ରଖେ ହରି ମାରେ କିଏ: ଉଛୁଳା ନଦୀକୁ ଡେଇଁବାର ୨ ଦିନ ପରେ ଫେରିଲେ ବୃଦ୍ଧ

ବେଙ୍ଗାଲୁରୁ: ଅବିଶ୍ରାନ୍ତ ବର୍ଷା ଯୋଗୁ କର୍ଣ୍ଣାଟକାରେ ଭୟଙ୍କର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ସବୁ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବନ୍ୟା ଯୋଗୁ ୫୦ରୁ ଅଧିକ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି। ଏସବୁ ଭିତରେ  ୬୦ ବର୍ଷୀୟ ଭେଙ୍କଟେଶ ମୂର୍ତ୍ତି ଏକ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ଘଟାଇଛନ୍ତି। ସେ ଦୁଇ ଦିନ ତଳେ ଅର୍ଥାତ ଶନିବାର ସକାଳେ ବନ୍ୟା ଯୋଗୁ ପ୍ରଖର ଗତିରେ ପ୍ରବାହିତ ହେଉଥିବା କାବିନି ନଦୀକୁ […]

n

Hemant Lenka
  • Published: Wednesday, 14 August 2019
  • , Updated: 14 August 2019, 04:34 PM IST

ବେଙ୍ଗାଲୁରୁ: ଅବିଶ୍ରାନ୍ତ ବର୍ଷା ଯୋଗୁ କର୍ଣ୍ଣାଟକାରେ ଭୟଙ୍କର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ସବୁ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବନ୍ୟା ଯୋଗୁ ୫୦ରୁ ଅଧିକ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି।

ଏସବୁ ଭିତରେ  ୬୦ ବର୍ଷୀୟ ଭେଙ୍କଟେଶ ମୂର୍ତ୍ତି ଏକ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ଘଟାଇଛନ୍ତି। ସେ ଦୁଇ ଦିନ ତଳେ ଅର୍ଥାତ ଶନିବାର ସକାଳେ ବନ୍ୟା ଯୋଗୁ ପ୍ରଖର ଗତିରେ ପ୍ରବାହିତ ହେଉଥିବା କାବିନି ନଦୀକୁ ସେ ଡେଇଁ ପଡ଼ିବା ପରେ କେଉଁ ଆଡ଼େ ନିଖୋଜ ହୋଇଯାଇଥିଲେ।

ପୁଲିସ୍‌ ଓ ପରିବାର ଲୋକ ମୂର୍ତ୍ତି ପ୍ରାଣ ହରାଇଥିବା ଆଶଙ୍କା କରିଥିଲେ। ଏପରି କି ବନ୍ୟା ଜନିତ ମୃତକଙ୍କ ତାଲିକାରେ ତାଙ୍କ ନାଁ ଯୋଡ଼ି ହୋଇଯାଇଥିଲା। ମୂର୍ତ୍ତି ନଦୀକୁ ଡେଇଁଲା ବେଳେ ମୋବାଇଲରେ ଏହାକୁ ଶୁଟିଂ ମଧ୍ୟ କରାଯାଇଥିଲା।

ତେବେ ସେ ସମସ୍ତଙ୍କୁ ଚକିତ କରି ସୋମବାର ସନ୍ଧ୍ୟା ବେଳକୁ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ। ପୁଲିସ୍‌ ମଧ୍ୟ ସେ ଜୀବିତ ଥିବା କଥାକୁ ସ୍ୱୀକାର କରିଛି।

ଅନ୍ୟପକ୍ଷରେ ମୂର୍ତ୍ତିଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ତାଙ୍କ ଭଉଣୀ ମଞ୍ଜୁଳାଙ୍କୁ ଆଦୌ ଆଶ୍ଚର୍ଯ୍ୟ କରିନାହିଁ। କାରଣ ୨୫ରୁ ୩୦ ବର୍ଷ ହେଲାଣି, ପ୍ରାୟ ସବୁ ବେଳେ ମୂର୍ତ୍ତି ଏମିତି ନଦୀକୁ ଡେଇଁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କରିଥାଆନ୍ତି। କିନ୍ତୁ ସେ କେବେ ହେଲେ ଏମିତି ଦୁଇ ଦିନ କାଳ ନିଖୋଜ ନଥିଲେ।

ମୂର୍ତ୍ତି କହିଛନ୍ତି, “ମୁଁ ସବୁବେଳେ ବନ୍ୟା ପାଣିରେ ପହଁରି କୂଳକୁ ଫେରିଆସେ। ଏଥର ବନ୍ୟା ଜଳର ସୁଅ ଅଧିକ ହେବାରୁ ଏହା ମୋତେ ଭସାଇ ନେଇଥିଲା। ହେଲେ ମୁଁ ଗୋଟିଏ ବ୍ରିଜ୍‌ର ଖୁମ୍ବକୁ ଜାବୁଡ଼ି ଧରିଥିଲି। ସେଠାରେ ୬୦ ଘଣ୍ଟା ରହିବା ପରେ ବନ୍ୟା ଜଳ ସାମାନ୍ୟ କମିଥିଲା ଏବଂ ମୁଁ ଫେରିବାକୁ ସକ୍ଷମ ହେଲି।”

Related story