ସୀମାରେ ୬୨ ପରିସ୍ଥିତି: ଚୀନ୍‌କୁ ଜବାବ ପାଇଁ ଅଧିକ ସେନା ପଠାଇଲା ଭାରତ,୧ରେ କହିଲେ ୬ରାତିରେ  ଉଡ଼ାଇଦେଲେ

ନୂଆଦିଲ୍ଲୀ:ସିକିମ ସୀମାକୁ ନେଇ ଦିନକୁ ଦିନ ଜଟିଳ ହେଉଛି ପରିସ୍ଥିତି। ବିବାଦୀୟ କ୍ଷେତ୍ରକୁ ନେଇ ଉଭୟ ଚୀନ ଏବଂ ଭାରତ ମୁହାମୁହିଁ ହୋଇଛନ୍ତି।  ଦିନକୁ ଦିନ ମାମଲା ଉଗ୍ରରୂପ ଧାରଣ କରୁଥିବାରୁ ସିକିମକୁ ଏବେ ଭାରତ ଅଧିକ ସେନା ପଠାଇଛି। ବିବାଦର ସୂତ୍ରଧର ଚୀନକୁ ଜବାବ ଦେବା ପାଇଁ ଭାରତ ବିଚାର କରୁଛି। ସୀମାକୁ ନେଇ ପ୍ରାୟ ମାସେ ହେଲା ଲାଗି ରହିଛି ଉତ୍ତେଜନା। ସୀମାରେ ବେଆଇନ ଭାବେ ଚୀନ ଅନୁପ୍ରବେଶ ଉଦ୍ୟମ ଜାରି ରଖିଛି। ଚୀନ […]

indian-army-pti-875-1

indian-army-pti-875-1

Rakesh Mallick
  • Published: Sunday, 02 July 2017
  • Updated: 02 July 2017, 07:23 PM IST

Sports

Latest News

ନୂଆଦିଲ୍ଲୀ:ସିକିମ ସୀମାକୁ ନେଇ ଦିନକୁ ଦିନ ଜଟିଳ ହେଉଛି ପରିସ୍ଥିତି। ବିବାଦୀୟ କ୍ଷେତ୍ରକୁ ନେଇ ଉଭୟ ଚୀନ ଏବଂ ଭାରତ ମୁହାମୁହିଁ ହୋଇଛନ୍ତି।  ଦିନକୁ ଦିନ ମାମଲା ଉଗ୍ରରୂପ ଧାରଣ କରୁଥିବାରୁ ସିକିମକୁ ଏବେ ଭାରତ ଅଧିକ ସେନା ପଠାଇଛି। ବିବାଦର ସୂତ୍ରଧର ଚୀନକୁ ଜବାବ ଦେବା ପାଇଁ ଭାରତ ବିଚାର କରୁଛି। ସୀମାକୁ ନେଇ ପ୍ରାୟ ମାସେ ହେଲା ଲାଗି ରହିଛି ଉତ୍ତେଜନା। ସୀମାରେ ବେଆଇନ ଭାବେ ଚୀନ ଅନୁପ୍ରବେଶ ଉଦ୍ୟମ ଜାରି ରଖିଛି। ଚୀନ ସେନାକୁ ଅଟକାଇବା ପାଇଁ ଭାରତୀୟ ଯବାନମାନେ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ସମର୍ଥ ହୋଇପାରି ନଥିଲେ।

ତେଣୁ ସେଠାକୁ ଅଧିକ ଯବାନ ପଠାଇଛି ଭାରତ। ୧୯୬୨ରେ ଭାରତ-ଚୀନ ଯୁଦ୍ଧ ପରେ ଦ୍ୱିତୀୟ ଥର ପାଇଁ ସବୁଠୁ ଅଧିକ ଦିନ ସିକିମରେ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି। ଉଭୟ ସେନା ମଧ୍ୟରେ ଧସ୍ତାଧସ୍ତି ଏବଂ ବଳକସାକସି ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ ସିକିମର ଡୋକା ଲା’ ଅଞ୍ଚଳରେ ୨୦୧୨ରେ ଭାରତ ନିର୍ମାଣ କରିଥିବା ବଙ୍କର କୁ ହଟାଇବା ପାଇଁ ଚୀନ ଅବଗତ କରିଥିଲା। ଚଳିତ ଜୁନ୍‌ ୧ ତାରିଖରେ ବଙ୍କର ହଟାଇବା ସମ୍ପର୍କରେ ଭାରତକୁ ଚୀନ ଅବଗତ କରିଥିଲା। ତ୍ରିକୋଣୀୟ ସୀମା  ତଥା ଭାରତ, ଭୁଟାନ ଏବଂ ତିବ୍ବତ ଉପତ୍ୟକାରାକୁ ସଂଲଗ୍ନ କରୁଥିବା ଅଞ୍ଚଳଟି ହେଉଛି ଡୋକା ଲା’।

ଏଠାରେ ଭାରତୀୟ ଯବାନଙ୍କ ପକ୍ଷରୁ ବହୁ ବର୍ଷ ଧରି ପାଟ୍ରୋଲିଂ କରାଯାଇ ଆସୁଥିବାରୁ ୨୦୧୨ରେ ଏଠି ଦୁଇଟି ବଙ୍କର ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା। ଏଠୁ ମଧ୍ୟ ଭୁଟାନ ସୀମାକୁ ସୁରକ୍ଷା ପାଇଁ ଭାରତୀୟ ଯବାନମାନନେ ପ୍ରୟାସ ଜାରି ରଖିଥିଲେ। ତେବେ ଚୀନର ଉପରୋକ୍ତ ଧମକ ସମ୍ପର୍କରେ ଭାରତୀୟ ଯବାନମାନେ ଉତ୍ତର ପଶ୍ଚିମବଙ୍ଗର ଥିବା ୩୩ କର୍ପସ ହେଡକ୍ୱାଟରକୁ(ସେନା) ଅବଗତ କରିଥିଲେ ।  ହେଲେ ଜୁନ୍ ୬ ତାରିଖରେ ଚୀନ ସେନା ଯୋର ଜବରଦସ୍ତ ବଳପ୍ରୟୋଗ କରି ଲାଇନ୍‌ ଅଫ୍‌ ଆକ୍ଟୁଆଲ କଣ୍ଟ୍ରୋଲ(ଏଲଏସି)କୁ ଅତିକ୍ରମ କରିଥିଲା। ଆଉ ବୋଲଡୋଜର ଲଗାଇ ଭାରତର ଦୁଇଟି ବଙ୍କର ଉଡ଼ାଇଦେଇଥିଲା। ଚୀନର କହିବା ଅନୁଯାୟୀ ବଙ୍କର ନିର୍ମାଣ ହୋଇଥିବା ସ୍ଥାନ ତା’ର। ଏହା ଉପରେ ଭୁଟାନ ଏବଂ ଭାରତର କୌଣସି ଅଧିକର ନାହିଁ। ସିକିମ ସୀମାରେ ଚୀନ ଅଧିକ ସେନା ଠୁଳ କରୁଥିବାରୁ ପରିସ୍ଥିତିକୁ ଦେଖି ଅଧିକ ଯବାନ ପଠାଇଛି ଭାରତ। ତେବେ ଜୁନ୍‌ ୮ ତାରିଖରେ  ମୁହାଁମୁହିଁ ହୋଇ ଉଭୟ ପଟରୁ କିଛି ଯବାନ ମଧ୍ୟ  ଆହତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos