ଆସନ୍ତାକାଲି ୫ମ ପର୍ଯ୍ୟାୟ ମତଦାନ, ୫୧ଟି ଆସନ ପାଇଁ ପଡ଼ିବ ଭୋଟ

ନୂଆଦିଲ୍ଲୀ: ଆସନ୍ତାକାଲି ୧୭ତମ ସାଧାରଣ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ହେବ। ୭ଟି ରାଜ୍ୟର ୫୧ଟି ଆସନ ପାଇଁ ମତଦାନ ହେବ। ଯେଉଁଥିରେ ଉତ୍ତର ପ୍ରଦେଶର ୧୪ଟି ଆସନ, ବିହାରର ୫ଟି, ମଧ୍ୟପ୍ରଦେଶର ୭ଟି, ରାଜସ୍ଥାନର ୧୩ଟି, ଝାରଖଣ୍ଡର ୪ଟି, ଜମ୍ମୁ କଶ୍ମୀରର ୨ଟି, ପଶ୍ଚିମବଙ୍ଗର ୭ଟି ଆସନ ରହିଛି।   ଏହି ପର୍ଯ୍ୟାୟ ନିର୍ବାଚନରେ ବିଜେପିର ଅଧିକାଂଶ ସାଂସଦ ୨୦୧୪ ସାଧାରଣ ନିର୍ବାଚନରେ ନିର୍ବାଚିତ ହୋଇଥିଲେ। ଉତ୍ତର ପ୍ରଦେଶର ୧୪ଟି ଆସନରୁ ବିଜେପି ୨୦୧୪ […]

vote

Subhransu Sekhar
  • Published: Sunday, 05 May 2019
  • , Updated: 06 May 2019, 04:33 PM IST

ନୂଆଦିଲ୍ଲୀ: ଆସନ୍ତାକାଲି ୧୭ତମ ସାଧାରଣ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ହେବ। ୭ଟି ରାଜ୍ୟର ୫୧ଟି ଆସନ ପାଇଁ ମତଦାନ ହେବ। ଯେଉଁଥିରେ ଉତ୍ତର ପ୍ରଦେଶର ୧୪ଟି ଆସନ, ବିହାରର ୫ଟି, ମଧ୍ୟପ୍ରଦେଶର ୭ଟି, ରାଜସ୍ଥାନର ୧୩ଟି, ଝାରଖଣ୍ଡର ୪ଟି, ଜମ୍ମୁ କଶ୍ମୀରର ୨ଟି, ପଶ୍ଚିମବଙ୍ଗର ୭ଟି ଆସନ ରହିଛି।

 

ଏହି ପର୍ଯ୍ୟାୟ ନିର୍ବାଚନରେ ବିଜେପିର ଅଧିକାଂଶ ସାଂସଦ ୨୦୧୪ ସାଧାରଣ ନିର୍ବାଚନରେ ନିର୍ବାଚିତ ହୋଇଥିଲେ। ଉତ୍ତର ପ୍ରଦେଶର ୧୪ଟି ଆସନରୁ ବିଜେପି ୨୦୧୪ ନିର୍ବାଚନରେ ୧୨ଟି ଆସନରେ ଜିତିଥିଲା। କେବଳ ରାଏବରେଲି ଏବଂ ଆମେଠି ଲୋକସଭା ଆସନରେ କଂଗ୍ରେସ ଗତଥର ଜିତିଥିଲା। ସେହିପରି ମଧ୍ୟପ୍ରଦେଶର ୭ଟି ଆସନ ଯାକ  ଗତଥର ବିଜେପି ଜିତିଥିଲା। ସେହିଭଳି ବିହାରର ୫ଟି ଆସନରୁ ବିଜେପି ଅନ୍ତିମଥର ୪ଟି ଆସନରେ ଏକାକୀ ବିଜୟ ହୋଇଥିଲା।

ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ଚଳିତଥର ମେଣ୍ଟ କରିଥିବାରୁ ବିଜେପିକୁ କଡ଼ା ମୁକାବିଲାର ସାମ୍ନା କରିବାକୁ ପଡ଼ୁଛି। ସେହିପରି ରାଜସ୍ଥାନରେ ଅନ୍ତିମ ବିଧାନସଭା ନିର୍ବାଚନରେ କଂଗ୍ରେସ ରାଜ୍ୟର ସରକାର ଗଢ଼ିଥିବାରୁ ଚଳିତଥର ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ସେହିପରି ବିହାରରେ ଆରଜେଡ଼ି ନେତୃତ୍ୱରେ କଂଗ୍ରେସ ଓ ଅନ୍ୟାନ୍ୟ ଆଞ୍ଚଳିକ ଦଳ ମେଣ୍ଟ କରିଥିବାରୁ ବିଜେପି-ଜେଡ଼ିୟୁ-ଏଲଜେପି ମେଣ୍ଟ ପାଇଁ କଡା ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।

ଝାରଖଣ୍ଡରେ ମଧ୍ୟ ୧୪ଟି ଆସନରୁ ବିଜେପି ୧୩ଟି ଆସନରେ ୨୦୧୪ରେ ଜିତିଥିଲା। ହେଲେ ଏବେ ରାଜ୍ୟର ଶାସକ ଦଳ ବିଜେପି ବିରୋଧରେ ‍କ୍ଷମତା ବିରୋଧୀ ହାୱା ଚାଲୁଥିବାରୁ ବିଜେପି ଅନ୍ତିମଥର ଭଳି ଜିତିବା ସେତେଟା ସହଜ ନୁହେଁ।

Related story