ପତ୍ନୀ କୋକିଲାବେନ୍ ଅମ୍ବାନୀ ଏହି ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ତାଙ୍କର ଦୁଇ ପୁଅ ମୁକେଶ ଓ ଅନୀଲ ଅମ୍ବାନୀ ଉପସ୍ଥିତ ଥିଲେ। ସେହିପରି ଆମେରିକାରେ ଅବସ୍ଥାପିତ ବିଶିଷ୍ଟ ଅର୍ଥନୈତିଜ୍ଞ ଅବିନାଶ କାମାଲକର ଦିକ୍ଷୀତ, ଜମ୍ମୁ ଓ କାଶ୍ମୀରର ପୂର୍ବତନ ରାଜ୍ୟପାଳ ଜଗମୋହନ, ପ୍ରସିଦ୍ଧ ଭାରତୀୟ ନୃତ୍ୟଶିଳ୍ପୀ ଯାମିନୀ କୃଷ୍ଣମୂର୍ତ୍ତୀ ଓ ଶ୍ରୀ ଶ୍ରୀ ରବି ଶଙ୍କର ରାଷ୍ଟ୍ରପତିଙ୍କ ଠାରୁ ପଦ୍ମ ବିଭୂଷଣ ପୁରସ୍କାର ଗ୍ରହଣ କରିଥିଲେ।

ଆଜି ରାଷ୍ଟ୍ରପତିଙ୍କଠାରୁ ପଦ୍ମ ଭୂଷଣ ପୁରସ୍କାର ଗ୍ରହଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ବିଶିଷ୍ଟ ସ୍ଥପତି ହଫିଜ୍ ସୋରାବ କଂଟ୍ରାକ୍ଟର, ବଲିଉଡ୍ ଅଭିନେତା ଅନୁପମ୍ ଖେର, ବ୍ୟାଡମିଣ୍ଟନ୍ ତାରକା ସାଇନା ନେହୱାଲ, ପୂର୍ବତନ ସିଏଜି ବିନୋଦ ରୟ ଓ ବିଶିଷ୍ଟ ବୈଜ୍ଞାନିକ ଆଲା ଭେଙ୍କଟ ରାମା ରାଓ।

ଏହି ପୁରସ୍କାର ବିତରଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ।

Related story