ଟାଟାରୁ ବିଜେପି ପାଇଛି ସର୍ବାଧିକ ଚାନ୍ଦା, ବିଏସପି ସର୍ବନିମ୍ନ

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ-ମେ’ରେ ଶେଷ ହୋଇଥିଲା ସାଧାରଣ ନିର୍ବାଚନ। ଏହା ପୂର୍ବରୁ ଦେଶର ବିଭିନ୍ନ ରାଜନୀତିକ ଦଳମାନେ କେତେ ଟଙ୍କା ଚାନ୍ଦା ଆକାରରେ ପାଇଛନ୍ତି ଜଣାପଡ଼ିଛି। ସୋମବାର ନିର୍ବାଚନ କମିଶନ ପ୍ରକାଶ କରିଥିବା ରିପୋର୍ଟରୁ ଚାନ୍ଦା ବାବଦରେ ଜଣାପଡ଼ିଛି। ଦେଶର ଶାସକ ଦଳ ସର୍ବାଧିକ ଟଙ୍କା ଚାନ୍ଦା ପାଇଥିବା ବେଳେ ବିଏସପି ସର୍ବନିମ୍ନ ଟଙ୍କା ଚାନ୍ଦା ପାଇଥିବା ନିର୍ବାଚନ କମିଶନଙ୍କ ରିପୋର୍ଟରୁ ଜଣାପଡ଼ିଛି। ୨୦୧୮-୧୯ ଆର୍ଥିକ ବର୍ଷରେ ଟାଟା କମ୍ପାନୀ ଅଧୀନରେ ଥିବା ପ୍ରୋଗ୍ରେସିଭ ଇଲେକ୍ଟୋରାଲ […]

bjp

Subhransu Sekhar
  • Published: Wednesday, 13 November 2019
  • , Updated: 13 November 2019, 03:57 PM IST

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ-ମେ’ରେ ଶେଷ ହୋଇଥିଲା ସାଧାରଣ ନିର୍ବାଚନ। ଏହା ପୂର୍ବରୁ ଦେଶର ବିଭିନ୍ନ ରାଜନୀତିକ ଦଳମାନେ କେତେ ଟଙ୍କା ଚାନ୍ଦା ଆକାରରେ ପାଇଛନ୍ତି ଜଣାପଡ଼ିଛି। ସୋମବାର ନିର୍ବାଚନ କମିଶନ ପ୍ରକାଶ କରିଥିବା ରିପୋର୍ଟରୁ ଚାନ୍ଦା ବାବଦରେ ଜଣାପଡ଼ିଛି। ଦେଶର ଶାସକ ଦଳ ସର୍ବାଧିକ ଟଙ୍କା ଚାନ୍ଦା ପାଇଥିବା ବେଳେ ବିଏସପି ସର୍ବନିମ୍ନ ଟଙ୍କା ଚାନ୍ଦା ପାଇଥିବା ନିର୍ବାଚନ କମିଶନଙ୍କ ରିପୋର୍ଟରୁ ଜଣାପଡ଼ିଛି।

୨୦୧୮-୧୯ ଆର୍ଥିକ ବର୍ଷରେ ଟାଟା କମ୍ପାନୀ ଅଧୀନରେ ଥିବା ପ୍ରୋଗ୍ରେସିଭ ଇଲେକ୍ଟୋରାଲ ଟ୍ରଷ୍ଟ (ପିଇଟି) ପାଖରୁ ବିଜେପି ପାଇଛି ମୋଟା ଅଙ୍କର ଚାନ୍ଦା। ତାହା ପୁଣି ୨୦୧୭-୧୮ ଆର୍ଥିକ ବର୍ଷରେ ପାଇଥିବା ଚାନ୍ଦାଠୁ ସର୍ବାଧିକ। ୨୦୧୮-୧୯ ଆର୍ଥିକ ବର୍ଷରେ ବିଜେପି ମୋଟ୍ ୪୭୩ କୋଟି ଟଙ୍କା ବିଭିନ୍ନ କର୍ପୋରେଟ୍ ହାଉସ ପାଖରୁ ପାଇଛି। ଯେଉଁଥିରୁ ପିଇଟି ଦେଇଛି ୭୫ ଭାଗ ଟଙ୍କା। ଅର୍ଥାତ୍ ୩୫୬ କୋଟି ଟଙ୍କା। ସେହିପରି ଦେଶର ଅନ୍ୟତମ ପ୍ରମୁଖ ଦଳ କଂଗ୍ରେସ ମୋଟ୍ ୯୯ କୋଟି ଟଙ୍କା ଚାନ୍ଦା ପାଇଛି। ଯେଉଁଥିରୁ ପିଇଟି ଜରିଆରେ ୫୫.୬ କୋଟି ଟଙ୍କା ପାଇଛି କଂଗ୍ରେସ। ସେହିପରି ତୃଣମୂଳ କଂଗ୍ରେସ ମୋଟ୍ ୪୪ କୋଟି ଟଙ୍କା ଚାନ୍ଦା ପାଇଛି। ଯେଉଁଥିରୁ ପିଇଟି ଦେଇଛି ୪୩ କୋଟି ଟଙ୍କା। ୨୦୧୭-୧୮ ଆର୍ଥିକ ବର୍ଷରେ କିନ୍ତୁ ପିଇଟି ଚାନ୍ଦା ଦେଇନଥିବା ନିର୍ବାଚନ କମିଶନଙ୍କ ରିପୋର୍ଟରୁ ଜଣାପଡ଼ିଛି।

ତେବେ ବିଜେପି ୨୦୧୮-୧୯ରେ ବ୍ୟକ୍ତିଗତ ଏବଂ ବିଭିନ୍ନ ସଂସ୍ଥା ପାଖରୁ ମୋଟ୍ ୭୪୧.୯୮ କୋଟି ଟଙ୍କା ପାଇଛି।  ୨୦୧୭ରୁ ୧୯ ମଧ୍ୟରେ ଏହି ଟଙ୍କା ୪୩୭. ୬୯ କୋଟି ଟଙ୍କା ରହିଛି। ସେହିପରି କଂଗ୍ରେସ ୨୦୧୮-୧୯ରେ ମୋଟ୍ ୧୪୬. ୮ କୋଟି ଟଙ୍କା ଚାନ୍ଦା ପାଇଥିବା ବେଳେ ୨୦୧୭-୧୮ରେ ମୋଟ୍ ୨୬.୬୬ କୋଟି ଟଙ୍କା ଚାନ୍ଦା ପାଇଥିଲା।

ସେହପରି ଟେଲିକମ୍ କମ୍ପାନୀ ଏୟାରଟେଲ ପ୍ରୁଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟ ଜରିଆରେ ୨୦୧୮-୧୯ରେ ସର୍ବାଧିକ ୬୭.୨୫ କୋଟି ଟଙ୍କା ଚାନ୍ଦା ବିଜେପିକୁ ଚାନ୍ଦା ଦେଇଛି। ୨୦୧୭-୧୮ରେ ବିଜେପିକୁ ୧୫୪ କୋଟି ଟଙ୍କା ଦେଇଥିଲା। ସେହିପରି ଏହି ଟ୍ରଷ୍ଟ ୨୦୧୭-୧୮ରେ କଂଗ୍ରେସକୁ ୧୦ କୋଟି ଏବଂ ୨୦୧୮-୧୯ରେ ୩୯ କୋଟି ଟଙ୍କା ଦେଇଛି।

ଏ. ବି. ଜେନେରାଲ ଇଲେକ୍ଟୋରାଲ ଟ୍ରଷ୍ଟ ଜରିଆରେ ଆଦିତ୍ୟ ବିର୍ଲା ଗ୍ରୁପ ଶାସକ ଦଳ ବିଜେପିକୁ ମୋଟ୍ ୨୮.୫ କୋଟି ଟଙ୍କା ଗତ ଆର୍ଥିକ ବର୍ଷରେ ଦେଇଛି। କଂଗ୍ରେସକୁ ମାତ୍ର ୨ କୋଟି। ସେହିପରି ୨୦୧୭-୧୮ରେ ବିଜେପିକୁ ୧୨.୫ କୋଟି ଏବଂ କଂଗ୍ରେସକୁ ୧ କୋଟି ଦେଇଥିଲା ଏହି ଟ୍ରଷ୍ଟ।

ସେହିପରି ଭାରତୀୟ ସୋସିଆଲିଷ୍ଟ ରିପବକ୍ଲିଆନ୍ ଟ୍ରଷ୍ଟ ମାଧ୍ୟମରେ କଂଗ୍ରେସକୁ ୨୫ ଲକ୍ଷ ଟଙ୍କା ମିଳିଛି। ହାରମୋନି ଇଲେକ୍ଟୋରାଲ ଟ୍ରଷ୍ଟ ବିଜେପିକୁ ୧୦ କୋଟି, ଟ୍ରିୟମ୍ପ ଇଲେକ୍ଟୋରାଲ ଟ୍ରଷ୍ଟ ୫ କୋଟି, ନ୍ୟୁ ଡେମୋକ୍ରାଟିକ ଇଲେକ୍ଟୋରାଲ ଟ୍ରଷ୍ଟ ଏବଂ ଜନହିତ ଇଲେକ୍ଟ୍ରୋଲ ଟ୍ରଷ୍ଟ ୨.୫ କୋଟି ଟଙ୍କା ବିଜେପିକୁ ୨୦୧୮-୧୯ ଆର୍ଥିକ ବର୍ଷରେ ଦେଇଛନ୍ତି।

ସେହିପରି ଆଞ୍ଚଳିକ ଦଳ ମଧ୍ୟରେ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ୨୦୧୮-୧୯ ଆର୍ଥିକ ବର୍ଷ ମଧ୍ୟରେ ୧୮୨.୮ କୋଟି ଟଙ୍କା ଚାନ୍ଦା ପାଇଛି। ଯାହାକି କଂଗ୍ରେସ ପାଖରୁ ୩୬ କୋଟି ଟଙ୍କା ଅଧିକ। ଶିବସେନା ମଧ୍ୟ ୨୦୧୮-୧୯ ଆର୍ଥିକ ବର୍ଷରେ ୧୩୦.୬ କୋଟି ଟଙ୍କା ଚାନ୍ଦା ପାଇଛି। ତେଲଗୁ ଦେଶମ ପାର୍ଟି (ଟିଡିପି) ୨୬.୨ କୋଟି ଏବଂ ଓ୍ୱାଇଏସଆର କଂଗ୍ରେସ ୮୦.୬ କୋଟି ଟଙ୍କା ଚାନ୍ଦା ପାଇଛି। ଏନସିପି ୧୨.୧ କୋଟି ପାଇଥିବା ବେଳେ ବିଏସପି ମାତ୍ର ୨୦ ହଜାର ଟଙ୍କା ଚାନ୍ଦା ପାଇଛି ବୋଲି ନିର୍ବାଚନ କମିଶନଙ୍କ ପାଖରେ ଘୋଷଣା କରିଛି।

Related story