ସେନାରେ ସାମିଲ ହେଲେ ୫୭୫ ଜମ୍ମୁ-କଶ୍ମୀର ଯୁବକ

ଶ୍ରୀନଗର: ଶନିବାର ଜମ୍ମୁ-କଶ୍ମୀରର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୫୭୫ ଜଣ ଯୁବକ ଭାରତୀୟ ସେନାରେ ଯୋଗ ଦେଇଛନ୍ତି। ପାସିଂ ପରେଡ୍‌ ପରେ ଆଜି ସେମାନଙ୍କୁ ଜମ୍ମୁ-କଶ୍ମୀର ଲାଇଟ୍‌ ଇନ୍‌ଫାଣ୍ଟ୍ରିରେ ନିଯୁକ୍ତି ଦିଆଯାଇଥିବା ସୂଚନା ମିଳିଛି। ଗଣମାଧ୍ୟମକୁ ଏହି ନୂଆ ଯବାନମାନେ କହିଛନ୍ତି, ସେମାନେ ଜନ୍ମଭୂମିର ସେବା ପାଇଁ ପ୍ରସ୍ତୁତ ଥିଲେ ଏବଂ ଦେଶ ମାତୃକା ପାଇଁ ବଳିଦାନ ଦେବାକୁ ପଛଘୁଞ୍ଚା ଦେବେନି ବୋଲି କହିଛନ୍ତି। ସେମାନେ ଭାରତୀୟ ସେନାରେ ସାମିଲ ହୋଇ ଗର୍ବିତ ବୋଲିତ କହିଛନ୍ତି। ସେମାନଙ୍କ […]

jk

jk

Subrat Kumar Nayak
  • Published: Saturday, 31 August 2019
  • Updated: 31 August 2019, 04:28 PM IST

Sports

Latest News

ଶ୍ରୀନଗର: ଶନିବାର ଜମ୍ମୁ-କଶ୍ମୀରର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୫୭୫ ଜଣ ଯୁବକ ଭାରତୀୟ ସେନାରେ ଯୋଗ ଦେଇଛନ୍ତି। ପାସିଂ ପରେଡ୍‌ ପରେ ଆଜି ସେମାନଙ୍କୁ ଜମ୍ମୁ-କଶ୍ମୀର ଲାଇଟ୍‌ ଇନ୍‌ଫାଣ୍ଟ୍ରିରେ ନିଯୁକ୍ତି ଦିଆଯାଇଥିବା ସୂଚନା ମିଳିଛି।

ଗଣମାଧ୍ୟମକୁ ଏହି ନୂଆ ଯବାନମାନେ କହିଛନ୍ତି, ସେମାନେ ଜନ୍ମଭୂମିର ସେବା ପାଇଁ ପ୍ରସ୍ତୁତ ଥିଲେ ଏବଂ ଦେଶ ମାତୃକା ପାଇଁ ବଳିଦାନ ଦେବାକୁ ପଛଘୁଞ୍ଚା ଦେବେନି ବୋଲି କହିଛନ୍ତି। ସେମାନେ ଭାରତୀୟ ସେନାରେ ସାମିଲ ହୋଇ ଗର୍ବିତ ବୋଲିତ କହିଛନ୍ତି। ସେମାନଙ୍କ ପରିବାର ଲୋକେ ମଧ୍ୟ ଏହି ମୁହୂର୍ତ୍ତ ତାଙ୍କ ପାଇଁ ଗୌରବ ଆଣିଦେଇଛି ବୋଲି କହିଛନ୍ତି।

ଲେଫ୍ଟନାଣ୍ଟ ଜେନେରାଲ ଅଶ୍ୱିନୀ କୁମାର କହିଛନ୍ତି, ଏପରି ନିଯୁକ୍ତିମେଳା ଚାଲୁ ରହିବ। ଏହା ଜମ୍ମୁ-କଶ୍ମୀରର ଚିତ୍ର ବଦଳୁଥିବାର ନମୁନା। ଯେଉଁମାନେ ଆଗକୁ ଯିବାକୁ ଚାହୁଁଛନ୍ତି ସେନା ସେମାନଙ୍କ ସାଥିରେ ଅଛି।

୧୯୪୭ ମସିହାରେ ବେଆଇନ ଅନୁପ୍ରବେଶ ରୋକିବା ପାଇଁ ଜମ୍ମୁ-କଶ୍ମୀର ଲାଇଟ୍‌ ଇନ୍‌ଫାଣ୍ଟ୍ରି ଗଠିତ ହୋଇଥିଲା। ଜମ୍ମୁ-କଶ୍ମୀରୁ ସ୍ୱତନ୍ତ୍ର ସୁବିଧା ଦେଉଥିବା ୩୭୦ ଧାରା ଉଚ୍ଛେଦ ପରେ ବ୍ୟାପକ ନିଯୁକ୍ତିର ପ୍ରତିଶ୍ରୁତି ଦିଆଯାଇଥିବାବେଳେ ଏହା ନିଯୁକ୍ତି ପ୍ରକ୍ରିୟାର ପ୍ରଥମ ପାହାଚ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos