ଟେଲିକମ୍‌ ବଜାରରେ ୭୦ ଦିନିଆ ‘ଅଫର୍‌’ ଯୁଦ୍ଧ, ଜାଣନ୍ତୁ କାହାର ପ୍ଲାନ୍‌ କେମିତି

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଟେଲିକମ୍‌ କମ୍ପାନୀ ଭାରତୀ ଏୟାରଟେଲ୍ ନିଜ ଗ୍ରାହକଙ୍କ ପାଇଁ ନୂଆ ପ୍ରିପେଡ୍‌ ପ୍ଲାନ୍ ଆରମ୍ଭ କରିଛି। ଏହି ପ୍ଲାନ୍‌ ଅନୁସାରେ ଏୟାରଟେଲ୍‌ ଗ୍ରାହକଙ୍କୁ  ୭୦ ଦିନ ପାଇଁ ଅନ୍‌ଲିମିଟେଡ୍‌ କଲିଂ ଓ SMS ସହିତ ଫ୍ରି ରୋମିଙ୍ଗର ସୁବିଧା ମିଳିବ। ଏଥିରେ ଗ୍ରାହକଙ୍କୁ  ପ୍ରତିଦିନ ୧ ଜିବି ଡାଟା  ଦିଆଯିବ। ପ୍ଲାନ୍‌ର ମୂଲ୍ୟ ୪୪୮ ଟଙ୍କା ରହିଛି। କେବଳ ଏୟାରଟେଲ୍‌ ନୁହେଁ, ରିଲାଏନ୍ସ ଜିଓ, ଭୋଡାଫୋନ୍ ଓ ଆଇଡିଆ ସେଲୁଲର ବି […]

telecom

telecom

Rakesh Mallick
  • Published: Sunday, 17 December 2017
  • Updated: 17 December 2017, 01:26 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଟେଲିକମ୍‌ କମ୍ପାନୀ ଭାରତୀ ଏୟାରଟେଲ୍ ନିଜ ଗ୍ରାହକଙ୍କ ପାଇଁ ନୂଆ ପ୍ରିପେଡ୍‌ ପ୍ଲାନ୍ ଆରମ୍ଭ କରିଛି। ଏହି ପ୍ଲାନ୍‌ ଅନୁସାରେ ଏୟାରଟେଲ୍‌ ଗ୍ରାହକଙ୍କୁ  ୭୦ ଦିନ ପାଇଁ ଅନ୍‌ଲିମିଟେଡ୍‌ କଲିଂ ଓ SMS ସହିତ ଫ୍ରି ରୋମିଙ୍ଗର ସୁବିଧା ମିଳିବ। ଏଥିରେ ଗ୍ରାହକଙ୍କୁ  ପ୍ରତିଦିନ ୧ ଜିବି ଡାଟା  ଦିଆଯିବ। ପ୍ଲାନ୍‌ର ମୂଲ୍ୟ ୪୪୮ ଟଙ୍କା ରହିଛି।

କେବଳ ଏୟାରଟେଲ୍‌ ନୁହେଁ, ରିଲାଏନ୍ସ ଜିଓ, ଭୋଡାଫୋନ୍ ଓ ଆଇଡିଆ ସେଲୁଲର ବି ୭୦ ଦିନ ବୈଧତା ଥିବା  ପ୍ଲାନ୍ ଦେଉଛନ୍ତି। ୭୦ ଦିନ ପାଇଁ ଜିଓ ଦେଉଥିବା ପ୍ଲାନ୍‌ର ମୂଲ୍ୟ ୩୯୯ ରହିଛି। ଭୋଡାଫୋନ୍ ୪୫୮ ଟଙ୍କାରେ  ୭୦ ଦିନ ପାଇଁ ଅନ୍‌ଲିମିଡେଡ୍‌ କଲିଂ ଓ ଏସ୍‌ଏମ୍‌ଏସ୍‌ ସହିତ ପ୍ରତିଦିନ ୧ ଜିବି ଡାଟା  ଦେଉଛି।

ସେହିପରି ଆଇଡିଆ ସେଲୁଲର  ୪୪୯ ଟଙ୍କାରେ  ୭୦ ଦିନ ପାଇଁ ଅନ୍‌ଲିମିଡେଡ୍‌ କଲିଂ ଓ SMS ସହିତ ପ୍ରତିଦିନ ୧ ଜିବି ଡାଟା ଦେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos