ନୂଆଦିଲ୍ଲୀ: ଭାରତରେ ୭ଟି ଗୋଦାମ ଖୋଲିବ ଆମାଜନ୍। ଅନଲାଇନରେ ବିଭିନ୍ନ ସାମଗ୍ରୀ ବିକ୍ରି କରୁଥିବା ଏହି ସଂସ୍ଥା ନିଜର ପ୍ରତିଦ୍ୱନ୍ଦ୍ୱୀ ଫ୍ଲିପ୍କାର୍ଟକୁ ମୁକାବିଲା ପାଇଁ ଭାରତରେ ନିଜ ସ୍ଥଂସ୍ଥାକୁ ବଢାଇବା ପାଇଁ ଚାହୁଁଛି ଆମାଜନ୍। ଏଥିପାଇଁ ଦେଶବ୍ୟାପି ଗୋଦାମ ଖୋଲିବା ଲକ୍ଷ୍ୟରେ ଆମାଜନ୍।
ପୂର୍ବରୁ ଆମାଜନ୍ ଭାରତରେ ୫ ବିଲିୟନ ୟୁଏସ ଡଲାର ବିନିଯୋଗ କରିବ ବୋଲି ଘୋଷଣା କରିଥିଲା । ବର୍ତ୍ତମାନ ସୁଦ୍ଧା ଏହି ସଂସ୍ଥାର ଭାରତରେ ୪୧ଟି ଗୋଦାମ ରହିଛି। ବାକି ଗୋଦାମ ଖୋଲିଲେ ୪ ହଜାର ନିଯୁକ୍ତି ସୃଷ୍ଟି ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।