ଟିଭିରେ ଆତ୍ମହତ୍ୟା ସିନ୍‌କୁ ଅନୁକରଣ କରୁଥିଲେ, ଚାଲିଗଲା ଜୀବନ!

ନୂଆଦିଲ୍ଲୀ: ଟିଭିରେ ସିରିଏଲ୍‌ ଦେଖୁଥିଲେ। ସିରିଏଲ୍‌ରେ ଏକ ଆତ୍ମହତ୍ୟା ଦୃଶ୍ୟ ଚାଲିଥିଲା। ସେ ତାକୁ ଅନୁକରଣ କରିଥିଲେ ଓ ନିଜ ଜୀବନ ହାରିଲେ। ତାଙ୍କ ମୃତ୍ୟୁ ଏମିତି ହୋଇଛି ବୋଲି କୁହାଯାଉଛି। ମୃତକ ଜଣେ ଝିଅ। ତାଙ୍କୁ ମାତ୍ର ୭ ବର୍ଷ ହୋଇଥିଲା। ଘଟଣାଟି କୋଲକାତାର ଇଚ୍ଛାପୁରରେ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଝିଅଟି ଘରେ ଟିଭି ଦେଖୁଥିବା ବେଳେ କେହି ବଡ଼ ଲୋକ ନଥିଲେ। ତାଙ୍କ ପାଖରେ କେବଳ ତାଙ୍କର ଦୁଇ ମାସର ଭାଇ ଥିଲା। […]

PIC SUICIDE

PIC SUICIDE

Rakesh Mallick
  • Published: Saturday, 09 June 2018
  • Updated: 09 June 2018, 01:38 PM IST

Sports

Latest News

ନୂଆଦିଲ୍ଲୀ: ଟିଭିରେ ସିରିଏଲ୍‌ ଦେଖୁଥିଲେ। ସିରିଏଲ୍‌ରେ ଏକ ଆତ୍ମହତ୍ୟା ଦୃଶ୍ୟ ଚାଲିଥିଲା। ସେ ତାକୁ ଅନୁକରଣ କରିଥିଲେ ଓ ନିଜ ଜୀବନ ହାରିଲେ। ତାଙ୍କ ମୃତ୍ୟୁ ଏମିତି ହୋଇଛି ବୋଲି କୁହାଯାଉଛି। ମୃତକ ଜଣେ ଝିଅ। ତାଙ୍କୁ ମାତ୍ର ୭ ବର୍ଷ ହୋଇଥିଲା। ଘଟଣାଟି କୋଲକାତାର ଇଚ୍ଛାପୁରରେ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଝିଅଟି ଘରେ ଟିଭି ଦେଖୁଥିବା ବେଳେ କେହି ବଡ଼ ଲୋକ ନଥିଲେ। ତାଙ୍କ ପାଖରେ କେବଳ ତାଙ୍କର ଦୁଇ ମାସର ଭାଇ ଥିଲା। ମାଆ ପାଖ ପୋଷ୍ଟ ଅଫିସ୍‌କୁ ଟଙ୍କା ଜମା କରିବାକୁ ଯାଇଥିଲେ। ବାପା ଜଣେ ଦିନ ମଜୁରିଆ। ତେଣୁ ସେ କାମ ପାଇଁ ବାହାରକୁ ଯାଇଥିଲେ। ଘରୁ ବାହାରିବା ସମୟରେ ମାଆ ପଡ଼ିଶା ଘର ଲୋକଙ୍କୁ ପିଲାଙ୍କ ଉପରେ ଟିକେ ନଜର ରଖିବା ପାଇଁ କହିଥିଲେ। କିନ୍ତୁ ଘରକୁ ଫେରିବା ପରେ ମାଆ ଝିଅର ମୃତଦେହ ଝୁଲନ୍ତା ଅବସ୍ଥାରେ ପାଇଥିଲେ। ତାଙ୍କ ବେକ ଏକ ସ୍କାର୍ଫରେ ବନ୍ଧା ହୋଇଥିଲା। ଝିଅକୁ ନେଇ ସେ ମେଡିକାଲ ଗଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଣନିଶ୍ୱାସୀ ହୋଇ ଝିଅଟିର ମୃତ୍ୟୁ ହୋଇଥିବା ନେଇ ପୋଲିସ ସନ୍ଦେହ କରୁଥିବା ବେଳେ ପ୍ରକୃତ କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ।

ଜଣେ ବରିଷ୍ଠ ପୋଲିସ୍ ଅଧିକାରୀ କହିଛନ୍ତି,“ଯାହା ଅନୁମାନ କରାଯାଉଛି ଝିଅଟି ଟିଭିରେ ଏକ ଆତ୍ମହତ୍ୟା ସିନ୍‌କୁ ଅନୁକରଣ କରୁଥିଲା। ଯେଉଁ ସ୍କାର୍ଫରେ ସେ ଖେଳୁଥିଲା ସେଇଟା ବେକରେ ଛନ୍ଦି ହୋଇ ଚାପି ହେଇଯିବାରୁ ତାର ମୃତ୍ୟୁ ହୋଇଥାଇପାରେ।”

ଝିଅଟିର ପରିବାର ଲୋକଙ୍କ କହିବା ଅନୁଯାୟୀ,“ସେ ପ୍ରାୟ ସମୟରେ ଟିଭି ସରିଏଲ୍‌ରେ ଦେଖାଯାଉଥିବା ସିନ୍‌ଗୁଡ଼ିକୁ ଅନୁକରଣ କରୁଥିଲା। କିନ୍ତୁ ଏହାର ପରିଣତି ଏମିତି ହେବ ବୋଲି ଆମେ କେବେ ଭାବି ନଥିଲୁ।”

ତେବେ ପ୍ରଥମ ଥର ପାଇଁ ଏମିତି ଅଘଟଣ ଘଟିନାହିଁ। ଗତବର୍ଷ ନଭେମ୍ବର ମାସରେ ଜଣେ ୭ ବର୍ଷର ଝିଅ ଟିଭିରେ ଦେଖାଉଥିବା ସିନ୍‌କୁ ଅନୁକରଣ କରି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ନିକଟରେ ମିରଟ୍‌ର ଜଣେ ୮ବର୍ଷର ଝିଅ ଏକ ପପୁଲାର୍‌ କ୍ରାଇମ୍‌ ଶୋ' ଦେଖି ଫାଶୀ ଲଗାଇ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story