୬ ଦିନିଆ ବିଦେଶ ଗସ୍ତରେ ଗଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ୬ ଦିନିଆ ବିଦେଶ ଗସ୍ତରେ ଯାଇ ପ୍ରଥମେ  ଆଫଗାନିସ୍ତାନରେ ପହଞ୍ଚିଛନ୍ତି। ହେରାତ୍ ପ୍ରଦେଶରେ ମୋଦି ଆଫଗାନ୍-ଇଣ୍ଡିଆ ଫ୍ରେଣ୍ଡସପ୍ ଡ୍ୟାମର ଉଦଘାଟନ କରିଛନ୍ତି। ସଲମା  ଡ୍ୟାମ ନାମରେ ଏହା ଜଣାଶୁଣା। ଭାରତ ପକ୍ଷରୁ ଏହି ଡ୍ୟାମ ନିର୍ମାଣ ହୋଇଛି। ପରେ ସେ ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆଫଗାନିସ୍ତାନରୁ ମୋଦି କାତାର ଓ ସୁଇଜରଲ୍ୟାଣ୍ଡ ଗସ୍ତ କରିବେ। ସେଠାରୁ  ୱାଶିଂଟନ ଯାଇ ଆମେରିକୀୟ କଂଗ୍ରେସର […]

modi

Rakesh Mallick
  • Published: Saturday, 04 June 2016
  • , Updated: 04 June 2016, 03:49 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ୬ ଦିନିଆ ବିଦେଶ ଗସ୍ତରେ ଯାଇ ପ୍ରଥମେ  ଆଫଗାନିସ୍ତାନରେ ପହଞ୍ଚିଛନ୍ତି। ହେରାତ୍ ପ୍ରଦେଶରେ ମୋଦି ଆଫଗାନ୍-ଇଣ୍ଡିଆ ଫ୍ରେଣ୍ଡସପ୍ ଡ୍ୟାମର ଉଦଘାଟନ କରିଛନ୍ତି। ସଲମା  ଡ୍ୟାମ ନାମରେ ଏହା ଜଣାଶୁଣା। ଭାରତ ପକ୍ଷରୁ ଏହି ଡ୍ୟାମ ନିର୍ମାଣ ହୋଇଛି। ପରେ ସେ ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆଫଗାନିସ୍ତାନରୁ ମୋଦି କାତାର ଓ ସୁଇଜରଲ୍ୟାଣ୍ଡ ଗସ୍ତ କରିବେ। ସେଠାରୁ  ୱାଶିଂଟନ ଯାଇ ଆମେରିକୀୟ କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ପରଦିନ ରାଷ୍ଟ୍ରପତି  ବାରାକ୍‌ ଓବାମାଙ୍କୁ  ଭେଟିବା  କାର୍ଯ୍ୟକ୍ରମ ରହିଛି। ଏହି ଦେଶଗୁଡ଼ିକ ସହ ସାମରିକ ଓ ଅର୍ଥନୈତିକ ସହଯୋଗ ବୃଦ୍ଧି ମୋଦିଙ୍କ ଗସ୍ତର ମୁଖ୍ୟ ଲକ୍ଷ୍ୟ ରହିଛି।

Related story