୭ ବର୍ଷୀୟ ଶିଶୁକୁ ଦୁଷ୍କର୍ମ, ବ୍ୟାପକ ହିଂସାକାଣ୍ଡ

ଜୟପୁର: ରାଜସ୍ଥାନର ଜୟପୁରରେ ଜଣେ ୭ ବର୍ଷୀୟ ଶିଶୁକୁ ଅପହରଣ ପରେ ଦୁଷ୍କର୍ମ କରାଯାଇଛି। ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଲୋକମାନେ ନ୍ୟାୟ ଦାବିରେ ବିଭିନ୍ନ ସ୍ଥାନରେ ପୋଡ଼ା ଜଳା ଓ ବିକ୍ଷୋଭ କରିଛନ୍ତି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିବାରୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିଦିଆଯାଇଛି। ଶିଶୁଟି ସୋମବାର ସନ୍ଧ୍ୟାରେ ଶାସ୍ତ୍ରୀ ନଗର ସ୍ଥିତ ତାଙ୍କ ଘର ବାହାରେ ଖେଳୁଥିଲା। ଏହି ସମୟରେ ଜଣେ ବ୍ୟକ୍ତି ସେଠାରେ ବାଇକ୍‌ ଯୋଗେ ପହଞ୍ଚି […]

re

Hemant Lenka
  • Published: Wednesday, 03 July 2019
  • , Updated: 03 July 2019, 12:43 PM IST

ଜୟପୁର: ରାଜସ୍ଥାନର ଜୟପୁରରେ ଜଣେ ୭ ବର୍ଷୀୟ ଶିଶୁକୁ ଅପହରଣ ପରେ ଦୁଷ୍କର୍ମ କରାଯାଇଛି। ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଲୋକମାନେ ନ୍ୟାୟ ଦାବିରେ ବିଭିନ୍ନ ସ୍ଥାନରେ ପୋଡ଼ା ଜଳା ଓ ବିକ୍ଷୋଭ କରିଛନ୍ତି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିବାରୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିଦିଆଯାଇଛି।

ଶିଶୁଟି ସୋମବାର ସନ୍ଧ୍ୟାରେ ଶାସ୍ତ୍ରୀ ନଗର ସ୍ଥିତ ତାଙ୍କ ଘର ବାହାରେ ଖେଳୁଥିଲା। ଏହି ସମୟରେ ଜଣେ ବ୍ୟକ୍ତି ସେଠାରେ ବାଇକ୍‌ ଯୋଗେ ପହଞ୍ଚି ଝିଅଟିକୁ ନିଜ ସହ ନେଇ ଯାଇଥିଲେ। ଏହାର ଦୁଇ ଘଣ୍ଟା ପରେ ଶିଶୁଟି ନିକଟସ୍ଥ ଏକ କେନାଲ ନିକଟରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକ ତୁରନ୍ତ ଝିଅଟିକୁ ଜୟପୁରର ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ଏବେ ବି ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

ଏହି ଘଟଣା ପରେ ଲୋକମାନେ ସ୍ଥାନୀୟ ପୁଲିସ୍‌ ଷ୍ଟେସନ ଆଗରେ ନ୍ୟାୟ ପାଇଁ ବିକ୍ଷୋଭ କରିଛନ୍ତି। କିଛି ଲୋକ ଥାନା ପାଖରେ ଥିବା ଗାଡ଼ି ଭାଙ୍ଗି ଦେଇଛନ୍ତି। ଏଥିସହ ବିଭିନ୍ନ ସ୍ଥାନରେ ପୋଡ଼ାଜଳା ହୋଇଥିବା ଖବର ମିଳିଛି। ଏହି ଘଟଣା ପରେ ପୁଲିସ୍‌ ଅତିରିକ୍ତ ଫୋର୍ସ ମୁତୟନ କରିବା ସହ ହିଂସାକାଣ୍ଡ ଘଟାଇବା ଅଭିଯୋଗରେ ୧୬ ଜଣଙ୍କୁ ଗିରଫ କରିଛି।

ସୋଶାଲ ମିଡିଆରେ ଘଟଣାକୁ ନେଇ ଗୁଜବ ପ୍ରଚାର ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ୧୩ଟି ପୁଲିସ୍‌ ଷ୍ଟେସନ ଅଧୀନରେ ଥିବା ଅଞ୍ଚଳରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିଦିଆଯାଇଛି। ପୁଲିସ୍‌ ଅଭିଯୁକ୍ତକୁ ଧରିବା ପାଇଁ ୧୪ ଜଣିଆ ଟିମ ମଧ୍ୟ ଗଠନ କରିଛି।

କିଛି ଦିନ ତଳେ ଜଣେ ୪ ବର୍ଷୀୟ ଶିଶୁକୁ ଅନୁରୂପ ଢଙ୍ଗରେ ଘର ପାଖରୁ ଉଠାଇ ନେଇ ଦୁଷ୍କର୍ମ କରାଯାଇଥିଲା। ସମାନ ବ୍ୟକ୍ତି ଏହି ଘଟଣା ପଛରେ ରହିଥିବା ଲୋକେ ଅଭିଯୋଗ କରିଛନ୍ତି।

Related story