ଯୁଦ୍ଧ ଜାହାଜରେ ସ୍ୱଦେଶ ଫେରିଲେ ୬୯୮ ଭାରତୀୟ

ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ମାଳଦ୍ୱୀପରେ ଫସିଥିବା ୬୯୮ ଜଣ ଭାରତୀୟଙ୍କୁ ନୌସେନାର ଯୁଦ୍ଧ ଜାହାଜରେ ସ୍ୱଦେଶ ଅଣାଯାଇଛି। ଶୁକ୍ରବାର ରାତିରେ ସେମାନେ ଭାରତୀୟ ସୀମାରେ ପ୍ରବେଶ କରିଛନ୍ତି। ଆସନ୍ତାକାଲି ସେମାନେ କୋଚିରେ ପହଞ୍ଚିବେ। ଏହାପରେ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କ୍ୱାରେଣ୍ଟାଇନରେ ରଖାଯିବ। ବିଦେଶରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ମେ’ ୭ରୁ ଭାରତ ସରକାର ମିଶନ ଆରମ୍ଭ କରିଛନ୍ତି। ଏହା ମେ’ ୧୩ ଯାଏ ଚାଲିବ।ଏହି ମିଶନ ଜରିଆରେ ବିଭିନ୍ନ ରାଷ୍ଟ୍ରରେ ଫସିଥିବା ପ୍ରାୟ […]

s

s

Hemant Lenka
  • Published: Saturday, 09 May 2020
  • Updated: 09 May 2020, 07:50 AM IST

Sports

Latest News

ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ମାଳଦ୍ୱୀପରେ ଫସିଥିବା ୬୯୮ ଜଣ ଭାରତୀୟଙ୍କୁ ନୌସେନାର ଯୁଦ୍ଧ ଜାହାଜରେ ସ୍ୱଦେଶ ଅଣାଯାଇଛି। ଶୁକ୍ରବାର ରାତିରେ ସେମାନେ ଭାରତୀୟ ସୀମାରେ ପ୍ରବେଶ କରିଛନ୍ତି। ଆସନ୍ତାକାଲି ସେମାନେ କୋଚିରେ ପହଞ୍ଚିବେ। ଏହାପରେ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କ୍ୱାରେଣ୍ଟାଇନରେ ରଖାଯିବ।

ବିଦେଶରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ମେ’ ୭ରୁ ଭାରତ ସରକାର ମିଶନ ଆରମ୍ଭ କରିଛନ୍ତି। ଏହା ମେ’ ୧୩ ଯାଏ ଚାଲିବ।ଏହି ମିଶନ ଜରିଆରେ ବିଭିନ୍ନ ରାଷ୍ଟ୍ରରେ ଫସିଥିବା ପ୍ରାୟ ୧୫ ହଜାର ଭାରତୀୟଙ୍କୁ ସ୍ୱଦେଶ ଅଣାଯିବ। ଏଥିପାଇଁ ୬୪ଟି ବିମାନ ଓ ୩ଟି ଜାହାଜ ନିୟୋଜିତ କରାଯାଇଛି।

ପ୍ରଥମ ଜାହାଜରେ ମାଳଦ୍ୱୀପରୁ ଏତେ ସଂଖ୍ୟକ ଭାରତୀୟ ସ୍ୱଦେଶ ଫେରିଛନ୍ତି। ମାଳଦ୍ୱୀପରେ ଥିବା ଭାରତୀୟ ହାଇକମିଶନର ସୁଞ୍ଜୟ ସୁଧୀର ଓ ସେଠାକାର ପ୍ରଶାସନର ସହାୟତା ବଳରେ ଏହି ଭାରତୀୟମାନେ ଘର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଜାହାଜଟି ମାଳଦ୍ୱୀପର ମାଲେରୁ କେରଳର କୋଚିରେ ପହଞ୍ଚିବ। ଏଥିରେ ଏକାଧିକ ଗର୍ଭବତୀ ଓ ଛୋଟ ପିଲା ରହିଥିବା ନୌସେନା ପକ୍ଷରୁ କୁହାଯାଇଛି।

ଅପରେସନ ସମୁଦ୍ର ସେତୁ ଜରିଆରେ ନୌସେନାର ଆଇଏନଏସ ଜଳସୱ ଯୁଦ୍ଧ ଜାହାଜ ଗୁରୁବାର ସନ୍ଧ୍ୟାରେ ମାଳଦ୍ୱୀପର ମାଲେ ବନ୍ଦରେ ପହଞ୍ଚିଥିଲା। ଏହାପରେ ଜାହାଜରେ ଆସିବାକୁ ଥିବା ସମସ୍ତ ନାଗରିକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଯେଉଁମାନଙ୍କର କୌଣସି କରୋନା ଲକ୍ଷଣ ନଥିଲା, ସେମାନଙ୍କୁ ଜାହାଜରେ ବସିବାକୁ ଅନୁମତି ଦିଆଯାଇଥିଲା। ଜାହାଜଟି ୬୯୮ ଜଣ ଭାରତୀୟଙ୍କ ଧରି କୋଚିର କୋଚିନ ପୋର୍ଟରେ ୧୦ ତାରିଖରେ ପହଞ୍ଚିବ।

ସେହିପରି ଆସନ୍ତାକାଲି ଦ୍ୱିତୀୟ ଯୁଦ୍ଧ ଜାହାଜ ଆଇଏନଏସ ମଗର ୨୦୦ ଭାରତୀୟଙ୍କ ଧରି ମାଲେରୁ ବାହାରିବ। ଏହି ଜାହାଜଟି ତାମିଲନାଡୁର ତୁତୁକୋରନି ପହଞ୍ଚିବ। ଆଗକୁ ମଧ୍ୟ ଏହି ଅପରେସନ ସମୁଦ୍ର ସେତୁ ଜାରି ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos