ଗୋଟିଏ ପରିବାରରେ ଅଛନ୍ତି ୬୬ ଭୋଟର, ନିର୍ବାଚନ ବେଳେ ଲାଗେ ନେତାଙ୍କ ଲାଇନ୍

ଆହ୍ଲାବାଦ: କଥାରେ ଅଛି, ଯେତେ ଭାଇ ସେତେ ଘର। ହେଲେ ଉତ୍ତର ପ୍ରଦେଶର ଏମିତି ଏକ ପରିବାର ରହିଛି ଯେଉଁଠି ପରିବାରର ସଦସ୍ୟ ସଂଖ୍ୟା ହେଉଛି ୮୨। କାରଣ ଏହା ଏକ ଯୌଥ ପରିବାର। ଭାଗ ବଣ୍ଟୁରା ନାହିଁ। ଆଜି ବି ପରିବାରର ସମସ୍ତେ ଏକାଠି ରହିବାକୁ ପସନ୍ଦ କରୁଛନ୍ତି। ତେବେ ଏହି ପରିବାରର ବିଶେଷତ୍ୱ ହେଲା, ନିର୍ବାଚନ ଆସିଲେ ଏଠି ନେତାଙ୍କ ଲାଇନ୍ ଲାଗେ। କାରଣ ଏହି ଗୋଟିଏ ପରିବାରରେ ହିଁ ରହିଛନ୍ତି ୬୬ଟି ଜଣ […]

1

1

Subhransu Sekhar
  • Published: Saturday, 11 May 2019
  • Updated: 11 May 2019, 02:51 PM IST

Sports

Latest News

ଆହ୍ଲାବାଦ: କଥାରେ ଅଛି, ଯେତେ ଭାଇ ସେତେ ଘର। ହେଲେ ଉତ୍ତର ପ୍ରଦେଶର ଏମିତି ଏକ ପରିବାର ରହିଛି ଯେଉଁଠି ପରିବାରର ସଦସ୍ୟ ସଂଖ୍ୟା ହେଉଛି ୮୨। କାରଣ ଏହା ଏକ ଯୌଥ ପରିବାର। ଭାଗ ବଣ୍ଟୁରା ନାହିଁ। ଆଜି ବି ପରିବାରର ସମସ୍ତେ ଏକାଠି ରହିବାକୁ ପସନ୍ଦ କରୁଛନ୍ତି। ତେବେ ଏହି ପରିବାରର ବିଶେଷତ୍ୱ ହେଲା, ନିର୍ବାଚନ ଆସିଲେ ଏଠି ନେତାଙ୍କ ଲାଇନ୍ ଲାଗେ। କାରଣ ଏହି ଗୋଟିଏ ପରିବାରରେ ହିଁ ରହିଛନ୍ତି ୬୬ଟି ଜଣ ଭୋଟର। ତେଣୁ ନେତାଙ୍କ ଭିଡ଼ ହେବା ତ ସ୍ୱଭାବିକ। ଏବେ ପଢ଼ନ୍ତୁ ଏହି ପରିବାର ବିଷୟରେ ପୂରା ଷ୍ଟୋରି।

୧୫ କିଲୋ ଚାଉଳ, ୨୦ କିଲୋ ପରିବା

ଉତ୍ତର ପ୍ରଦେଶ ଆହ୍ଲାବାଦ ସହଠାରୁ ଦୂରରେ ରହିଛି ଗାଁଟିଏ। ନାଁ ତା’ର ବହରିଛା। ଏହି ଗାଁର ବିଶେଷତ୍ୱ ହେଲା ଏଠି ରହିଛି ଏକ ବିଶାଳ ଯୌଥ ପରିବାର। ୮୨ ସଦସ୍ୟ ବିଶିଷ୍ଟ ଏହି ପରିବାରର ମୁରବୀ ହେଉଛନ୍ତି ୯୮ ବର୍ଷୀୟ ରାମ ନରେଶ ଭୁର୍ତିଆ। ମୁଖ୍ୟତଃ ଚାଷ କାମ ଉପରେ ଭୁର୍ତିଆ ପରିବାର ନିର୍ଭର କରିଥାଏ। ତେବେ ଏହି ପରିବାରର ସଦସ୍ୟ ବାହାରେ ଚାକିରି ବାକିରି ମଧ୍ୟ କରିଥାନ୍ତି। ଯେମିତିକି ଏବେ ଦୁଇଜଣ ମୁମ୍ୱାଇର ଏକ ଘରୋଇ କମ୍ପାନୀରେ କାମ କରୁଛନ୍ତି।

ଆପଣ ଭାବୁଥିବେ, ଏତେ ବଡ଼ ପରିବାର ଚାଲୁଥିବ କେମିତି। ସତରେ ଏହା ଏକ ଆଶ୍ଚର୍ଯ୍ୟର କଥା ମଧ୍ୟ। ଏତେବଡ଼ ଯୌଥ ପରିବାରରେ ସବୁ ସଦସ୍ୟଙ୍କୁ ଖାଇବାକୁ ଦେବା ଓ ସମସ୍ତଙ୍କ ଖବର ବୁଝିବା ଏତେ ସହଜ ନୁହେଁ। ଏହି ଭୁର୍ତିଆ ପରିବାରରେ ଏବେବି ଗୋଟିଏ ରୋଷେଇ ହିଁ ହେଉଛି। ସମସ୍ତେ ଗୋଟିଏ ଜାଗାରେ ଖାଆନ୍ତି। ଆଜି ବି ଏତେ ବଡ଼ ଯୌଥ ପରିବାରରେ ଗୋଟିଏ ରୋଷେଇ ଘର ଥିବାରୁ ଏହାର ମୁଖିଆ ରାମ ନରେଶ ଗର୍ବ ଅନୁଭବ କରନ୍ତି। ତାଙ୍କ ସୂଚନା ଅନୁଯାୟୀ, ଗୋଟିଏଥର ରୋଷେଇ ପାଇଁ ଦରକାର ପଡ଼ିଥାଏ ୨୦ କିଲୋ ପନିପରିବା, ୧୫ କିଲୋ ଚାଉଳ ଓ ୧୦ କେଜି ଗହମ। ଜାଣନ୍ତୁ ଏକ ବିରାଟ ଭୋଜିର ଆୟୋଜନ। ଘରର ମହିଳାମାନେ ସମସ୍ତେ ମିଳିମିଶି ରୋଷେଇ କଥା ବୁଝନ୍ତି। ଚାଷବାସରୁ ଯାହା କିଛି ଟଙ୍କା ରୋଜଗାର ହୁଏ, ତା ସହିତ ପରିବାର ରୋଜଗାରିଆ ସଦସ୍ୟମାନେ ବି ଘର ଚଳିବା ପାଇଁ ଟଙ୍କା ଦେଇଥାନ୍ତି।

ନିର୍ବାଚନ ବେଳେ ଲାଗେ ନେତାଙ୍କ ଲାଇନ୍

ନିର୍ବାଚନ ଆସିଲେ ଭୁର୍ତିଆ ପରିବାରରେ ନେତାଙ୍କ ଲାଇନ୍ ଲାଗେ। କାରଣ, କେବଳ ଏହି ଗୋଟିଏ ପରିବାରରେ ହିଁ ରହିଛନ୍ତି ୬୬ ଜଣ ଭୋଟର। ଯେହେତୁ ଏହା ଯୌଥ ପରିବାର, ମୁରବୀଙ୍କ କଥାରେ ସମସ୍ତେ ପରିଚାଳିତ। ତେଣୁ ରାମ ନରେଶ ଯାହାକୁ କହନ୍ତି, ଘରର ସବୁ ସଦସ୍ୟ ସେହି ପ୍ରାର୍ଥୀଙ୍କୁ ହିଁ ଭୋଟ ଦେଇଥାନ୍ତି। ତେଣୁ ବିଭିନ୍ନ ଦଳର ନେତା ଆସି ଏହି ପରିବାରରେ ପହଞ୍ଚି ମୁରବିଙ୍କୁ ମନେଇବାକୁ ଚେଷ୍ଟା କରନ୍ତି।

ଭୁର୍ତିଆ ପରିବାରରେ ଏଥର ଅନେକ ନୂଆ ଭୋଟର ସାମିଲ ହୋଇଛନ୍ତି। ଚଳିତଥର ଘରର ଅନେକ ସଦସ୍ୟ ପ୍ରଥମେ ଭୋଟ ଦେଇଛନ୍ତି। ଘରର ଏତେ ପୁରୁଷ ମହିଳା ଯାଇ ବୁଥ୍‌ରେ ଭୋଟ୍ ଦେଇଥାନ୍ତି। ଅଧିକାଂଶ ସମୟରେ ଦୁଇଚକିଆ ଗାଡ଼ିରେ ସମସ୍ତଙ୍କୁ ବୁଥ୍‌ ଯାଏଁ ବୁହା ହୁଏ।

ତେବେ ଏତେବଡ଼ ପରିବାର ହେଲେ ବି, ସେମାନେ ଖୁବ୍ ଗରିବ। ଏବେବି ସେମାନେ ଗୁଡ଼ାଏ ଖପର ଘରେ ହିଁ ରହୁଛନ୍ତି। ରାମ ନରେଶଙ୍କ କହିବା କଥା ହେଲା, ସବୁଥର ନିର୍ବାଚନ ବେଳେ ନେତାଏ ଆସି ଗୁଡ଼ାଏ ପ୍ରତିଶ୍ରୁତି ଦିଅନ୍ତି, କିନ୍ତୁ କେହି କିଛି ଦିଅନ୍ତି ନାହିଁ। ନିର୍ବାଚନ ସରିଲେ ନେତାଙ୍କର ଆଉ ଦେଖା ମିଳେନି।

ଘର ଉପର ଦେଇ ହାଇଭୋଲଟେଜ୍‌ ବିଦ୍ୟୁତ ତାର ଯାଇଥିବାରୁ, ତାଙ୍କ ପରିବାର ଆଜି ବି କାନ୍ଥ ମାଟି ଓ ଟାଇଲ ଛପର ଘରେ ରହୁଛନ୍ତି ବୋଲି ରାମ ନରେଶ କହିଛନ୍ତି। ଏ ନେଇ ବାରମ୍ୱାର ସ୍ଥାନୀୟ ବିଦ୍ୟୁତ ଅଫିସ ଏବଂ ନେତା ମାନଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ଏଯା କିଛି ଲାଭ ମିଳିନି।

ରାମ ନରେଶଙ୍କ କହିବା କଥା ହେଲା, ପରିବାରରେ ଧୀରେ ଧୀରେ ମହିଳା ଓ ଝିଅଙ୍କ ସଂଖ୍ୟା ବଢୁଛି। ସେମାନଙ୍କ ପାଇଁ ଅଲଗା ଘର ତିଆରି କରିବା ଜରୁରି ହୋଇପଡ଼ିଛି। ଏ ସବୁ ସମସ୍ୟା ବାବଦରେ ସେ କିଛି ନେତାଙ୍କୁ କହିଛନ୍ତି। ଯଦି ଏଥର ତାହା ସମାଧାନ ନହୁଏ ତେବେ ଠିକଣା ସମୟରେ ତାଙ୍କ ପରିବାର ଉଚିତ ଜବାବ ଦେବ ବୋଲି, ଘରର କିଛି ସଦସ୍ୟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story